ଏଠାରେ ପାଳନ କରାଯାଏ ଶବ ଉତ୍ସବ ଏହି ପରମ୍ପରା ବିଷୟରେ ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ……

0

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛ । ବର୍ତ୍ତମାନ ପ୍ରାୟ ସମସ୍ତ ଲୋକ ଶିକ୍ଷା ଲାଭ ମଧ୍ୟ କରୁଛନ୍ତି । କିନ୍ତୁ ଏବେ ବି ଏହି ବିଶ୍ୱ ରେ କେତେକ ସ୍ଥାନରେ ଏମିତି କିଛି ପ୍ରଥା ରହିଛି ଯାହା ଜାଣିଲେ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ । ଏମିତି ବହୁତ କିଛି କୁପ୍ରାଥ କୁ ମଧ୍ୟ ଲୋକମାନେ ନିଜର ସଂସ୍କୃତି ବୋଲି କହି ଆଜି ପର୍ଯ୍ୟନ୍ତ ମାନି ଆସିଛନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ବି ଚକିତ ହୋଇରହିଯିବେ ।

ସୂଚନାଯୋଗ୍ୟ ଯେ , ଏହି ଅତ୍ୟାଧୁନିକ ସମାଜରେ ମଧ୍ୟ କେତେକ ସ୍ଥାନରେ ଏମିତି କିଛି ପ୍ରାଥ ରହିଛି ଯେ ଯାହା ଜାଣିଲେ ଆପଣ ବିଶ୍ୱାସ କରିବେନି ।ତେବେ ଆପଣ ମାନେ ପୂର୍ବରୁ ଶୁଣିଥିବେ କି ବହୁତ ପ୍ରଜାତିର ଲୋକ ମାନେ ଭଲ ଫସଲ ପାଇଁ ରକ୍ତ ଦାନ କରିଥାନ୍ତି ତ ..କୋଉଠି ଘରର ମଙ୍ଗଳ ପାଇଁ ନରବଳୀ ଦେଇଥାନ୍ତି ।କିନ୍ତୁ ଆମେ ଆଜି ଆପଣଂକୁ ଯେଉଁ ପରମ୍ପରା କଥା ଜଣେଇବୁ ତାହା ଆଗରୁ ଆପଣ କେବେ ବି ସୁଣିନଥିବେ ।ତେବେ ଇଣ୍ଡୋନେସିଆ ର ତ୍ବରାଜନ ଜନଜାତି ଙ୍କର ପରମ୍ପରା ବିଷୟରେ ଆସନ୍ତୁ ଜାଣିବା।

ସୂଚନାଯୋଗ୍ୟ ଯେ ,ଇଣ୍ଡୋନେସିଆ ର ସୁରଟାଲ ଦ୍ୱୀପ ରେ ରହୁଛନ୍ତି ତ୍ବରାଜନ ଜନଜାତି ଯାହା ଙ୍କର ପରମ୍ପରା ସବୁଠାରୁ ଭିନ୍ନ ଓ ସ୍ୱତନ୍ତ୍ର ।ଏହି ଜନଜାତି ର ଲୋକମାନେ ମା ନିନୀ ନାମକ ଏକ ପରମ୍ପରା ପାଳନ କରିଥାନ୍ତି ଯାହା ଅତ୍ୟନ୍ତ ଅଦ୍ଭୂତପୂର୍ବ ଏବଂ ଅଭାବନୀୟ ମଧ୍ୟ ।ତେବେ ସେହି ପରମ୍ପରା ଅନୁସାରେ ସେମାନେ ତାଙ୍କର ବନ୍ଧୁ ବର୍ଗ ଓ ପରିବାର ଲୋକଙ୍କ ସହ ପାଳନ କରନ୍ତି ବରଂ ପାଳନ କରନ୍ତି ପୁରାତନ ସବ ସହ ।କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ ।

ତେବେ ଏହି ପରମ୍ପରା ଅନୁସାରେ ସେମାନେ ପ୍ରତି ୩ ବର୍ଷରେ ଥରେ ନିଜର ପ୍ରିୟଜନ ଙ୍କର ସବ କୁ କଫିନ ରୁ ବାହାର କରି ତାଙ୍କ ସହ ଉତ୍ସବ ପାଳନ କରିଥାନ୍ତି ।ତେବେ ଖାଲି ଏଇକି ନୁହେଁ ବରଂ ସେମାନଙ୍କୁ କଫିନ ରୁ ବାହାର କରି ତାଙ୍କୁ ସାବୁନ ଲଗାଇ ଭଲ ଭାବରେ ଗାଧେଇଥାନ୍ତି ।ପରେ ସେହି ସବ କୁ ନୂଆ କପଡା ପିନ୍ଧାଇ ଭଲ ଭାବରେ ସଜାଇଥାନ୍ତି ।ଏହି ଜନଜାତି ର ଲୋକମାନେ ବିଶ୍ୱାସ କରନ୍ତି ଯେ ମୃତ୍ୟୁ ଏକ ପର୍ଯ୍ୟାୟ ଅଟେ ତେଣୁ ସେମାନଙ୍କୁ ଏପରି ସଜେଇବା ଦ୍ବାରା ସେମାନେ ତାଙ୍କର ଦ୍ୱିତୀୟ ପର୍ଯ୍ୟାୟକୁ ଯାଇଥାନ୍ତି ।ତେବେ ଏହି ପରମ୍ପରା ପଛରେ ଏକ କାହାଣୀ ମଧ୍ୟ ଯୋଡି ହୋଇ ରହିଛି ଯାହା ଅତ୍ୟନ୍ତ ବିସ୍ମୟକର ଅଟେ ।

ତେବେ ଏଠାକାର ବୟସ୍କ ଲୋକଙ୍କ ର କହିବା ଅନୁସାରେ ପ୍ରାୟ ୧୦୦ ବର୍ଷ ପୂର୍ବେ ଏହି ଜନଜାତି ର ଜଣେ ଶିକାରୀ ଜଙ୍ଗଲ ରେ ଏକ ସଡ଼ି ଯାଇଥିବା ସବ କୁ ନିଜ ଘରକୁ ଆଣି ତାହାକୁ ସଜେଇ ତାର ସବସତ୍କାର କରିଥିଲେ ଆଉ ତା ପରେ ସେ ଆକସ୍ମିକ ଭାବରେ ଧନୀ ହୋଇଗଲେ ।ତେଣୁ ସେହି ଜନଜାତି ର ଲୋକମାନେ ପ୍ରତି ତିନି ବର୍ଷ ରେ ଶବକୁ ବାହାର କରି ଏହି ପର୍ଵ ପାଳନ କରିଥାନ୍ତି ।ଆଉ ବିଶ୍ୱାସ କରିଥାନ୍ତି ଯେ ଏହା ତାଙ୍କ ଜୀବନରେ ଖୁସି ଆଣିଦେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।