ଆମ ସମାଜ ର ସମସ୍ତ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ଏହି ରାସ୍ତାରେ ଅଟୋ ଚଲଉଥିବା ମେଧାବୀ ଛାତ୍ରୀ

0

ଆମେ ଯେତେବେଳେ ଆମ ସମାଜରେ ଜଣେ ସଫଳ ମଣିଷ ଙ୍କୁ ଦେଖୁ ତା ଆମେ ତାଙ୍କ ବିଷୟରେ ବହୁତ କିଛି ଭାବିଥାଉ । ଆମକୁ ଲାଗେ କି ଜଣେ ନିଜ ଜୀବନରେ ସଫଳତା ପାଇବା ଏତେ ବି କଷ୍ଟ ନୁହଁ ମାତ୍ର ଯେତେବେଳେ ଆପଣ ସେହି ସଫଳ ମଣିଷ ଟୀ ପଛରେ ଥିବା କାହାଣୀ ଜାଣିଥାଉ ସେତେବେଳେ ଆମେ ଅନୁଭବ କରୁ ତା ପଛରେ ଥିବା ତ୍ୟାଗ ଏବଂ ପରିଶ୍ରମ। ତେବେ ଆମେ କହି ରଖୁଚୁ ଯେ ସଫଳତା କେବେ ହେଲେ ଆପେ ଆପେ ମିଳିନଥାଏ । ଏହାକୁ ହାସଲ କରିବକୁ ହୁଏ ଏବଂ ଏହା ପାଇଁ କଠିନ ରୁ ଅତି କଠିନ କାମ ମଧ୍ୟ କରିବାକୁ ହୋଇଥାଏ । ଯଦିଓ ଏହା ଉପରକୁ ବହୁତ ସହଜ ଦେଖାଯାଏ କିନ୍ତୁ ଏହାର ମଧ୍ୟରେ ବହୁତ କଷ୍ଟ ପରିସ୍ଥିତି ସବୁ ଗତି କରିଥାଏ।

ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଛାତ୍ରୀ ଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯିଏକି ଆଗାମୀ ଦିନରେ ଆମ ଛାତ୍ରଛାତ୍ରୀ ଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ସୂଚନା ଅନୁସାରେ , ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଅଞ୍ଚଳରେ ଝାଂସୀ ରାଣୀ ପଣ୍ଡା ନାକମ ଜଣେ କଲେଜ ଛାତ୍ରୀ ରାସ୍ତାରେ ଅଟୋ ଚଳେଉଛନ୍ତି ।ସେ ବି ନିଜର ପାଠ ପଢା କୁ ସଫଳ କରିବା ପାଇଁ । ଯଦିଓ ବର୍ତ୍ତମାନ ଯୁଗରେ ଏହି କଥାଟି ଏତେବି ବିରଳ ନୁହେଁ କିନ୍ତୁ ଓଡ଼ିଶାରେ ଏହା ପ୍ରଥମ ଅଟେ ।

ଉଲେଖଯୋଗ୍ୟ ଯେ , ଝାଂସୀ ଗୋଟିଏ ମଧ୍ୟବିତ୍ତ ପରିବାରର ଅଟନ୍ତି । ତାଙ୍କର ସମୁଦାୟ ପରିବାର ଲୋକ ସଂଖ୍ୟା ହେଉଛି ୬ କିନ୍ତୁ ରୋଜଗାର କରିବାକୁ ବାପା ଅଜୟ ପଣ୍ଡା ଏକୁଟିଆ । ଅଜୟ ଏକ ବସ ଡ୍ରାଇଭର ଭାବରେ କାମ କରନ୍ତି ତା ବାବଦକୁ ତାଙ୍କୁ ମାସରେ ମାତ୍ର ୬,୦୦୦ ଟଙ୍କା ଦରମା ମିଳିଥାଏ । କିନ୍ତୁ ଏତିକି ଟଙ୍କା ତାଙ୍କ ପରିବାରର ସମସ୍ତ ସଦସ୍ୟ ଙ୍କ ଗୁଜୁରାଣ ମେଟେଇବାକୁ ଅସମର୍ଥ ହେଉଥିଲା । ତେବେ ଝାଂସୀ ଯେତେବେଳେ ତାଙ୍କ ପରିବାର ର ଏହି ଅସୁବିଧା କୁ ଅନୁଭବ କରିପାରିଲେ ସେତେବେଳେ ସେ ନିଷ୍ପତ୍ତି ନେଇଥିଲେ କି ପାଠ ପଢିବା ସହ ଅଟୋ ଚଳେଇବର କାର୍ଯ୍ୟ ମଧ୍ୟ କରିବେ ବୋଲି ।

ଏହି ନିଷ୍ପତ୍ତି ନେବା ପରେ ସେ ଏକ ଅଟୋ ଡ୍ରାଇଭିଂ ଶିକ୍ଷାକେନ୍ଦ୍ର ରେ ଗୋଟିଏ ମାସ ଟ୍ରେନିଂରେ ରେ ଅଟୋ ଚଲେଇବା ଶିଖିଲେ ।ଏବଂ ପରେ ଏକ ସେକେଣ୍ଡ ହ୍ୟାଣ୍ଡ ଅଟୋ ବର୍ତ୍ତମାନ ସେ ମୟୁରଭଞ୍ଜ ର ରାସ୍ତାରେ ଚଲେଇବା ରେ ସମସ୍ତ ଙ୍କ ନଜର କୁ ଆସିଥିଲେ । ଝାଂସୀ କହିଛନ୍ତି ଯେ , ସେ ପ୍ରତିଦିନ ପ୍ରାୟ ୨୦୦/- ଟଙ୍କା ଆୟ କରନ୍ତି । ଏବଂ ଏହି ଟଙ୍କା ତାଙ୍କର ପାଠ ପଢିବା ରେ ସହାୟତା ହେବା ସହ ତାଙ୍କ ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ କରିବ ବୋଲି ସେ ଆଶା ରଖିଛନ୍ତି । ସେ କହିଛନ୍ତି ଯେ ପ୍ରଥମେ ଯେତେବେଳେ ସେ ଅଟୋ ଚଲେଇବା କୁ ରାସ୍ତା କୁ ଆସିଥିଲେ ତାଙ୍କୁ ବହୁତ ସମସ୍ୟା ର ସମ୍ମୁଖିନ ହେବାକୁ ପଡିଥିଲା ।ମାତ୍ର ବର୍ତ୍ତମାନ ତାଙ୍କ ଉପରେ ଏହାର କୌଣସି ବି ଫରକ ପଡେ ନାହିଁ ବୋଲି ସେ କହିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।