Bastu Tips – ହଳଦୀ ଡବାରେ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ମା ଲକ୍ଷ୍ମୀ ବର୍ଷାଇବେ ଧନ

0

ମଣିଷ ଜୀବନ ମାନେ ତ ଦୁଃଖ କଷ୍ଟ ସବୁବେଳେ ଲାଗି ରହିବ, ଭଗବାନ ଜନ୍ମ ଦେଇଛନ୍ତି ଦୁଃଖ ଦେଲେ ସିଏ ଦେବେ ପରେ ସେଥିରୁ ଉଦ୍ଧାର କରିବେ, ସୁଖ ଦେଲେ ବି ସିଏ ଦେବେ। ଆଜିର ଏହି ଦୁନିଆରେ ସବୁଠାରୁ ବଡ ଜିନିଷ ହେଉଛି ଟଙ୍କା, ଏହି ଟଙ୍କା ପାଇଁ ଆଜିକାଲି ଲୋକ ମାନେ ନିଜର ସମ୍ପର୍କ କୁ ମଧ୍ୟ ଭୁଲି ଯାଉଛନ୍ତି, ଆଜିକାଲି ଲୋକ ମାନେ ଟଙ୍କା ପାଇଁ ସବୁକିଛି ଭୁଲି ଯାଉଛନ୍ତି। ଭଗବାନ ବି ଏପରି ଯାହାକୁ ଦେଉଛନ୍ତି, ପୁରା ଅପର୍ଯ୍ୟାପ୍ତ ପରିମାଣ ରେ ଦେଉଛନ୍ତି ଆଉ ଯାହାକୁ ଦେଉ ନାହାଁନ୍ତି ତାକୁ ଯମାବି ଦେଉନାହାଁନ୍ତି।

ଲୋକ ମାନେ ବି ଅଛନ୍ତି ଯେଉଁମାନେ କି ଟଙ୍କା ପାଇଁ ଅନେକ ଛୋଟ ଛୋଟ କାର୍ଯ୍ୟ କରିଥାଆନ୍ତି। ବେଳେ ବେଳେ ଆମେ ମାନେ ଅନୁଭବ କରିଥିବା କି ଆମ ଘରେ ସବୁ ଠିକ୍ ଠାକ୍ ଚାଲିଥାଏ କିନ୍ତୁ ହଠାତ୍ ଏପରି ହୁଏ ଘରେ ସବୁ ଅସୁବିଧା ହେବା ଆରମ୍ଭ କରେ, ଘରେ ବହୁତ କ୍ଷୟକ୍ଷତି ହୁଏ, ଲୋକ ମାନେ ପୁରା ହାରାସ ହୋଇଯାଉଛନ୍ତି।

ଟଙ୍କା ପଇସା ରେ ଅସୁବିଧା ହେଲେ ଆମେ ମାନେ ଭାବୁ କି କଣ କରିଲେ ଆମର ସବୁ ଠିକ୍ ହୋଇଯିବ, ଆମର ସବୁ ସଙ୍କଟ ଦୂର ହୋଇଯିବ। ଆମେ ଆଜି ଆପଣ ମାନଙ୍କୁ ଏପରି କିଛି କଥା କହିବୁ ଯାହାକୁ ଆପଣ ମାନେ କରିଲେ ଆପଣଙ୍କ ର ସମସ୍ୟା ଦୂରେଇ ଯିବ ଏବଂ ମାଆ ଲକ୍ଷ୍ମୀ ଖୁସି ହୋଇଯିବେ।

ଆମେ ମାନେ ତ ସମସ୍ତେ ହଳଦୀ କୁ ନିଶ୍ଚିତ ଭାବେ ବ୍ୟବହାର କରୁଥିବା, ଖାଦ୍ୟ ରେ ତ ଏହା ନପଡିଲେ ଖାଦ୍ୟ ର ରଙ୍ଗ ହିଁ ଆସେନି। ତେବେ ଏହା ଏପରି ଏକ ଜିନିଷ ଯାହାକି ସବୁଆଡୁ ଆମକୁ ବହୁତ ଫଳପ୍ରଦ ହୋଇଥାଏ। ହଳଦୀ ର ପ୍ରୟୋଗ ଆମ ମାନଙ୍କୁ ଅନେକ ବଡ ବଡ ରୋଗରୁ ମଧ୍ୟ ଭଲ କରିଦିଏ। ହଳଦୀର ଚିମୁଟାଏ ବୁନ୍ଦା ଆମ ଜୀବନର ସବୁ ଅସୁବିଧା କୁ ଠିକ୍ କରିଦେଇଥାଏ, ବିଗିଡି ଯାଇଥିବା କାମ ମଧ୍ୟ ସଜାଡି ହୋଇଯାଏ।

ଏହି ହଳଦୀ ଆମ କୁଣ୍ଡଳୀ ର ବୃହସ୍ପତି ଅଟେ, ବୃହସ୍ପତି ମାନେ ସନ୍ତାନ ସୁଖ, ବୈବାହିକ ସୁଖ, ଧନ ଜ୍ଞାନ ଆଦି ସବୁ। ଯଦି କାହାର ବିବାହ ହେଉନାହିଁ କିମ୍ବା ବୈବାହିକ ଜୀବନରେ ଅସୁବିଧା ରହିଛି ତେବେ ଗାଧୋଇବା ସମୟ ରେ ପାଣିରେ ହଳଦୀ ପକାଇ ଗାଧୋଇଲେ ବିବାହ ର ଯୋଗ ଖୋଲି ଯାଇଥାଏ। ହଳଦୀ ର ତିଳକ ପ୍ରତିଦିନ ମୁଣ୍ଡରେ ଲଗାଇ ବାହାରକୁ ଗଲେ ଯଶ ସମ୍ମାନ ଆଦି ବଢିଥାଏ।

ଗାଧୋଇଲା ପରେ ଅଳ୍ପ ହଳଦୀ ନେଇ ଶ୍ରୀହରିଙ୍କ ଚରଣରେ ଲଗାନ୍ତୁ ଏହାପରେ ସେହି ହଳଦୀ ନେଇ ମଥାରେ ଏବଂ ବେକରେ ଲଗାନ୍ତୁ ଏହା ଦ୍ୱାରା ଆପଣଙ୍କର ବିଜୟ ଚାରି ଦିଗରୁ ହୋଇଥାଏ। ତେବେ ଆପଣ ମାନେ ଜାଣିଛନ୍ତି କି ଏପରି କିଛି ଜିନିଷ ରହିଛି ଯାହାକୁ ଆମେ ମାନେ ଆମ ରୋଷେଇ ଘରର ହଳଦୀ ଡବା ରେ ରଖିଦେଲେ ଆମେ ମାନେ ଏବଂ ଆମ ଘର ନକରାତ୍ମକ ଶକ୍ତି ରୁ ଦୂରେଇ ରୁହେ।

ଯଦି ଆପଣ ମାନେ ଆପଣଙ୍କ ଘର ଚାରିପଟେ କରିଥିବା ପାଚେରୀ ରେ ହଳଦୀର ରେଖା ଟାଣିଦେବେ ତେବେ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ। ଯଦି ଆପଣ ଭଡା ଘରେ ଅଛନ୍ତି ବା ଫ୍ଲାଟ୍ ରେ ରହୁଛନ୍ତି ପାଚେରି ରେ ହଳଦୀ ରେଖା ଟାଣି ପାରୁ ନାହାଁନ୍ତି ତେବେ ଘରର ମୁଖ ଦ୍ୱାର ରେ ଲଗାଇ ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।