ପାତାଳ ଭୁବନେଶ୍ୱର ଗୁମ୍ଫା ଯେଉଁଠି ପୃଥିବୀକୁ ମସ୍ତକରେ ଧାରଣ କରିଛନ୍ତି ଶେଷନାଗ ଜାଣନ୍ତୁ ଏହି ରହସ୍ୟମୟ ସ୍ଥାନ ବିଷୟରେ

0

ଏହି ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ଭାରତରେ ହଜାର ହଜାର ମନ୍ଦିର ଓ ଗୁମ୍ଫା ରହିଛି ଏବଂ ପ୍ରତ୍ୟେକ ଗୁମ୍ଫା ଓ ମନ୍ଦିର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହି ରହସ୍ୟମୟ ମନ୍ଦିର ମଧ୍ୟରେ ଉତ୍ତରାଖଣ୍ଡ ର ଭୁବନେଶ୍ୱର ଗୁମ୍ଫା ହେଉଛି ଅନ୍ୟତମ ।ତେବେ ଆମେ ଆଜି ଏହି ମନ୍ଦିର ବିଷୟରେ କେତେକ ରମାଞ୍ଚକ ତଥ୍ୟ ଦେବାକୁ ଯାଉଛୁ ।

ଉତ୍ତରାଖଣ୍ଡ ର ପାତାଳ ଭୁବନେଶ୍ୱର ଗୁମ୍ଫା ଟି ହେଉଛି ଏକ ପୁରାତନ ଗୁମ୍ଫା ଯେଉଁଠାରେ ଲୁଚି ରହିଛି ହଜାର ହଜାର ବର୍ଷର ପୌରାଣିକ ଗାଥା ।ଆମ କାନ୍ଧ ଶାସ୍ତ୍ର ରେ ଏହି ଗୁମ୍ଫା ବିଷୟରେ କିଛି ତଥ୍ୟ ବର୍ଣ୍ଣନା କରାଯାଇଛି ।ଏଥିରେ ଲିଖିତ ରହିଛି ଯେ ଏଠାରେ ଏକାଥରକେ ଚାରି ଧାମ ର ଦର୍ଶନ ହେବା ସହ ପୁଣ୍ୟ ପ୍ରାପ୍ତ ହୋଇଥାଏ ।ଏହି ମନ୍ଦିର ଟି ସମ୍ପୂର୍ଣ୍ଣ ଭାବରେ ମା ପ୍ରକୃତି କୂଳରେ ରହିଛି ।

ଚାରିପଟେ ଦେବ ଦାରୁ ଗଛ ଓ ପାହାଡ଼ ପର୍ବତ ମଧ୍ୟରେ ରହିଛି ଏକ ଛୋଟ ମନ୍ଦିର ଯେଉଁଠାରେ ବାସ କରୁଛନ୍ତି ଭଗବାନ ଶିବସମ୍ଭୁ ।ଏହି ସ୍ଥାନ କୁ ଶିବଙ୍କର ଧ୍ୟାନ ସ୍ଥଳୀ ବୋଲି ମଧ୍ୟ କୁହାଯାଏ । ଏହି ମନ୍ଦିର ରେ ପୁରା ୩୩ କୋଟି ଦେବତା ଙ୍କର ପ୍ରତିମୃତ୍ତି ରହିଛି।ତେବେ ଏହି ମନ୍ଦିର ର ନାମ ଏପରି ହେବା ପଛରେ ଏକ କାହାଣୀ ରହିଛି ।ତେବେ ଏହି ମନ୍ଦିର ଟି ଦେଖିବାକୁ ବହୁତ ଛୋଟ ବାହାରକୁ ଦେଖାଯାଏ କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହା କି ଯେ ଏହି ମନ୍ଦିର ମଧ୍ୟକୁ ପ୍ରବେଶ କରିବା ମାତ୍ରେ ପ୍ରାୟ ୯୦ ଫୁଟ ତଳକୁ ଏହି ମନ୍ଦିର ଟି ରହିଛି ।

ତେବେ ଏହା ଭିତରକୁ ମାତ୍ର ଜଣେ ଜଣେ ବ୍ୟକ୍ତି ଯିବା ଆସିବା କରିପାରିବେ ।ତେବେ ଏହା ମଧ୍ୟକୁ ଗଲେ ପ୍ରଥମେ ଶେଷ ନାଗ ଙ୍କର ପ୍ରତିମୂର୍ତ୍ତି ଆସିବ ତାହାକୁ ଦେଖିଲେ ଲାଗିବ ଯେପରି ସେ ନିଜ ମୁଣ୍ଡରେ ଏହି ଆକାଶ ଟୀକୁ ଧରି ରଖିଛନ୍ତି ।

ଆଗକୁ ରହିଛି ଏକ ପାନପତ୍ର ଆକାର ର ଯଜ୍ଞ କୁଣ୍ଢ ଯେଉଥିରେ ରାଜା ପରୀକ୍ଷିତ ଯଜ୍ଞ କରୁଥିବାର ଗାଥା ରହିଛି ।ଏଠାରେ ନାଗ ରାଜା ଙ୍କର ପ୍ରତିମୂର୍ତ୍ତି ରହିଛି ।ଏଠାରେ ନାଗ ସାପ କିଛି ରହିଛନ୍ତି ଯେଉଁମାନ ଙ୍କ ପାଇଁ ଏକ ଅଲଗା ଗୁମ୍ଫା ରହିଛି ଏହି ମନ୍ଦିର ମଧ୍ୟରେ ।

ତେବେ ଏଠାରେ ଥିବା ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ମନ୍ଦିର ର ମଧ୍ୟର ଭଗବାନ ଶିବ ଗଣେଶ ଙ୍କର ମୁଣ୍ଡ କାଟ କରି ରଖିଥିଲେ ଏବଂ ତାର ଉପରେ ଏକ ବ୍ରହ୍ମ କମଳ ଫୁଲ ରହିଛି ଯେଉଁଥିରୁ ସବୁବେଳେ ପାଣି ଝରୁଥାଏ । ଏହି ମନ୍ଦିର କୁ ଆସିଥିବା ସମସ୍ତ ଭକ୍ତ ଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ ।ଏହାକୁ ଦର୍ଶନ କରିବା ପାଇଁ ବହୁ ଦେଶ ବିଦେଶ ରୁ ଲୋକ ମାନେ ଏଠାକୁ ଆସିଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।