କହିଁକି ନରେନ୍ଦ୍ର ମୋଦି ଙ୍କର ଅଙ୍ଗରଖି ମାନେ ଆଖିରେ କଳା ଚଷମା ଲଗେଇଥାନ୍ତି ଏହା ପଛରେ ଥିବା କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

0

ଗୋଟିଏ ସମାଜ କୁ ଏକ ସୁସ୍ଥ ସମାଜ ଗଠନ କରିବା ହେଉଛି ଯେକୌଣସି ସରକାର ଙ୍କର ମୁଖ୍ୟ କାର୍ଯ୍ୟ ଅଟେ । ଏବଂ ଆମ ସମାଜକୁ ଏକ ମଙ୍ଗଳକାରୀ ତଥା ଲୋକପ୍ରିୟ ସମାଜ ଗଠନ କରିବାକୁ ତଥା ଲୋକ ମାନଙ୍କୁ ଏକ ନିରାପଦ ତଥା ସ୍ୱାଧୀନ ଜୀବନ ଦେବାକୁ କିଛି ନିୟମ ଲାଗୁ କରିଛନ୍ତି ଏବଂ ଏହି ନିୟମ କୁ ସମସ୍ତ କୁ ମାନିବାକୁ ପଡିଥାଏ ।

କିନ୍ତୁ ଯଦି କେହି ବ୍ୟକ୍ତି ଏହାକୁ ଅବଲମ୍ବନ କରିଥାନ୍ତି ତାହାଲେ ତାଙ୍କ ପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା ମଧ୍ୟ ରହିଛି ।ତେବେ ଏହି ନିତ ନିୟମ କେବଳ ନାଗରିକ ମାନଙ୍କ ପାଇଁ ନୁହେଁ ବରଂ ଦେଶର ସରକାର ଙ୍କ ପ୍ରତି ମଧ୍ୟ ଲାଗୁ ହୋଇଥାଏ ।

କେବେ କେବେ ଆମ ସରକାର ଙ୍କୁ ମଧ୍ୟ ସୁରକ୍ଷା ର ଆବଶ୍ୟକତା ରହିଥାଏ ତେଣୁ ତାଙ୍କ ପାଇଁ କେତେକ ସୁରକ୍ଷା କର୍ମୀ ବା ବଡ଼ିଗାଡ଼ ଙ୍କର ଚୟନ କରାଯାଇଥାଏ ।ଠିକ ସେହିପରି ଆପଣ ମାନେ ଦେଖିଥିବେ କି ଆମ ଭାରତ ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କର ମଧ୍ୟ କେତେ ଜଣ ଅଙ୍ଗରଖି ରହିଛନ୍ତି ଯେଉଁ ମାନେ କି ସବୁ ସମୟରେ ମୋଦି ଙ୍କ ସହ ରହିଥାନ୍ତି ।କିନ୍ତୁ କଣ ଆପଣ କେବେ ଲକ୍ଷ କରିଛନ୍ତି କି ନରେନ୍ଦ୍ର ମୋଦି ଙ୍କର ବଡ଼ିଗାଡ଼ ମାନେ ସବୁବେଳେ କଳା ଚଷମା ଲଗାଇଥାନ୍ତି ବୋଲି ।ତେବେ ଆମେ ଆଜି ଜଣେଇବୁ ଯେ କାହିଁକି ମୋଦି ଙ୍କର ଅଙ୍ଗରଖି ମାନେ କଳା ଚଷମା ର ବ୍ୟବହାର କରିଥାନ୍ତି ।

ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ,୧୯୮୪ ମସିହା ଆମ ଭାରତ ର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କର ହତ୍ୟା କରାଯାଇଥିଲା ଏହା ପର ଠାରୁ ସରକାର ଙ୍କ ପାଇଁ ଏକ ଶକ୍ତିଶାଳୀ ଅଙ୍ଗରଖି ଦଳ ଗଠନ କରାଯାଇଛି ଯେଉଁମାନେ କି ପୂର୍ବରୁ ଆର୍ମି ରେ ଭଲ ପ୍ରଦର୍ଶନ କରିଥାନ୍ତି ତାଙ୍କୁ ସରକାର ଙ୍କର ଅଙ୍ଗରଖି ଭାବରେ ଚୟନ କରାଯାଇଥାଏ ।ତେବେ ଆପଣ ଦେଖିଥିବେ କି ବର୍ତ୍ତମାନ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସହ ମଧ୍ୟ ସବୁବେଳେ କେତେକ ଅଙ୍ଗରକ୍ଷୀ ରହିଥାନ୍ତି ଯେଉଁମାନେ କି ଆଖିରେ କଳା ଚଷମା ଲଗାଇଥାନ୍ତି ।ଆସନ୍ତୁ ଜାଣିବା ଏହା ପଛରେ କଣ କାରଣ ରହିଛି :-

୧.ସରକାର ଙ୍କର ଅଙ୍ଗରକ୍ଷୀ ମାନଙ୍କୁ ସବୁ ସମୟରେ ନିଜର ଆଖି ଖୋଲା ରଖିବାକୁ ପଡିଥାଏ ଯେପରି କୌଣସି ଦୁର୍ଘଟଣା ନହେଉ କାରଣ କିଛି ବି ଦୁର୍ଘଟଣା ହେଲେ ଆଗ ଆମ ଆଖି ବନ୍ଦ ହୋଇଥାଏ ।ତେଣୁ ଏହି ସମୟରେ ତାଙ୍କୁ କଳା ଚଷମା ସାହାଯ୍ୟ କରିଥାଏ ।
୨.ସୁରକ୍ଷାକର୍ମୀ ମାନଙ୍କୁ ତାଲିମ ଦିଆଯାଇଥାଏ ଯେପରି ସେମାନେ ଜଣେ ବ୍ୟକ୍ତି ର ଆଖି ଓ ଶରୀରର ଭାଷା କୁ ବୁଝିପାରିବେ ।ଆଉ ଏଥିରେ ତାଙ୍କୁ କଳା ଚଷମା ର ଆବଶ୍ୟକ ରହିଥାଏ କାରଣ ଏହା ଦ୍ବାରା ଲୋକମାନେ ଜାଣିପାରନ୍ତି ନାହିଁ କି ସେ କାହାକୁ ଦେଖୁଛନ୍ତି ବୋଲି ।

୩.ସାଧାରଣ ଭାବରେ କୌଣସି ରଶ୍ମି ରୁ ଆମେ ଅନ୍ଧାରକୁ ଆସିବା ସମୟରେ ସଙ୍ଗେ ସଙ୍ଗେ ଆମକୁ କିଛି ଦେଖା ଯାଏ ନାହିଁ ।ଏବଂ କଳା ଚଷମା ଏହି କିରଣ କୁ ଆଡଜଷ୍ଟ କରିବା ରେ ସାହାଯ୍ୟ କରିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।