ଘରେ ପୂଜା କରିବା ସମୟରେ ଆପଣ ନିଶ୍ଚିତ ଭାବରେ ଶଙ୍ଖ ବଜାଉଥିଲେ ଜାଣନ୍ତୁ ଏହି ଭୟଙ୍କର କଥା ନ ହେଲେ ଅସୁବିଧା ର ସମ୍ମୁଖୀନ ହୋଇପାରନ୍ତି

0

ଆମ ହିନ୍ଦୁ ଧର୍ମ ର ପରମ୍ପରା ଅନୁସାରେ ଆମେ ଠାକୁର ଙ୍କୁ ପୂଜା କଲା ବେଳେ ଆମେ ଶଙ୍ଖ ବଜେଇ ଥାଉ। ପ୍ରତ୍ୟେକ ଘରର ଠାକୁର ଘରେ ଶଙ୍ଖ ଟିଏ ନିଶ୍ଚିତ ଭାବରେ ଥିବ। କାରଣ ଆମ ହିନ୍ଦୁ ଧର୍ମ ରେ ଶଙ୍ଖ ର ବହୁତ ମାନ୍ୟତା ରହିଛି। କିନ୍ତୁ କଣ ଆପଣ ଜାଣିଛନ୍ତି ଶଙ୍ଖ ରଖିବା ଦ୍ବାରା କେତୋଟି ନିୟମ କୁ ଆପଣ ମାନଙ୍କୁ ମାନିବା ପାଇଁ ପଡିବ। ଯଦି ଆପଣ ସେହି ନିୟମକୁ ପାଳନ ନ କରନ୍ତି ତାହା ହେଲେ ଆପଣ ଙ୍କ ବହୁତ ଅସୁବିଧା ହେବାର ସମ୍ଭାବନା ରହିଛି।

ଯେମିତି କି ଆପଣ ମାନେ ଦେଖିଥିବେ ଭଗବାନ ବିଷ୍ଣୁ ଙ୍କ ହାତ ରେ ଶଙ୍ଖ ଟିଏ ଧରିଥାନ୍ତି। ଶଙ୍ଖ ହେଉଛି ଭଗବାନ ବିଷ୍ଣୁ ଙ୍କ ବହୁତ ପ୍ରିୟ ଜିନିଷ। ଯେ କୈଣସି ପୂଜାର୍ଚ୍ଚନା କଲାବେଳେ ଆମ ହିନ୍ଦୁ ଧର୍ମ ର ପରମ୍ପରା ଅନୁସାରେ ଆମେ ଶଙ୍ଖ ବଜେଇ ଥାଉ। ଯଦି ଶଙ୍ଖ ନ ବଜାଯାଏ ତାହା ହେଲେ ଆପଣ ଙ୍କ ପୂଜା ର ସଫଳତା ହୁଏନାହିଁ। ଏବଂ ଶଙ୍ଖ ବଜେଇବା ଦ୍ବାରା ଘରର ନକାରାତ୍ମକ ଶକ୍ତି ବାହାରକୁ ଚାଲିଯାଇଥାଏ।

ଆପଣ ମାନେ ମଧ୍ଯ ଜାଣିଥିବେ ସନ୍ଧ୍ଯା ସମୟରେ ନକାରାତ୍ମକ ଶକ୍ତି ର ପ୍ରଭାବ ବହୁତ ଥାଏ। ସେଥିପାଇଁ ପ୍ରତ୍ୟୋକ ଦିନ ସନ୍ଧ୍ଯା ରେ ତୁଳସୀ ଗଛ ପାଖରେ ସଞ ଦ୍ବୀପ ଦିଆଯାଏ ସେତେବେଳେ ଶଙ୍ଖ ବଜାଯାଏ। କିନ୍ତୁ ମନେ ରଖନ୍ତୁ ଯେତେବେଳେ ଆପଣ ଶଙ୍ଖ କୁ ବଜଉଛନ୍ତି ଶଙ୍ଖ କୁ ଆପଣ ମାନେ ତିନି ଥର ଏବଂ ଅଧା ବଜେଇବେ।ଏବଂ ଏମିତି କରିବା ଦ୍ବାରା ଆପଣଙ୍କ ଘରର ଶୁଭ ହୋଇଥାଏ। କିନ୍ତୁ ତିନି ଥର ବଜେଇବେ ନାହିଁ। କାରଣ ତିନିଥର ବଜେଇବା କୁ ଅଶୁଭ ମନା ଯାଏ। ସେଥିପାଇଁ ଶଙ୍ଖ କୁ ତିନି ଥର ଅଧା ବା ଯାହାକୁ ଆମେ ସାଢେ ତିନିଥର ବୋଲି କହୁ ବଜେଇବେ।

କିନ୍ତୁ ସର୍ବଦା ମନେରଖିଥିବେ କେବେବି ଭୁଲ ରେ ଅଧା ଖଣ୍ଡିଆ ଶଙ୍ଖ ବଜେଇବେ ନାହିଁ। ଶଙ୍ଖ ବଜେଇବା ରେ ଯଦି ଆପଣଙ୍କ ଅଭ୍ଯାସ ନାହିଁ ତେବେ ଆପଣ ଶଙ୍ଖ ବଜାନ୍ତୁ ନାହିଁ। ବିଶେଷ କରି ସନ୍ଧ୍ଯା ସମୟ ରେ ଆପଣ ମାନେ ଏଭଳି ଭୁଲ କରନ୍ତୁ ନାହିଁ। ଯଦି ଆପଣ ସନ୍ଧ୍ଯା ସମୟରେ ଏହି ଭଳି ଭୁଲ କରନ୍ତି ତାହା ହେଲେ ମାତା ଲକ୍ଷ୍ମୀ କେବେବି ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ। ଏବଂ ଯେଉଁ ଘରେ ଶଙ୍ଖ ନଥାଏ ସେହି ଘରକୁ ମାତା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ ଏବଂ ସେହି ଘରେ ଧନ ର ଅଭାବ ଦେଖାଯାଏ।

ଶଙ୍ଖ କୁ ସର୍ବଦା ଉପରେ ରେ ରଖିବେ, କେବେବି ତଳେ ରଖିବେ ନାହିଁ ଏବଂ ଯଦି ଆପଣ ଙ୍କୁ ହାର୍ଟ ସମସ୍ୟା ଏବଂ ପେଟ ଯନ୍ତ୍ରଣା ସମସ୍ୟା ରହିଛି, ତେବେ ଆପଣ ଶଙ୍ଖ ବଜାନ୍ତୁ। ଆପଣଙ୍କ ହାର୍ଟ ଓ ପେଟ ଜନିତ ସମସ୍ୟା ଦୂର ହୋଇଯିବ। ଯଥା ଗ୍ୟାସ୍ଟିକ ଆଦି ଜନିତ ସମସ୍ୟା। ଶଙ୍ଖ କୁ ଥରେ ଧରିବା ଦ୍ବାରା ଆପଣ ଜାଣନ୍ତୁ ପବିତ୍ର ହୋଇଗଲେ। ଶଙ୍ଖ ହେଉଛି ପବିତ୍ର ତା ର ପ୍ରତିକ। କିନ୍ତୁ ଶଙ୍ଖ କୁ ସ୍ନାନ କଲାପରେ ହିଁ ଧରନ୍ତୁ। ଯଦି ଆପଣ ମାତା ଲକ୍ଷ୍ମୀ ଙ୍କ କ୍ଋପା ପାଇବା ପାଇଁ ଚାହୁଁଛନ୍ତି ତାହା ହେଲେ ଘରେ ଦୁଇଟି ଶଙ୍ଖ ରଖନ୍ତୁ।

ଗୋଟିଏ ଠାକୁର ଘରେ। ଏବଂ ଅନ୍ୟ ଶଙ୍ଖ କୁ ଦକ୍ଷିଣ ବର୍ତ୍ତୀ ଶଙ୍ଖ କୁ ଘରେ ରଖନ୍ତୁ। ଦକ୍ଷିଣ ବର୍ତ୍ତୀ ଶଙ୍ଖ ଯେଉଁ ଘରେ ଥାଏ ସେହି ଘରେ ଧନଧାନ୍ଯରେ ପୂରି ଉଠେ। ଯଦି ଆପଣ ଶଙ୍ଖ ରେ ପାଣି ଢାଳି ସେହି ପାଣିକୁ ପିଇବେ ତାହା ହେଲେ ଆପଣଙ୍କ ୯୦ ପ୍ରତିଷତ ରୋଗ ଭଲହୁଏ। ଏବଂ ଶଙ୍ଖ ରେ ଯେମିତି ଗୋଡ ନ ବାଜେ ଧ୍ଯାନ ଦେବେ। ଏବଂ ଖାଲି ଶଙ୍ଖ କୁ ଘରେ ଆଣି ରଖିଲେ ହେବନି, ତହାକୁ ପ୍ରତୋକ ଦିନ ବଜେଇବା ଦରକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।