ଜାଣନ୍ତୁ କାମାକ୍ଷା ପୀଠର ରହସ୍ୟ ଓ ଏହାର ମହିମା ବିଷୟରେ ଯାହା ମହାଦେବ ଙ୍କ ପ୍ରଥମ ପତ୍ନୀ ସତୀଙ୍କ ସହିତ ଜଡିତ

0

ଆମ ଦେଶ ରେ ୫୧ ଟି ମାତା ସତୀଙ୍କ ର ଶକ୍ତି ପୀଠ ରହିଛି। ଯାହାକୁ ଦେଖିବାକୁ ପ୍ରାୟ ଅନେକ ପର୍ଯ୍ୟଟନ ମାନେ ଭ୍ରମଣ କରି ଥାନ୍ତି। ତେବେ ଆଜି ଆମେ ଏକ ବିଶେଷ ଶକ୍ତି ପୀଠ ବିଷୟରେ କଥା ହେବାକୁ ଯାଉଛୁ। ଯାହା ଆସାମ ରାଜ୍ୟରେ ଅବସ୍ଥିତ ଅଟେ। ଏହାର ନାମ ରହିଛି କାମାକ୍ଷା ମନ୍ଦିର। ଏହି ମନ୍ଦିର ଟି ଆସାମ ର ଗୁହାଗାଟି ଠାରୁ ପ୍ରାୟ ଆଠ କିମି ଦୂରରେ ଅବସ୍ଥିତ ଅଟେ। ତେବେ ଏଠାରେ ଦେଖିବାକୁ ପାଇଁ କେବଳ କିଛି ମନ୍ଦିର ରହିଛି। ମାତ୍ର ଏହାର ବିଶେଷତ୍ୱ ହେଲା ଏହା ହେଉଛି ମାତା ସତୀ ଙ୍କ ର ଏକ ଶକ୍ତି ପୀଠ। ଯାହା ର ଉପଖ୍ୟାନ ମହାଦେବ ଙ୍କ ସହିତ ଜଡିତ। ତେବେ ଏହି ମନ୍ଦିର ରେ ମାତା ସତୀ ଙ୍କ ର ଯୋନି ଙ୍କୁ ପୂଜା କରାଯାଇ ଥାଏ।


ଏମିତି କୁହାଯାଏ ମହାଦେବଙ୍କ ପ୍ରଥମ ପତ୍ନୀ ସତୀ ଙ୍କର ଯୋନୀ ଏଠାରେ ସ୍ୱର୍ଗ ଲୋକ ରୁ ପଡିଥିଲା। ଆଉ ସେବେ ଠାରୁ ଏହାକୁ ପୂଜା କରାଯାଉଛି। ତେବେ ଏହା ପଛରେ ରହିଛି ଏକ ଧାର୍ମିକ ବିଶ୍ଵାସ ସହିତ ଜଡିତ କଥା। ଯାହା ଅନୁସାରେ। ମାତା ସତୀ ଙ୍କ ପିତା ହେଲେ ଦକ୍ଷ। ସେ ମହାଦେବ ଙ୍କୁ ପସନ୍ଦ କରନ୍ତି ନାହିଁ। ତାଙ୍କର ଝିଅ ସତୀର ମହାଦେବ ଙ୍କ ସହିତ ବିବାହ ପସନ୍ଦ ନଥିଲା। ତେଣୁ ସେ ଆୟୋଜନ କରିଥିବା ଏକ ଯଜ୍ଞ ରେ ମହାଦେବ ଙ୍କୁ ଆମନ୍ତ୍ରଣ କରି ନଥିଲେ। ଏହା ଶୁଣି ମାତା ସତୀ ନିଜେ ଆସି ତାଙ୍କ ପିତାଙ୍କୁ ଏହା ବିଷୟରେ ପଚାରିଥିଲେ।


ଦକ୍ଷ କିନ୍ତୁ ସିଧାସଳଖ ଅନେକ ଅପମାନ ଦେଇଥିଲେ ଶିବଙ୍କୁ । ଆଉ ଏଥିରେ ସହ୍ୟ କରି ପାରିଲେ ନାହିଁ ମାତା ସତୀ। ଶେଷରେ ନିଜର ଜୀବନ ନାଶ କରିବାକୁ ନିଷ୍ପତ୍ତି ନେଲେ। ଆଉ ଶେଷ ରେ ସେହି ଯଜ୍ଞ ରେ ନିଜର ପ୍ରାଣ ତ୍ୟାଗ କରିଦେଲେ। ଏହା ଶୁଣି ମହାଦେବ ସେଠାରେ ନିଜେ ଆସି ପହଁଚିଲେ। ଆଉ ମାତା ଙ୍କ ଶରୀର କୁ ନେଇ ସ୍ୱର୍ଗ ରେ ତାଣ୍ଡବ କରି ଚାଲିଲେ। ଏପରି ଅନେକ ଦିନ ତାଙ୍କ ଶରୀର କୁ ଧରି ଏଣେ ତେଣେ ପାଗଳ ଭଳି ଘୁରିବୁଲିଲେ। ମାତ୍ର ଶେଷରେ ବିଷ୍ଣୁ ନିଜେ ଆସି ନିଜ ସୁଦର୍ଶନ ଚକ୍ର ରେ ତାଙ୍କ ଶରୀର କୁ ୫୧ ଖଣ୍ଡ କରିଦେଲେ। ଆଉ ଏହି ଖଣ୍ଡ ଗୁଡିକ ପୃଥୀବୀ ପୃଷ୍ଠ ରେ ଆସି ପଡିଲା। ତେବେ ଏହି କାମାକ୍ଷା ମନ୍ଦିର ରେ ମାତା ସତୀଙ୍କ ଯୋନୀ ପଡିଥିଲା।ଆଉ ସେବେଠାରୁ ଏହାକୁ ପୂଜା କରି ଆସୁଛନ୍ତି ଲୋକେ।


ତେବେ ବର୍ଷ ର ଏମିତି ଏକ ତିନି ଦିନ ଆସେ ଯେଉଁଦିନ ଅନେକ ତାନ୍ତ୍ରିକ ଆସି ଏଠାରେ ଉପସନା କରିଥାନ୍ତି। ଆଉ ଏହି ତିନି ଦିନ ସତୀଙ୍କ ଏହି ଯୋନୀ ରୁ ରକ୍ତ ସ୍ରାବ ହୋଇଥାଏ। ଯାହା ପାଇଁ ବ୍ରହ୍ମପୁତ୍ର ନଦୀର ଜଳ ମଧ୍ୟ ଲାଲ ହେଉଥିବାର ଦେଖିବାକୁ ମିଳେ ବୋଲି ଲୋକେ କହନ୍ତି। ତେବେ ଏହା ସବୁଠାରୁ ଶକ୍ତିଶାଳୀ ପୀଠ। ଏହି ମନ୍ଦିର ପାଖରେ ବଳି ମଧ୍ୟ ପଡିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।