ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଟାଇଟାନିକ ଜାହାଜ ଜାଣନ୍ତୁ ଏହି ଜାହାଜ ବିଷୟରେ କେତେକ ରହସ୍ୟମୟ ତଥ୍ୟ….

0

ବେଳେ ବେଳେ ଆମେ ଏହି ଦୁନିଆଁ ରେ କିଛି ଏମିତି ଘଟଣା ବା ଖବର ଶୁଣିବା କୁ ବା ଜାଣିବାକୁ ପାଇଥାଉ ଯାହା କି ବିଶ୍ଵାସ ଯୋଗ୍ୟ ହୋଇନଥାଏ। ସେହି ଘଟଣା ଗୁଡ଼ିକ ଆମକୁ ଏକ କାଳ୍ପନିକ କାହାଣୀ ପରି ପ୍ରିତୀୟ ମାନ ହୋଇଥାଏ କିନ୍ତୁ ତା ପଛରେ କିଛି ଏମିତି ସତ୍ୟ କାହାଣୀ ରହିଥାଏ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ପରି ଘଟଣା ଗୁଡିକ ଆମେ କେବଳ ଆମର ଗଣତାନ୍ତ୍ରିକ ରାଷ୍ଟ୍ର ର ମୁକ୍ତ ଗଣମାଧ୍ୟମ ଦ୍ବାରା ଜାଣିବାକୁ ପଇଥାଉ। ତେବେ ଆମେ ଆଜି ଆପଣ ମାନଙ୍କୁ ଟାଇଟାନିକ ଜାହାଜ ଦୁର୍ଘଟଣା ବିଷୟରେ କିଛି ରହସ୍ୟମୟ ତଥ୍ୟ ଜଣେଇବୁ ଏହି ପୋଷ୍ଟ ମାଧ୍ୟମରେ ।

ଉଲ୍ଲେଖ ଯୋଗ୍ୟ ଯେ,୧୯୧୨ ମସିହା ଅପ୍ରେଲ ମାସ ରେ ଟାଇଟାନିକ ଜଳ ଜାହାଜ ର ଦୁର୍ଘଟଣା ହୋଇଥିଲା ଯେଉଁ ଥିରେ ପ୍ରାୟ ୧୫୬୮ ରୁ ଅଧିକ ଲୋକ ମୃତ୍ୟ ବରଣ କରିଥିଲେ ।ତେବେ ଏପରି କୁହାଯାଏ କି ସେହି ସମୟରେ ଟାଇଟାନିକ ଜାହାଜ ଟି ହେଉଛି ସର୍ବ ବୃହତ ଜଳ ଜାହାଜ ଥିଲା ।ତେବେ ଏହି ଟାଇଟାନିକ ଜାହାଜ ର ଦୁର୍ଘଟଣା ଉପରେ ଅନେକ ଫିଲ୍ମ ବାହାର କରାଯାଇ ଥିଲା ହେଲେ ୧୮୯୭ ମସିହାରେ ହୋଇଥିବା ଟାଇଟାନିକ ଫିଲ୍ମ ଟି ସବୁଠାରୁ ଅଧିକ ଲୋକପ୍ରିୟ ଚଳଚ୍ଚିତ୍ର ଅଟେ ।

୧୯୧୨ ମସିହାରେ ଏହି ଜାହାଜ ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଏବଂ ବୈଜ୍ଞାନିକ ମାନେ ଏହାର ସଂଧାନ କରିବାକୁ ୭୫ ବର୍ଷ ସମୟ ଲଗାଇ ଥିଲେ ପରେ ଏହା ଉପରେ କିଛି ରହସ୍ୟମୟ ତଥ୍ୟ ବାହାରକୁ ଆସିଅଛି ଯାହା ବିଷୟରେ ଆମେ ଆଜି ଆପଣଙ୍କୁ ଜଣେଇବୁ ।

୧.ଟାଇଟାନିକ ଜାହାଜ ଟି ୩୧ ମାର୍ଚ୍ଚ୧୯୦୯ ମସିହାରେ ୩୦୦୦ ଲୋକମାନ ଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା ।ଯାହାକି ସେତେବେଳେ ସବୁଠାରୁ ବଡ଼ ମଣିଷ ତିଆରି ପାଣି ଜାହାଜ ଥିଲା ।
୨.ଏହି ଜାହାଜ କୁ ବନେଇବାକୁ ମାତ୍ର ୨୬ ମାସ ସମୟ ଲାଗିଥିଲା ଏବଂ ଏହା ୩୧ ମାର୍ଚ୍ଚ ୧୯୧୧ ମସିହାରେ ସମ୍ପୂର୍ଣ୍ଣ କରାଇଥିଲା ଏବଂ ଏହି ଦିନ ଏହାକୁ ଦେଖିବାକି ପ୍ରାୟ ୧ ଲକ୍ଷ ଲୋକ ସେଠାରେ ରୁଣ୍ଡ ହୋଇଥିଲେ ।
୩.ଏହି ଜାହାଜ ଟି ତାର ପ୍ରଥମ ପରିବହନ ଆରମ୍ଭ କରିଥିଲା ଅପ୍ରେଲ ୧୧ ତାରିଖ ୧୯୧୨ ମସିହା ରେ ଇଂଲଣ୍ଡ ଠାରୁ ତାର ଯାତ୍ର ଆରମ୍ଭ କରିଥିଲା ଏବଂ ଏହା ନିୟୁୟର୍କ ଅଭିମୁଖେ ଗତି କରୁଥିଲା। ମାତ୍ର ଏହା ଥିଲା ଏହି ଜାହାଜ ର ପ୍ରଥମ ଓ ଶେଷ ଯାତ୍ରା ।

୪.ଯାତ୍ର ଆରମ୍ଭ କରିବାର ଚାରି ଦିନ ପର୍ଯ୍ୟନ୍ତ ସବୁ ଠିକ ଠାକ ଥିଲା କିନ୍ତୁ ୧୪ ଅପ୍ରେଲ ୧୯୧୨ ମସିହା ରାତି ୧୧ ଟା ସମୟରେ ଏହା ଏକ ବରଫ ଖଣ୍ଡ ସହ ଧକ୍କା ହୋଇଥିଲା ଓ ଏହାର ତଳ ଭାଗ ରେ ପାଣି ପଶିବା ଆରମ୍ଭ ହୋଇଥିଲା ।ଓ ଲୋକମାନେ ବହୁତ ଭୟଭୀତ ହୋଇଯାଇଥିଲେ।
୫.ତେବେ ଜାହାଜ ଟିର ବୁଡିବା ସମୟରେ ତା ଭିତରକୁ ଯେଉଁ ପାଣି ପଶିଥିଲା ତାହ -୨.୦ ଡିଗ୍ରୀ ଥିଲା ଯେଉଥିରେ ଜଣେ ବ୍ୟକ୍ତି ମାତ୍ର ୧୫ ମିନିଟ ବଞ୍ଚିବ ସମ୍ଭବ ହୋଇଥିଲା ।ତେବେ ଏହାର ଅନୁଧ୍ୟାନ କରିବା ସମୟରେ ମାତ୍ର ୩୦୦ ଜଣ ବ୍ୟକ୍ତି ଙ୍କର ଲାସ ମିଳିଥିଲା ଓ ଏହି ଜାହାଜର ଭଗ୍ନାଶ ୭୩ ବର୍ଷ ପରେ ମିଳିଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।