Vastu Tips – ଘର ର ଏହି ଜାଗାରେ ଭୁଲରେ ବି ଲଗାନ୍ତୁ ନାହି ଦର୍ପଣ ନଚେତ୍ ଜିବନ ଯାଇପାରେ

0

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।

ଆପଣ ମାନେ ଜାଣିଥିବେ କି ଆମ ଘରର ଆଇନା କୁ ନେଇ ଆମର ଶାସ୍ତ୍ର ପୁରାଣରେ ବହୁତ କିଛି ତଥ୍ୟ ଦିଆଯାଇଛି ଯେପରି ସକାଳେ ଉଠି ଆଇନା ଦେଖିବା ଅଶୁଭ ଅଟେ ,ଭଙ୍ଗା ଆଇନା ରେ ମୁହଁ ଦେଖିବା ଉଚିତ ନୁହେଁ ଇତ୍ୟାଦି ।କିନ୍ତୁ କଣ ଆପଣ ଜାଣିଛନ୍ତି କି ଆଇନା କୁ ଘରର କେଉଁ ସ୍ଥାନରେ ରଖିବା ଉଚିତ ଓ କେଉଁ ସ୍ଥାନରେ ରଖିବା ଅନୁଚିତ । ତେବେ ଆମେ ଆଜି ଆପଣଂକୁ ଜଣେଇବୁ କି କେଉଁ ସ୍ଥାନରେ ଆଇନା ରଖିବା ଦ୍ବାରା ଘରେ ଦାରିଦ୍ର୍ୟତା ଦେଖାଯାଏ ଏବଂ କେଉଁଠି ରଖିବା ଉଚିତ ହୋଇଥାଏ ।

୧.ଘରର ଦର୍ପଣ ବା ଆଇନା କୁ ଘରର ସିନ୍ଧୁକ ଥିବା ସ୍ଥାନରେ ବିପରୀତ ଦିଗ ରେ ରଖନ୍ତୁ ।ଯେପରି ଆଇନା ର ମୁହଁ ସିନ୍ଧୁକ ଉପରେ ପଡିବ ।ଏପରି ଭାବରେ ଦର୍ପଣ ରଖିବା ଦ୍ବାରା ଘରେ ଧନ ସମ୍ପତ୍ତି ର ବୃଦ୍ଧି ହୋଇଥାଏ ।ଏବଂ ଘରର ଥିବା ଅଭାବ ଅନଟନ ମଧ୍ୟ ଦୂର ହୋଇଯାଇଥାଏ ।

୨.ଦର୍ପଣ କୁ ସବୁବେଳେ ନିଜ ଘର ବା ଦୋକାନ ର ମୁଖ୍ୟ ଦ୍ବାର ପାଖରେ ରଖନ୍ତୁ । ଏପରି ରଖିବା ଦ୍ବାରା ଘର ବା ଦୋକାନ ଉପରେ କୌଣସି ନାକରତ୍ମକ ଦୃଷ୍ଟି ପଡିନଥାଏ ।କାରଣ ଘର ଉପରେ ପଡିବା କୁ ଯାଉଥିବା କୂଦୃଷ୍ଟି ସେହି ଆଇନା ଦ୍ବାରା ନଷ୍ଟ ହୋଇଯାଇ ଥାଏ ।

୩.ଯଦି ଆପଣଙ୍କ ଘରେ କେଉଁ ଝିଅ ବା ପୁଅ ର ବିବାହ ବୟସ ହୋଇଯାଇଛି ଏବଂ ଆପଣ ତାଙ୍କର ବିବାହ କରିବାକୁ ଚାହୁଁଛନ୍ତି ସେମାନେ ରହୁଥିବା ରୁମ ଆଗରେ ଦର୍ପଣ କୁ ରଖନ୍ତୁ ନାହିଁ ।ଏପରି ରଖିବା ଦ୍ବାରା ପୁଅ ଝିଅ ଙ୍କର ବିବାହ ବାରମ୍ବାର ଭାଙ୍ଗୁଥାଏ ଏବଂ ବିବାହ ମଧ୍ୟ ହୋଇନଥାଏ ।

୪.ଘରର ଟିଭି ଓ କମ୍ପ୍ୟୁଟର ଆଗରେ କେବେବି ଆଇନା କୁ ରଖନ୍ତୁ ନାହିଁ ।ଯଦି ଟିଭି ବା କମ୍ପ୍ୟୁଟର ର ପ୍ରତିବିମ୍ବ ଆଇନା ଉପରେ ପଡିଥାଏ ତ ଆପଣଙ୍କ ଘରେ ସବୁବେଳେ କଳି ,ଝଗଡ଼ା ଓ ଅଶାନ୍ତି ଦେଖାଦେଇଥାଏ ।ଏପରି ରଖିବା ଦ୍ବାରା ଘର ଉପରକୁ ବିପଦ ମଧ୍ୟ ମାଡି ଆସିଥାଏ ।

୫.ଘର ବା ଦୋକାନ ର ସିଡ଼ି ପାହଚ ପାଖରେ କେବେବି ଆଇନା ରଖନ୍ତୁ ନାହିଁ କିନ୍ତୁ ଘର ବା ଦୋକାନ ର ଷ୍ଟୋର ରୁମ ରେ ଆଇନା ରଖିବା ଶୁଭ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।