ଆସିଲା ବ଼ଡ ଭବିଷ୍ୟତବାଣୀ !ରାଜ୍ୟ ଏବେ ଉଠୁଛି ପଡୁଛି , ମୁଖ୍ୟମନ୍ତ୍ରୀ ହେବେ ଅପରାଜିତା , ଭୟଭୀତ ହୋଇଛନ୍ତି ନବୀନ ବାବୁ ! ଆପଣଙ୍କ ମତରେ କିଏ ଭଲ ନବୀନ ବାବୁ ନା ଅପରାଜିତା ଷଡଙ୍ଗୀ ?

0

ବାଲେଶ୍ୱର ଉପନିର୍ବାଚନ ପାଇଁ ଏବେ ସାରା ଓଡିଶା ରାଜନୀତି ଉଠୁଛି ପଡୁଛି। ବାଲେଶ୍ୱର କୁ ନିଜର କରିବା ପାଇଁ ପୁରା ଜୀ ଜାନ୍ ଲଗେଇ ଦେଇଛନ୍ତି ତିନି ପ୍ରମୁଖ ଦଳ, ବିଜେଡି, ବିଜେପି, କଂଗ୍ରେସ। ପ୍ରତିଦିନ ସେଠାରେ ପ୍ରଚାର କାର୍ଯ୍ୟ ହେଉଛି। କେଉଁ ଦିନ ରାଜ୍ୟ ର ମୁଖ୍ୟମନ୍ତ୍ରୀ ସେଠାକୁ ଯାଉଛନ୍ତି ତ କେତେବେଳେ କେନ୍ଦ୍ର ରୁ ମଧ୍ୟ ବହୁ ଟାଣୁଆ ନେତା ଆସୁଛନ୍ତି ପ୍ରଚାର ପାଇଁ। ଆମ ରାଜ୍ୟ ରେ ତ ସବୁବେଳେ ରାଜ୍ୟ ରାଜନୀତି ଚର୍ଚ୍ଚା ରେ ରହିଥାଏ।

ସବୁବେଳେ ଦଳ ଦଳ ମାନଙ୍କ ମଧ୍ୟରେ ତୁ ତୁ ମେ ମେ ଲାଗି ରହିଥାଏ। ସବୁ ଦଳ କେବଳ ଅପେକ୍ଷା ରେ ଥାଆନ୍ତି କି, କିପରି ବିପରୀତ ଦଳ ଏକ ଭୁଲ୍ କରିବ ଏବଂ ସେମାନେ ସେହି ଭୁଲ୍ ଟି କୁ ନେଇ ଏକ ରାଜନୀତି କରିବେ। ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଅର୍ଥାତ୍ ବିଜେଡି ଦଳ ପଛ ରେ ସବୁବେଳେ କଂଗ୍ରେସ ଏବଂ ବିଜେପି ଦଳ ଲାଗିଥାନ୍ତି। ତେବେ ଏବେ ଓଡିଶା ରାଜନୀତି ବାଲେଶ୍ୱର ଉପ ନିର୍ବାଚନ ପାଇଁ ଗରମ ରେ ଥିବା ବେଳେ ,ସେହି ଗରମ ରେ ଆଉ ଏକ ଉଷ୍ଣତା ଆଣି ଦେଇଛି ରାଜ୍ୟ ବିଜେପି ଦଳ।


ତେବେ ବର୍ତ୍ତମାନ ସମୟ ରେ ସବୁଠାରୁ ବଡ ଖବର ଶୁଣିବାକୁ ମିଳୁଛି କି ଓଡିଶାର ମୁଖ୍ୟମନ୍ତ୍ରୀମୁଖ୍ୟମନ୍ତ୍ରୀଙ୍କୁ ହେବେ ପୂର୍ବତନ ଆଇଏସ୍ ଅଫିସର୍ ଅର୍ଥାତ୍ ଭୁବନେଶ୍ବର ର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ। ଭୟଭୀତ ହୋଇଯାଇଛନ୍ତି ନବୀନ ବାବୁ ଏବଂ ସାରା ବିଜେଡି ଦଳ। ବିଜେଡି ଦଳ କୁ ବାରମ୍ବାର ଆକ୍ରମଣ କରୁଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ବିଜେପି ଦଳ ରୁ କିଏ ଠିଆ ହେବେ ଧର୍ମେନ୍ଦ୍ର ପ୍ରଧାନ ନା ଅପରାଜିତା ଷଡଙ୍ଗୀ? ଏହି କଥା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଅପରାଜିତା ତ ଆଇଏସ୍ ଅଫିସର୍ ଥିବା ବେଳେ ସମସ୍ତ ଙ୍କୁ ନାକେଦମ୍ କରୁଥିଲେ।ଏବେ ମଧ୍ୟ ରାଜନୀତି କୁ ଆସିବା ପରେ ସମସ୍ତ ଙ୍କୁ ପାଣି ପିଆଇ ଦେଉଛନ୍ତି।


ଧର୍ମେନ୍ଦ୍ର ପ୍ରଧାନ ନିଜକୁ ଓଡିଶା ପାଇଁପାଇକ ଏକ ଟାଣୁଆ ନେତା ଭାବୁଥିବା ବେଳେ ଏବେ କିନ୍ତୁ ଫୁଲ୍ ଜୋଶ୍ ରେ ରାଜନୀତି ଭିତରକୁ ଏଣ୍ଟ୍ରି ମାରିଛନ୍ତି ପୂର୍ବତନ ଆଇଏସ୍ ଅଫିସର୍ ତଥା ଏବେର ଭୁବନେଶ୍ବର ର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ରାଜ୍ୟ ରାଜନୀତି ଏବେ ଗରମ ଥିବା ବେଳେ ବିଜେପି ରେ ଏବେ ଏକ ପ୍ରଶ୍ନ ଉଠୁଛି ପଡୁଛି। ଓଡିଶା ମୁଖ୍ୟମନ୍ତ୍ରୀ ହେବ କିଏ? ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ କେବଳ ଗୋଟିଏ ହିଁ ଚର୍ଚ୍ଚା ଏବେ ଜୋର୍ ଧରିଛି। ତେବେ ବିଜେଡି ସୁପ୍ରିମ ଙ୍କୁ ଚ୍ୟାଲେଞ୍ଜ କରି ରାଜଧାନୀ ଗଡ ରେ ବିନା ବିଧାୟକ ରେ ସାଂସଦ ହୋଇଛନ୍ତି ଅପରାଜିତା ଷଡଙ୍ଗୀ। ଯେଉଁ କଥା କୁ କି ନବୀନ ପଟ୍ଟନାୟକ କୌଣସି ମତେ ଗ୍ରହଣ କରି ପାରୁନାହାନ୍ତି।


କହିବାକୁ ଗଲେ ଦୀର୍ଘ 20 ବର୍ଷ ପରେ କେହି ଜଣେ ନବୀନ ଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେବାରେ ରାଜ୍ୟ ବିଜେପି ର ସାଂସଦ ଅପରାଜିତା ଷଡଙ୍ଗୀ ସମର୍ଥନ ହୋଇଛନ୍ତି।ଆଗାମୀ ଉପନିର୍ବାଚନ ପାଇଁ ଯେତିକି ଚର୍ଚ୍ଚା ହେଉନି ତା ଠାରୁ ଅଧିକ ଚର୍ଚ୍ଚା ହେଉଛି ଅପରାଜିତା ଙ୍କୁ ଅଣଦେଖା କରିବା ପ୍ରସଙ୍ଗ କୁ ନେଇ। ଆଗକୁ ଓଡିଶା ରେ ଅଧିକ ରୁ ଅଧିକ ଆସନ ନେଇ ଓଡିଶା କୁ ବିଜେପି ର ଗଡ କରିବା ପାଇଁ ଲକ୍ଷ୍ୟ ରଖିଛି ରାଜ୍ୟ ବିଜେପି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।