ପ୍ରଥମ ଦିବ୍ୟାଙ୍ଗ ଯୁବତୀ , ଯାହାଙ୍କୁ ମିଳିଛି ଡ୍ରାଇଭିଙ୍ଗ ଲାଇସେନ୍ସ ବାଃ ବାଃ ରେ ଝିଅ ଏହି ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ଯଦି ଆପଣଙ୍କ ମନରେ ଥିବ ଅଦମ୍ୟ ସାହାସ। ଏବଂ ନିଜର ଲକ୍ଷ୍ଯ କୁ ଛୁଇଁବା ପାଇଁ ଦ୍ଋଢ ଇଛା। ତାହା ହେଲେ ଦୁନିଆ ର କୈଣସି ବି ଶକ୍ତି ଆପଣଙ୍କୁ ହରେଇ ପାରିବ ନାହିଁ। ଭାଗ୍ୟ ବି ଆପଣ ଙ୍କ ଆଗରେ ହାର ମାନିବ। ତେବେ ଆପଣ ମାନେ ନିଜର ଅସଲ ଜୀବନ ରେ କିମ୍ବା ଟିଭି ଏବଂ ନ୍ୟୁଜ୍ ପେପର୍ ରେ ଦେଖିବାକୁ ପାଇଥିବେ, ଏମିତିକି କିଛି ବ୍ଯକ୍ତି ଙ୍କ ବିଷୟ ରେ,

ଯେଉଁ ମାନେ କି ଶାରୀରିକ ବିକଳାଙ୍ଗ ହୋଇଥିବେ। କିନ୍ତୁ ଶାରୀରିକ ବିକଳାଙ୍ଗ ହୋଇଥିବା ସତ୍ତ୍ବେ ବି ସେମାନେ ଜୀବନ ରେ କିଛି କରିଦେଖାଇବା ପାଇଁ ଇଚ୍ଛା କରିଥାନ୍ତି। ଓ ତାହା କରି ମଧ୍ଯ ଦେଖାଇଥାନ୍ତି। କିଏ ହାତ ନ ଥାଇ ବି ନିଜର ଗୋଡ ସାହାଯ୍ୟ ରେ ଲୁଗା ସିଲେଇ କରିପାରୁଛି। ତୁ ଆଉ କିଏ ନିଜ ଗୋଡ ସାହାଯ୍ୟ ରେ ଭଲ ଚିତ୍ର ଆଙ୍କିପାରୁଛି।

ତେବେ ଆଜି ଆମେ ମଧ୍ଯ ସେହିଭଳି ଏମିତି ଜଣେ ଯୁବତୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏକି ହାତ ନ ଥିଲେ ମଧ୍ଯ ନିଜ ଗୋଡ ସାହାଯ୍ୟ ରେ କାର୍ ଚଲେଇ ପାରୁଛନ୍ତି। କେରଳ ର କରିମନୋର ଗାଁ ରେ ରହୁଥିବା ୨୮ ବର୍ଷୀୟ ଜିଲୋମଲ ମେରିୟଟ୍ ଥମାସ୍। ନାମ ଟି ଶୁଣିବା ପାଇଁ ଯେମିତି କଷ୍ଟିଆ ତାଙ୍କର ଜୀବନ ମଧ୍ଯ ସେହିଭଳି କଷ୍ଟକର। କାରଣ ସାଧାରଣ ଲୋକ ଙ୍କ ଭଳିଆ ତାଙ୍କର ହାତ ଦୁଇଟି ନାହିଁ।

ଜନ୍ମ ରୁ ସେ ନିଜର ଦୁଇଟି ଯାକ ହାତ ହରେଇଛନ୍ତି, ହେଲେ ହାତ ନ ଥାଇ ସେ ଏମିତି କାମ କରିପାରୁଛନ୍ତି ଯାହାକୁ ଶୁଣିଲେ ଆପଣ ବିଶ୍ବାସ କରିପାରିବେ ନାହିଁ। ସେ ଜନ୍ମ ରୁ କାର ଚଲେଇବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ। କିନ୍ତୁ ନିଜର ଦୁଇଟି ହାତ ନ ଥିବା ରୁ ସେ କାର୍ କେମିତି ଚଳେଇବେ ସେ କଥା ଭାବୁଥିଲେ,

କିନ୍ତୁ ଯେତେବେଳେ ସେ ହାତ ନଥିବା ବିକ୍ରମ ଅଗ୍ନିହୋତ୍ରି ଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିବା ବିଷୟ ରେ ଜାଣିବାକୁ ପାଇଲେ, ସେତେବେଳେ ତାଙ୍କୁ ଯେମିତି ରାସ୍ତା ମିଳିଗଲା। ମନରେ ସାହସ ଆସିଲା। ତା ପରେ ସେ ଡ୍ରାଇଭିଂ ଶିଖିଲେ ଏବଂ ବନିଗଲେ ବିନା ହାତରେ କାର୍ ଡ୍ରାଇଭିଂ କରି ଲାଇସେନ୍ସ ପାଇଥିବା ଏସିଆର ପ୍ରଥମ ମହିଳା

ଜନ୍ମ ରୁ ଜିଲୋମଲ ଙ୍କ ହାତ ନଥିଲା। ସେ ନିଜ ପାଦ ଓ ଆଣ୍ଠୁ ସାହାଯ୍ୟ ରେ ସବୁ କାମ କରୁଥିଲେ। ଏହିଭଳି ଭାବରେ ସେ କାର୍ ଚଳେଇବା ରେ ମାହିର୍ ହୋଇଯାଇଥିଲେ। ଯେତେବେଳେ ସେ କାର୍ ଚଳେଇବା କଥା ଘରେ କହିଥିଲେ ସେତେବେଳେ ତାଙ୍କର ଘର ଲୋକ ସଫାସଫା ମନା କରିଦେଇଥିଲେ। ନିଜର ଏକ କାର୍ କିଣିବା ପାଇଁ ଘର ଲୋକଙ୍କୁ ବହୁ ଚେ଼ଷ୍ଟା ରେ ରାଜି କରେଇଥିଲେ।

ପ୍ରଥମେ ଘର ଲୋକ ମନା କରୁଥିଲେ। କିନ୍ତୁ ପରେ ଝିଅ ର ଦୃଢ ଇଛା ଦେଖି ସେମାନେ ହାର ମାନିଲେ। ୨୦୧୮ ରେ ଜିଲୋମଲ ମାରୁତି କାର୍ କିଣିବା ପରେ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଥିଲା ଏବଂ ସେ ବେଶ୍ ସୁରୁଖୁରୁରେ ଟ୍ରାଫିକ ନିୟମ ମାନି ଡ୍ରାଇଭିଂ କରନ୍ତି ଜିଲୋମଲ। ଯେଉଁ ମାନେ ନିଜକୁ ଭିନ୍ନକ୍ଷମ ଓ ଦିବ୍ୟାଙ୍ଗ ଭାବି ନିଜକୁ ଦୁର୍ବଳ ମନେ କରନ୍ତି ତାଙ୍କ ପାଇଁ ସେ ବଡ ଉଦାହରଣ ସାଜିଛନ୍ତି।

ଜିଲୋମଲ ଭଲ ପାଠ ମଧ୍ଯ ପଢୁଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ୍ ହୋଇଛି। ତେବେ ଜିଲୋମଲ ଙ୍କ ବାସ୍ତବ କାହାଣୀ କେତେଯେ ପ୍ରେରଣା ଦାୟୀ ତାହା ଆପଣ ମାନେ ବୁଝି ପାରୁଥିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।