ଦେଖନ୍ତୁ ଲାଇଭ ଭିଡିଓ – ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ଗୁଡି ସହ ଉଡିଗଲା 3ବର୍ଷର ପିଲା ଆଉ ତା’ପରେ

0

ଭଗବାନ ଆମ ମନୁଷ୍ୟ ଜାତି ସମସ୍ତ ପ୍ରାଣୀ ଙ୍କ ଠାରୁ ଭିନ୍ନ ଏବଂ ସ୍ଵତନ୍ତ୍ର ଭାବରେ ଗଢିଛନ୍ତି । ତେବେ ଏହି ମାଂସ ପେଶୀ ଦ୍ୱାରା ଗଠିତ ଶରୀରରେ ଆମକୁ ସବୁବେଳେ ଯତ୍ନ ନେବାକୁ ହୋଇଥାଏ ଟିକିଏ ଅସାବଧାନତା ଯୋଗୁଁ ଆମ୍ଭେ ବହୁ ସମସ୍ୟା ର ସମୁଖୀନ ମଧ୍ୟ ହୋଇଥାଉ ।ତେବେ ବେଳେ ଆମ ଅଜାଣତ ରେ ଆମ ସହ ଏମିତି ସବୁ ଘଟଣା ଘଟିଯାଇ ଥାଏ ତାହା ଆମେ କେବେ ହେଲେ କଳ୍ପନା ମଧ୍ୟ କରିପାରିବା ନାହିଁ ।

ତେବେ ଏହି ଭଳି ଘଟଣା ଗୁଡ଼ିକ କେବେ କେବେ ଆକସ୍ମିକ ଭାବରେ ହୋଇଯାଏ ଯେ ଆଖି ପିଛୁଳାକେ ମଣିଷ ର ଜୀବନ ଚାଲିଯାଏ ତ କେବେ କେବେ ଭଗବାନ ଙ୍କର କୃପା ଦୃଷ୍ଟି ରୁ ଅଳ୍ପକେ ବଂଚିଯାଇଥାଏ ଏହି ଜୀଵନ ।ତେବେ ଏହି ଭଳି ଏକ ଘଟଣା ଘଟିଛି ତାଇୱାନ ଠାରେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଉଲ୍ଲେଖ ଯୋଗ୍ୟ ଯେ , ତାଇୱାନ ର ମୁଖ୍ୟ ପର୍ବ ପର୍ବାଣୀ ମଧ୍ୟରୁ କାଇଟ ଫେଷ୍ଟିଭାଲ ବା ଗୁଡି ଉଡିବା ପର୍ବ ହେଉଛି ଅନ୍ୟତମ।ତେବେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବଡ଼ ଧୁମ ଧାମ ରେ ତାଇୱାନ ରେ ଆରମ୍ଭ ହୋଇଥିଲା କାଇଟ ଫେଷ୍ଟିଭାଲ ,କିନ୍ତୁ କିଏ ଜାଣିଥିଲା କି ଚଳିତ ବର୍ଷ ଏହି ପର୍ବ ରେ କିଛି ଏମିତି ଘଟିବ ବୋଲି ।ତେବେ କାଇଟ ଫେଷ୍ଟିଭାଲ ରେ ଲୋକମାନେ ଏକ ଫାଙ୍କା ସ୍ଥାନରେ ଗୁଡି ଉଡାଇ ମଜା କରିଥାନ୍ତି ।

ଚଳିତ ବର୍ଷ ମଧ୍ୟ ସେହି ସ୍ଥାନରେ ଆରମ୍ଭ ହୋଇଥିଲା ଗୁଡି ଉଡିବା ର ପର୍ଵ ।ତେବେ ଏକ ନାରଙ୍ଗୀ ରଙ୍ଗ ର ଗୁଡିଟି ଆକାଶ ରେ ଉଡିବା ସମୟରେ ଆକସ୍ମିକ ଭାବରେ ସେହି ଗୁଡି ସହ ଏକ ୩ ବର୍ଷ ର ଛୋଟ ଝିଅ ଟିଏ ଆକାଶ ର ପ୍ରାୟ ୧୦୦ ଫୁଟ ଉପରକୁ ଉଡିଯାଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକମାନେ କିଛି ଭାବିବା ପୂର୍ବରୁ ଏହା ହୋଇଯାଇଥିଲା ଫଳରେ ଲୋକମାନେ ହାହା କାର କରିବା ଛଡା ଆଉ କିଛି କରିପାରି ନଥିଲେ।

ତେବେ ଭଗବାନ ଙ୍କର କୃପା ରୁ ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଛୋଟ ପିଲା ଟି ଆକାଶ ର ୧୦୦ ଫୁଟ ଉପରେ ଉଡିବା ପରେ ଗୁଡି ସହ ତଳକୁ ଆସିଥିଲା ଓ ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ ।ତେବେ ପିଲାଟି ସୁରକ୍ଷିତ ଭାବରେ ଫେରିବା ପରେ ଲୋକମାନେ ଶାନ୍ତି ରେ ନିଶ୍ଵାସ ନେଇଥିଲେ ।

ତେବେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ଙ୍କର କହିବା ଅନୁସାରେ ଗୁଡି ଟି ବହୁତ ବଡ଼ ଥିଲା ଏବଂ ଏହା ଉଡିବା ସମୟରେ ଏହାର ଲାଞ୍ଜ ପିଲା ଟିର ଗୋଡ଼ରେ ଛନ୍ଦି ହୋଇଯାଇଥିଲା ଫଳରେ ପିଲାଟି ଗୁଡି ସହ ଉପରକୁ ଉଡିଯାଇଥିଲା। ସେମାନେ କହିଛନ୍ତି ଯେ ପବନ ର ବେଗ ଏତେ ଅଧିକ ଥିଲା ଯେ ଏହା ଆକସ୍ମିକ ଭାବରେ ଘଟିଗଲା ଫଳରେ କେହି କିଛି କରିପାରିନଥିଲେ। କିନ୍ତୁ ଭଗବାନ ଙ୍କର କୃପା ରୁ ପିଲା ଟି ସୁରକ୍ଷିତ ଭାବରେ ତଳକୁ ଆସିଥିଲା ।ଏହା ପରେ ସେଠାରେ ତୁରନ୍ତ କାଇଟ ଫେଷ୍ଟିଭାଲ କୁ ବନ୍ଦ କରାଯାଇ ଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।