୫୦ ବର୍ଷ ପରେ ବାହାଘର ହେଲା ଏହି ବୁଢା ବୁଢ଼ୀଙ୍କ ବାହାଘର ସମ୍ପୂର୍ଣ୍ଣ କଥା ଟି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଯୋଡି ସବୁ ଉପରୁ ଭଗବାନ ବନେଇ ଥାନ୍ତି। ଏହି କଥା ଆପଣ ମାନେ ଅନେକ ଥର ଶୁଣିଥିବେ। ଏହି କଥା ରିଏଲ୍ ଲାଇଫ୍ ରେ ମଧ୍ୟ ଅନେକ ଥର ଦେଖିବାକୁ ଏବଂ ଶୁଣିବାକୁ ମଧ୍ୟ ମିଳିଥାଏ। ଯେତେବେଳେ ଏକ ଲୋକ କୁ ତାର ସଚ୍ଚା ଜୀବନ ସାଥୀ ମିଳିଯାଇଥାଏ। ସେତେବେଳେ ଆମକୁ ବାହା ହେବା ପାଇଁ ଡେରି ଲାଗି ନଥାଏ। ଏମିତିବି କିଛି ଲୋକ ଅଛନ୍ତି ଯେଉଁମାନେ କି ବାହା ନ ହୋଇ ପରସ୍ପର ସହ ସେହି ପରି ରହିବାକୁ ପସନ୍ଦ କରନ୍ତି ଯାହାକୁ ଆଜି କାଲି ଭାଷା ରେ ଲିଭ୍ ଇନ୍ ରିଲେସନ୍ସିପ୍ କୁହାଯାଉଛି।

ଏମିତି ରେ ଆମେ ଆଜି ଆପଣ ମାନଙ୍କୁ ଏହି ପରି ଏକ ବୃଦ୍ଧ ଦମ୍ପତ୍ତି ଙ୍କ ସମ୍ପର୍କରେ କହିବୁ। ଯେଉଁ ମାନେ କି 50 ବର୍ଷ ଧରି ଲିଭ୍ ଇନ୍ ରିଲେସନ୍ସିପ୍ ରେ ରହିବା ପରେ ଏହି ନିକଟ ରେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଛତିଶଗଡ଼ ର କବର୍ଧା ଜିଲ୍ଲା ର ଖେରଝିଟି ଗ୍ରାମ ରେ ହେଇଥିବା ଏହି ବାହାଘର କୁ ଦେଖି ସମସ୍ତେ ଆର୍ଶ୍ଚଯ୍ୟ ହୋଇ ରହିଯାଇଛନ୍ତି। ବର ର ବୟସ 73 ବର୍ଷ ହୋଇଥିବା ବେଳେ କନ୍ୟା ଙ୍କ ର ବୟସ 67 ବର୍ଷ ଅଟେ।

ଗତ ଶନିବାର ଦିନ ଏହି ଦୁଇ ଜଣ ବୃଦ୍ଧ ଏବଂ ବୃଦ୍ଧା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅନେକ ଜଣ ଙ୍କୁ ତ ଏହି କଥା ଶୁଣି ବି ଆର୍ଶ୍ଚଯ୍ୟ ଲାଗୁଛି କି 50 ବର୍ଷ ଧରି ଲିଭ୍ ଇନ୍ ରିଲେସନ୍ସିପ୍ ରେ ରହିବା ପରେ 73 ଏବଂ 67 ବର୍ଷ ରେ ପରସ୍ପର କୁ ବିବାହ କରିଛନ୍ତି। ଏହି ଦୁଇ ଜଣ ଙ୍କ ର ନାମ ହେଉଛି ସୁକାଲ୍ ନିଷାଦ ଏବଂ ଗୌତରହିନ । ଏମାନ ଙ୍କୁ ତ ଲିଭ୍ ଇନ୍ ରିଲେସନ୍ସିପ୍ ବି କଣ ତାହା ଜଣା ନାହିଁ।

ଏମାନଙ୍କ ର ଦୁଇ ଜଣ ଙ୍କ ର ଆର୍ଥିକ ସ୍ଥିତି ବହୁତ ଦୟନୀୟ ଥିଲା। ଏମାନେ ପରସ୍ପର କୁ ବାହା ହେବା ଏବଂ ଗାଁ ଲୋକ ଙ୍କୁ ଭୋଜି ଦେବା ପାଇଁ ସକ୍ଷମ ନଥିଲେ। ସେଥିପାଇଁ ସେମାନେ ଯେତେବେଳେ ପ୍ରଥମ ଥର ଦେଖା ହୋଇଥିଲେ। ସେତେବେଳେ ହିଁ ପରସ୍ପର ସ୍ଥିର କରି ନେଇଥିଲେ। ବାହା ନହୋଇ ପରସ୍ପର ଏକାଠି ରହିବେ।

ଦୁଇ ଜଣ ଙ୍କ ର ଚିନ୍ତାଧାରା ଥିଲା କି ବାହା ନ ହେଲେ ଜୀବନ ରେ ମୋକ୍ଷ ମିଳିବ ନାହିଁ। ଏଥିପାଇଁ ସୁକାଲ ନିଜର ଏହି କଥା ନିଜ ର ଏକ ସାଙ୍ଗ ଙ୍କ ସହ ବାଣ୍ଟି ଥିଲେ। ଏହି କଥା ସୁକାଲ୍ ଙ୍କ ସାଙ୍ଗ ତାଙ୍କ ଗାଁ ଲୋକ ଙ୍କୁ ଏବଂ ସୁକାଲ୍ ଙ୍କ ପିଲା ମାନଙ୍କୁ କହିଥିଲେ। ସେମାନେ ଏହାପରେ ସମସ୍ତେ ମିଶି ସେମାନଙ୍କ ର ବାହାଘର କରିଥିଲେ। ସେମାନଙ୍କ ର ଦୁଇ ଟି ପୁଅ ଏବଂ ଗୋଟେ ଝିଅ ଅଛନ୍ତି। ସେମାନଙ୍କ ର ନାତି ନାତୁଣୀ ସବୁ ମଧ୍ୟ ରହିଛନ୍ତି। ଏଥିରେ ତାଙ୍କ ବାହାଘର ରେ ତାଙ୍କ ର ପୁଅ ଝିଅ ବୋହୂ ନାତି ନାତୁଣୀ ସମସ୍ତେ ସାମିଲ୍ ହେଇଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।