ସ୍ୱାମୀଙ୍କ ମୃତ୍ୟୁ ପରେ କୁଲି କାମ କରି ପରିବାର ସବୁ ଭାର ସମ୍ଭାଳିବା ସହିତ 3ଟି ପିଲାଙ୍କୁ ପାଳୁଛନ୍ତି ସନ୍ଧ୍ୟା, ! ଏହି ଭଉଣୀ ଙ୍କ ପାଇଁ ଦୟାକରି ଗୋଟିଏ ସେୟାର କରନ୍ତୁ ! ବାଃ ବାଃ ଭଉଣୀ….

0

ବର୍ତ୍ତମାନ ର ସମୟ ରେ ନାରୀ ମାନେ ପୁରୁଷ ମାନଙ୍କୁ ଠାରୁ କୌଣସି ଗୁଣ ରେ କମ୍ ନୁହଁ। ଦିନ ଥିଲା ଯେତେବେଳେ ନାରୀ ଟେ ଘର ଭିତରେ ରହୁଥିଲା, ଘର କାମ କରିବା ଛଡା ପଦା କୁ ଗୋଡ କାଢୁ ନଥିଲା। ଗୋଟିଏ ପରାଧୀନତା ର ଜୀବନ ଜୀଉଁ ଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ମହିଳା ମାନେ ଅଧିକ ସ୍ମାର୍ଟ ହେଲେନି। ବର୍ତ୍ତମାନ ସେମାନେ ପୁରୁଷ ଙ୍କ କାନ୍ଧ ସହ କାନ୍ଧ ମିଶେଇବା ଶିଖିଲେଣି,

ପୁରୁଷ ମାନଙ୍କ ସହିତ ନାରୀ ମାନେବି ମଧ୍ଯ ସମାନ ପାଠ ପଢିଲେଣି। ଆଗ କାଳ ରେ ନାରୀ ମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉନଥିଲା ଏବେ ପୁରୁଷ ମାନେ ଯାହା କରୁଛନ୍ତି ତାହା କୁ ନାରୀ ମାନେ ମଧ୍ଯ କରିପାରୁଛନ୍ତି । ବର୍ତ୍ତମାନ ସମୟ ରେ ସମସ୍ତଙ୍କର ସମାନ ଅଧିକାର ରହିଛି ସମସ୍ତେ ସମାନ, କେହି କାହାଠାରୁ ବଡ ନୁହଁ। କୁହାଯାଏ କି ନାରୀ ମାନେ ଦୁର୍ବଳ, କିନ୍ତୁ ବାସ୍ତବ ରେ ସେମାନେ ଅଧିକ ଶକ୍ତିଶାଳୀ।

ଆଜି ଆମେ ଆପଣ ଙ୍କୁ ଏଭଳି ଜଣେ ନାରୀ ଙ୍କ କଥା କହିବା ପାଇଁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଙ୍କ ଆଖି ରେ ଲୁହ ଆସିଯିବ। ତାଙ୍କ ଜୀବନ ରେ ଏତେ କଷ୍ଟ ଥାଇ ମଧ୍ଯ ସେ କାମ କରି ଘର ଚଳଉଛନ୍ତି ଏବଂ ତାଙ୍କର ଘର ହେଉଛି ମଧ୍ଯପ୍ରଦେଶ ର ଜବଲପୁରର କୁଣ୍ଡାମ ଗାଁ ରେ , ତାଙ୍କର ନାମ ସନ୍ଧ୍ଯା ଏବଂ ସେ ମଧ୍ଯପ୍ରଦେଶ ର କାଟନି ରେଳ ଷ୍ଟେସନ୍ ରେ କୁଲି ଭାବେ କାର୍ଯ୍ୟ କରନ୍ତି। ଆପଣ ମାନେ ଦେଖିଥିବେ ବଡ ବଡ ଷ୍ଟେସନ ରେ କେବଳ ପୁରୁଷ କୋଲି ହିଁ ଜିନିଷ ପତ୍ର ଉଠାଇବା ପାଇଁ ଉପସ୍ଥିତ ଥାଆନ୍ତି, ସେଠାରେ ମହିଳା କୁଲି ଦେଖାଯାଆନ୍ତି ନାହିଁ। ତେବେ ସନ୍ଧ୍ଯା ସମାଜ ର ଏହି ନିୟମକୁ ଭାଙ୍ଗି ଜୀବିକା ନିର୍ବାହ ପାଇଁ କୁଲି କାର୍ଯ୍ୟ କରୁଛନ୍ତି। ୨୦୧୬ ରେ ସନ୍ଧ୍ଯା ଙ୍କ ସ୍ୱାମୀ ମୃତ୍ୟୁ ବରଣ କରିଥିଲେ

ତେବେ ନିଜ ସ୍ୱାମୀ ଙ୍କ ମୃତ୍ୟୁ ପରେ ସନ୍ଧ୍ଯା ବହୁ ଭାଙ୍ଗି ପଡିଥିଲେ,କାରଣ ସେତେବେଳକୁ ସେ ତିନୋଟି ସନ୍ତାନ ର ମା ଏବଂ ତାଙ୍କର ଜଣେ ଶାଶୁ ମଧ୍ଯ ଥିଲେ। ସ୍ୱାମୀ ଙ୍କ ମୃତ୍ୟୁ ପରେ ତିନି ପିଲା ଏବଂ ଶାଶୁ ଙ୍କ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରକୁ ଆସିଯାଇଥିଲା। ତେଣୁ ସେ କେମିତି ଏକୁଟିଆ ପରିବାର କୁ ପାଳିବେ ସେ କିଛି ବୁଝି ପାରୁ ନଥିଲେ,ସେଥିପାଇଁ ସନ୍ଧ୍ଯା ଏକ ଚାକିରି ଖୋଜୁଥିଲେ।

ସେହି ସମୟରେ କେହି ଜଣେ ବ୍ଯକ୍ତି ସନ୍ଧ୍ଯା ଙ୍କୁ କହିଥିଲେ କି କ୍ୟାଟେନି ରେଳ ଷ୍ଟେସନ ରେ ଜଣେ କୁଲି ର ଆବଶ୍ଯକତା ରହିଛି । ତେବେ ଏହି କଥା ଶୁଣିବା ପରେ ସନ୍ଧ୍ଯା ସେଠାରେ କୁଲି କାମ କରିବା ପାଇଁ ତୁରନ୍ତ ଆବେଦନ କରିଥିଲେ ଏବଂ ସେଠାରେ ତାଙ୍କୁ କାମ ମଧ୍ଯ ମିଳିଗଲା।

ତେବେ ସନ୍ଧ୍ଯା ସେଠାରେ ବ୍ୟାଚ୍ ନମ୍ବର ୩୬ ରେ ୪୫ ଜଣ ପୁରୁଷ ଙ୍କ ସହିତ କାର୍ଯ୍ୟ କରୁଛନ୍ତି। ସନ୍ଧ୍ଯା ଙ୍କ ର ଦୁଇ ଜଣ ପୁଅ, ଜଣକର ନାମ ସାହିଲ୍ ଓ ଅନ୍ୟ ଜଣକର ନାମ ହର୍ଷିତ୍ ଓ ଝିଅ ର ନାମ ପାୟଲ୍। ସନ୍ଧ୍ଯା କାମକୁ ଯିବା ସମୟରେ ପିଲାମାନଙ୍କ କଥା ତାଙ୍କ ଶାଶୁ ବୁଝନ୍ତି ଏବଂ ସେ ନିଜ ପିଲାକୁ ପାଠ ପଢାଇ ଜଣେ ଅଧିକାରୀ କରିବା ପାଇଁ ଚାହୁଁଛନ୍ତି। ଜୀବନ ରେ ଯାହା ଘଟୁ ସେ କେବେବି ହାର ମାନିବେ ନାହିଁ ବୋଲି କହିଛନ୍ତି, ନିଜର ପିଲାମାନଙ୍କୁ ସବୁ ଅଭାବ ରୁ ଦୂରେଇ ରଖିବେ।

Inspire Post From –chopaltv.com

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।