Breking News – ଏବେ ଏବେ ଆସିଲା କ୍ରୀଡା ଜଗତକୁ ବଡ ଦୁଖଦଃ ଖବର । ହଠାତ ଏହି ମହାନ ଖେଳାଳି ଙ୍କର ହେଲା ଦେହାନ୍ତ, ସାରା ଦେଶରେ ଖେଳିଗଲା ଶୋକର ଛାୟା…

0

୨୦୨୧ ବର୍ଷ ର ଆଗମନ ଆଣିଛି ସାରା ହକି ଖେଳାଳୀ ଙ୍କ ପାଇଁ ଏକ ଦୁଃଖଦ ସମ୍ବାଦ ।ଏହି ନୂତନ ବର୍ଷର ଆଗମନ ରେ ପ୍ରାଣ ହରାଇଛନ୍ତି ମହାନ କ୍ରୀଡା ବିତ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ହକି ଖେଳାଳୀ ମାଇକେଲ କିଣ୍ଡୋ ।ସୂଚନା ଅନୁସାରେ ମାଇକେଲ କିଣ୍ଡୋ ଗତ କାଲି ରାଉଲକେଲା ର ଏକ ହସ୍ପିଟାଲରେ ମୃତ୍ୟବରଣ କରିଛନ୍ତି। ତେବେ ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା ବୋଲି ଜଣା ଯାଇଛି ।

ତାଙ୍କର ଦେହାନ୍ତ ର ପୂର୍ବ ଦିନ ତାଙ୍କର ଦେହ ବହୁତ ଅସୁସ୍ଥ ହୋଇଯିବାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ଧୀନ ସମୟରେ ସେ ମୃତ୍ୟୁ ବରଣ କରିଛନ୍ତି ।ଡାକ୍ତର ଙ୍କର କହିବା ଅନୁସାରେ ଏହା ତାଙ୍କର ବାର୍ଦ୍ଧକ୍ୟ ରୋଗ ଯୋଗୁଁ ତାଙ୍କର ମୃତ୍ୟୁହୋଇଛି

ତେବେ ମାଇକେଲ କିଣ୍ଡୋ ୧୯୪୭ ମସିହା ୨୦ ଜୁନ ରେ ଝାଡ଼ଖଣ୍ଡ ର ଏକ ମଧ୍ୟବିତ୍ତ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ପରେ ସେ ଓଡ଼ିଶା ରେ ବର୍ଷ ବର୍ଷ ଧରି ରହିଆସୁଥିଲେ ।ଯଦିଓ ସେ ଝାଡ଼ଖଣ୍ଡ ରେ ଜନ୍ମ ଗ୍ରହଣ କରିଥିଲେ କିନ୍ତୁ ଅଧିକ ରୁ ଅଧିକ ବର୍ଷ ସେ ଓଡ଼ିଶା ରେ ରହୁଥିଲେ ।ଏବଂ ଏତେ ଦିନ ଧରି ଓଡ଼ିଶା ରେ ରହିବା ପରେ ମଧ୍ୟ ତାଙ୍କୁ ଓଡ଼ିଶାର ବାସିନ୍ଦା ଭାବରେ ପରିଚୟ ନଥିବାରୁ ସେ ବହୁତ ଦୁଃଖ ପ୍ରକାଶ କରୁଥିଲେ। ଏବଂ ତାଙ୍କର ବଡ ଅବସସ ଥିଲା କି ତାଙ୍କୁ ଓଡ଼ିଶାର ସ୍ଥାୟୀ ବାସିନ୍ଦା ଭାବରେ ପରିଚୟ ମିଳିଲା ନାହିଁ ।

ତେବେ ସେ ୧୯୭୧ ମସିହା ସେ ଭାରତୀୟ ହକି ଟିମ ରେ ନିଜର ସ୍ଥାନ ପାଇଥିଲେ ଏବଂ ଭାରତ ସପକ୍ଷରେ ନିଜର ପ୍ରଥମ ହକି ମ୍ୟାଚ ଖେଳୀ ଥିଲେ ଏବଂ ସେଥିରେ ମଧ୍ୟ ବ୍ରଞ୍ଜ ପଦକ ହାସଲ କରିଥିଲେ ।ପରେ ୧୯୭୫ ମସିହାରେ ମାଇକେଲ କିଣ୍ଡୋ ବିଶ୍ୱ ଭାରତୀୟ ହକି ମ୍ୟାଚ ଖେଳୀ ସେଥିରେ ଚମ୍ପିୟାନସିପ ନେଇଥିଲେ ।ତେବେ ଏହି ମ୍ୟାଚ ଚମ୍ପିୟାନ ହେବା ପଛରେ ପ୍ରମୁଖ ଖେଳାଳୀ ଥିଲେ ମାଇକେଲ କିଣ୍ଡୋ ।ତେବେ ଏହି ସମୟରେ ତାଙ୍କୁ ଭାରତୀୟ ହକି ଖେଳ ର ମେରୁ ଦଣ୍ଡ ବୋଲି କୁହାଯାଉଥିଲା ।ସେ ଜଣେ ବ୍ୟାକ ବେଚ ଭାବରେ ଖେଳୁ ଥିଲେ ଏବଂ ତାଙ୍କର ଅଗଣତି ପ୍ରସଂଶକ ମଧ୍ୟ ଥିଲେ ।
ଆଉ ତାଙ୍କର ଏହିପରି କୃତିତ୍ବ ପାଇଁ ପରବର୍ତ୍ତୀ ସମୟରେ ଆମ ସରକାର ମାଇକେଲ କିଣ୍ଡୋ ଙ୍କୁ ସବୁଠାରୁ ମର୍ଯ୍ୟାଦା ଜନକ କ୍ରୀଡ଼ା ସମ୍ମାନ ତଥା ଅର୍ଜ୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା ।ତେବେ ମାଇକେଲ ଙ୍କ ଭଳି ଜଣେ ମହାନ କ୍ରୀଡ଼ା ବିତ ଙ୍କୁ ହରାଇ ସାରା ଦେଶ ରେ ଏବେ ଶୋକ ର ଛାୟା ଖେଳିଯାଇଛି ।ତାଙ୍କର ମୃତ୍ୟୁ ରେ ତାଙ୍କର ଜନ୍ମ ସ୍ଥାନ ଝାଡ଼ଖଣ୍ଡ ରେ ମଧ୍ୟ ଶୋକ ର ଛାୟା ଖେଳିଯାଇଛି ଏବଂ ସେ ସବୁଠାରୁ ଅଧିକ ଭଲ ପାଉଥିବା ଓଡ଼ିଶା ରେ ମଧ୍ୟ ଶୋକ ର ଛାୟା ଖେଳିଯାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।