ପୁରାଣରେ ଅଛି ଉଭେଇଯିବେ କେଦାରନାଥ, ଭୌଗୋଳିକ ସ୍ଥିତି କହୁଛି ଆସିପାରେ ବଡ ବିପତ୍ତି ଜାଣନ୍ତୁ ଏହା ପଛର ସତ୍ୟତା

0

ଏ ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହି ରହସ୍ୟମୟ ମନ୍ଦିର ମଧ୍ୟରେ ଦେବା ଦୀ ଦେବ ଭଗବାନ ଶିଵ ଙ୍କର କେଦାରନାଥ ମନ୍ଦିର ହେଉଛି ଅନ୍ୟତମ ।

ତେବେ ଆମେ ଆଜି ଏହି ମନ୍ଦିର ବିଷୟରେ କିଛି ଭବିଷ୍ୟବାଣୀ ଯାହାକି ଅତ୍ୟନ୍ତ ବିସ୍ମୟକର ଅଟେ । ପୁରାଣ ଶାସ୍ତ୍ର ଅନୁସାରେ ସାରା ବିଶ୍ୱ ର ଶିବ ମନ୍ଦିର ମାନଙ୍କ ମଧ୍ୟରୁ କେଦାରନାଥ ମନ୍ଦିର ଟି ହେଉଛି ଭିନ୍ନ ଓ ସ୍ୱତନ୍ତ୍ର ।ଏହାକୁ ଭଗବାନ ଶିବ ଙ୍କର ବାସସ୍ଥଳି ବୋଲି ମଧ୍ୟ ବିବେଚନା କରାଯାଏ ।ଏମିତି ମଧ୍ୟ କୁହାଯାଏ କି ଭଗବାନ ଶିବ ଙ୍କର ଦ୍ଵାଦଶ ଅବତାର ମଧ୍ୟରୁ ଏହା ଗୋଟିଏ ଅବତାର ।

ଏହା ସମୁଦ୍ର କୂଳ ଠାରୁ ୩୦୦୦ କିଲୋମିଟର ଦୂରରେ ହିମାଳୟ ପର୍ବତ ଉପରେ ଅବସ୍ଥିତ ।ଯଦିଓ ଏଠାକୁ ଯିବା ର ରାସ୍ତା ବହୁତ ବିପଦ ସଂକୁଳ ହୋଇଥାଏ ତଥାପି ଏହି ବାଧା ଭକ୍ତ ଙ୍କୁ ରୋକିପାରି ନାହିଁ ଭଗବାନ ଙ୍କର ଦର୍ଶନ କରିବା ପାଇଁ ।କିନ୍ତୁ ଆମର ପୁରାଣ ଶାସ୍ତ୍ର ରେ ଏମିତି କିଛି ଭବିଷ୍ୟବାଣୀ ରହିଛି ଏହି ମନ୍ଦିର ବିଷୟରେ ଯାହା ଆପଣ କେବେ ଭାବି ପାରିବେ ନାହିଁ।

ପୁରାଣ ଶାସ୍ତ୍ର ଅନୁସାରେ କଳି ଯୁଗର ଆରମ୍ଭ ରୁ ପ୍ରାୟ ୪୦୦୦ ବର୍ଷ ହେବ ଏହି ମନ୍ଦିର ଭକ୍ତ ମାନଙ୍କୁ ନିଜ ପାଖକୁ ଟାଣିନେଇଥାଏ କିନ୍ତୁ ଏହି ଯୁଗର ଶେଷ ଆଡ଼କୁ ସମାଜ ରେ ଅନ୍ୟାୟ ,ମିଥ୍ୟା ଓ ପାପ ର ଭାର ଏତେ ବଢିଯିବ ଯେ ଭଗବାନ ତାଙ୍କର ମନ୍ଦିର ଛାଡି କୁଆଡେ ଉଭାନ ହୋଇଯିବେ ।କିଛି ଶାସ୍ତ୍ରବିଦ ମାନେ ନିଜର ମତ ରଖିଛନ୍ତି ଯେ ଏହି ମନ୍ଦିର ରେ ଥିବା ଠାକୁର ଦିନେ ଆପେ ଆପେ କୁଆଡେ ଉଭାନ ହୋଇଯିବେ। ତେବେ ଏହାର ପ୍ରକପ ବି ଆରମ୍ଭ ହୋଇଯାଇଥିଲା ୨୦୧୩ ମସିହାରେ ।ତେବେ ସେ ଘଟଣା ବିଷୟରେ ଭାବିଲେ ଏବେ ମଧ୍ୟ ଆପଣଙ୍କ ର ଲୋମ ତାଙ୍କୁରି ଉଠିବ ।

ତେବେ ୨୦୧୩ ମସିହା ଜୁନ ୧୭ ତାରିଖରେ କେଦାରନାଥ ଠାରେ ଘଟିଥିଲା ଏକ ପ୍ରାକୃତିକ ଦୁର୍ଘଟଣା ଯେଉଁ ଥିରେ ଜୀଵନ ହରାଇ ଥିଲେ ହଜାର ହଜାର ଭକ୍ତ ଓ ଭଗବାନ ଙ୍କର ମନ୍ଦିର ମଧ୍ୟ ଅଲ୍ପକେ ବର୍ତ୍ତି ଯାଇଥିଲା ।ତେବେ କେଦାରନାଥ ମନ୍ଦିର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଚୌରାବାଡି ହ୍ରଦ ରୁ ହଟାତ ଆସିଥିଲେ ଭୟଙ୍କର ବନ୍ୟା ଓ ଭକ୍ତ ମାନଙ୍କୁ ତାର ପ୍ରକପରେ ଭସାଇ ନେଇଥିଲା ।ଏହି ଦୁର୍ଘଟଣା ରେ ପ୍ରାୟ ୩୮୦୦ ଲୋକ ନିଜର ପ୍ରାଣ ହରାଇଥିଲେ ଏବଂ ଭଗବାନ ଙ୍କର କୃପା ରୁ ଏକ ପଥର ସାହାଯ୍ୟ ରେ କେଦାରନାଥ ମନ୍ଦିର ବଂଚିଯାଇଥିଲା ।

ତେବେ ପୁରାଣ ଶାସ୍ତ୍ର ର ଭବିଷ୍ୟବାଣୀ ଅନୁସାରେ ଏହି କଳି ଯୁଗରେ ଦିନେ ଭଗବାନ ଶିବ ଙ୍କର ଏହି ମନ୍ଦିର ଏହି ମାଟିରେ ଲୀନ ହୋଇଯିବ।ତେଣୁ ଭକ୍ତ ମାନେ ଏବେଠୁ ସତର୍କତା ଅବଲମ୍ବନ କରିବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।