ଏହି ଛୋଟ ଝିଅଟି ମାତ୍ର ୨୨ଦିନରେ ୫୭ପୃଷ୍ଠାରେ ସମ୍ପୂର୍ଣୟ ରାମାୟଣ ଲେଖିଲେ କୁନି ଝିଅଟି ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

କୁହାଯାଇଥାଏ କି ସାନ ସିନା କାମ କିନ୍ତୁ ବହୁତ ବଡ। ଯଦି କେହି କିଛି କରି ଦେଖାଇବା ର ଇଚ୍ଛା ଥାଏ ତାହା ହେଲେ ସେ ବୟସ କୁ ବି ପଛରେ ପକାଇ ଦେଇଥାଏ। ନିଜର ବୁଧ୍ଯି ଏବଂ କୈଶଳ ଲଗେଇ ଜଣେ ଯଦି ଗୋଟିଏ କାର୍ଯ୍ୟ କୁ କରି ଦେଖାଇବା ପାଇଁ ଆଗ୍ରହୀ ଥାଏ ତେବେ ବୟସ ବି ତା ଆଗରେ ହାର୍ ମାନିଯାଏ।ହଁ ଆଞା ଆଜି ଆମେ ଆପଣ ଙ୍କୁ ଏମୀତି ଏକ କୁନି ଝିଅ ବିଷୟ ରେ କହିବା ଯାଉଛୁ ଯିଏକି ମାତ୍ର ୨୨ ଦିନରେ ୫୭ ପ୍ଋଷ୍ଠା ରେ ସମ୍ପୂର୍ଣ୍ଣ ରାମାୟଣ କୁ ଲେଖି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ରେ ନିଜ ର ସ୍ଥାନ ସ୍ଋଷ୍ଟି କରିପାରିଛି।

କଥା ଟି ଆପଣ ଙ୍କୁ ଆଶ୍ଚର୍ୟ୍ଯ ଲାଗିଲେ ବି କଥା ଟି ପୂରାପୂରି ସତ ଯେପରିକି ଆପଣ ଜାଣିଥିବେ ଯେ ରାମାୟଣ ଏମିତି ଏକ କାହାଣୀ ଯାହା ଆମ ସମସ୍ତ ଙ୍କ ପସନ୍ଦ। ବିଶେଷ କରି ରାମାୟଣ ଆମ ଭାରତୀୟ ଙ୍କ ଅତି ନିଜର। କିନ୍ତୁ ୮ ବର୍ଷ ର କୁନି ଶିଶୁ ଶୁଶ୍ରୀ ଈଶିତା ଆଚାରୀ ୨୨ ଦିନରେ ସମ୍ପୂର୍ଣ୍ଣ ରାମାୟଣ କୁ ୫୭ ପେଜ୍ ରେ ଲେଖି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ରେ କ୍ଋତିତ୍ୱ ଜାହିର କରିଛନ୍ତି।

ବ୍ରହ୍ମପୁର ର ଡିଫେନ୍ସ କଲୋନୀ ର ନିବାସୀ ଶ୍ରୀ ରୁଦ୍ର ପ୍ରସାଦ ଆଚାରୀ ଏବଂ ଶ୍ରୀମତୀ ପଦ୍ମିନୀ ଆଚାରୀ ଙ୍କ ନାତୁଣୀ ତଥା ଶ୍ରୀ ସନ୍ଜିତ ଆଚାରୀ ଏବଂ ରଶ୍ମିତା ଆଚାରୀ ଙ୍କ ସୁକନ୍ୟା ଶୁଶ୍ରୀ ଈଶିତା ଏହି କ୍ଋତିତ୍ୱ ପାଇଁ ବିଷ଼଼୍ମୟ କନିଷ୍ଠ ଲେଖିକା ଭାବେ ନିଜର ପରିଚୟ ସ୍ଋଷ୍ଟି କରିଛନ୍ତି। ବର୍ତ୍ତମାନ ଏହି କୁନି ଲେଖିକା ନିଜର ବାପା ମାଆ ଙ୍କ ସହ ଚେନ୍ନାଇ ରହି ପାଖରେ ଥିବା ଏନ୍ଏସ୍ଏନ୍ ମେମୋରିଆଲ ସ୍କୁଲ ରେ ଷ୍ଟାଣ୍ଡାର୍ଡ ୩ ରେ ଅଧ୍ୟୟନ କରୁଛନ୍ତି। ତୁଳସୀ ଦୁଇ ପତ୍ର ରୁ ବାସିଲା ଭଳି ଶୁଶ୍ରୀ ଅତି କମ୍ ବୟସରୁ ନିଜର ଏକ ପ୍ରତିଷ୍ଠା ଗଢିପାରିଛନ୍ତି।

ଈଶିତା ଙ୍କ କହିବା ଅନୁସାରେ ଛୋଟ ବେଳୁ ରାମାୟଣ ପ୍ରତି ତାଙ୍କର ବହୁ ଆଗ୍ରହ ରହିଛି। ସେ ନିଜର ଜେଜେ ଙ୍କୁ ରାମାୟଣ ବିଷୟରେ ବହୁ କଥା ପଚାରି ବୁଝନ୍ତି। କରୋନା ମହାମାରୀ ସମୟରେ ଯେତେବେଳେ ଲକଡାଉନ ଆରମ୍ଭ ହେଲା ସେହି ସମୟରେ ଟିଭି ରେ ରାମାୟଣ ର ଟେଲିକାଷ୍ଟ ଆରମ୍ଭ ହେଲା ସେତେବେଳେ ତାଙ୍କୁ ବହୁତ ଖୁସି ଲାଗିଲା ଏବଂ ସେ ରାମାୟଣ କୁ ଦେଖିବାକୁ ଲାଗିଲେ ଏବଂ ଏହାକୁ ଦେଖି ସେ ରାମାୟଣ ଲେଖିବା ପାଇଁ ଭାବିଲେ ଏବଂ ସେ ଲେଖିବା ମଧ୍ଯ ଆରମ୍ଭ କରିଦେଲେ।

ସେ ଦିନକୁ ୨ ରୁ ୩ ପେଜ୍ ରାମାୟଣ ଲେଖି ଦେଉଥିଲେ ଏବଂ ସେ ଯେତେବେଳେ ଏହା କୁ ନିଜର ପିତା ମାତାଙ୍କୁ ଦେଖେଇଲେ ତାଙ୍କର ପିତା ମାତା ଏହାକୁ ପଢ଼ି ବହୁତ ଖୁସି ହୋଇଗଲେ ଏବଂ ସେ ନିଜର ଏହିଭଳି ଉନ୍ନତି ପାଇଁ ବହୁତ ଖୁସି ଅଛନ୍ତି ବୋଲି ସେ କହିଛନ୍ତି। ଅତି କମ୍ ବୟସ ରୁ ମାତ୍ର ୨୨ ଦିନରେ ସମ୍ପୂର୍ଣ୍ଣ ରାମାୟଣ କୁ ୫୭ ପେଜ୍ ରେ ଲେଖି ସାରିଥିବା ରୁ ଦେଶ ରେ ଏହା ଚର୍ଚ୍ଚା ର ବିଷୟ ପାଲଟିଛି।ଏହା ସହିତ ଦେଶ ର ଅନେକ କୋଣ ଅନୁକୋଣରୁ ଶୁଭେଚ୍ଛା ର ସବୁ ଛୁଟୁଥିବା ବେଳେ, ତାଙ୍କ ବାପା ମାଆ ଙ୍କୁ ଲୋକେ ଝିଅ ର କ୍ଋତିତ୍ୱ ପାଇଁ ଅଭିନନ୍ଦନ ଜଣାଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।