ସୀମା ଲଙ୍ଘିଲା ଓଡିଶା ପୋଲିସ : ବୃଦ୍ଧା ଚା’ ଦୋକାନୀଙ୍କ ଦେହରେ ତତଲା ଚା’ ଫିଙ୍ଗିଲେ ମଦ୍ୟପ ପୁଲିସ କର୍ମଚାରୀ, କିଭଳି ଦଣ୍ଡ ଦେବା ଦରକାର ଏହି ପୁଲିସ ବାବୁ ଙ୍କୁ କମେଣ୍ଟ କରନ୍ତୁ….

0

ଆଜି ର ଦୁନିଆ ରେ ମଣିଷ ଯେତେ ଶିକ୍ଷିତ ହେଉଛି ସେତେ ତାହାର ଅବନ୍ନତି ଘଟୁଛି। ଜଣେ ବ୍ୟକ୍ତି ପାଠ ପଢ଼ି ଶିକ୍ଷିତ ହେଲାପରେ ଅନ୍ୟ କୁ ସମ୍ମାନ ଦେବା ଧର୍ଯ୍ୟ ର ସହିତ ଅନ୍ୟ ଜଣକର କଥା କୁ ଶୁଣିବା ଦରକାର। ବର୍ତ୍ତମାନ ସମୟ ରେ ମଣିଷ ନିଜର ନିଷ୍ଠୁରତା ଓ ବର୍ବରତା ର ସବୁ ସୀମା କୁ ଟପି ଯାଉଛି। ସେ ନିଜର ହିତାହିତ ଞାନ କୁ ଭୁଲି କଣ କରୁଛି ତାହା ପ୍ରାୟ ନିଜକୁ ବି ଅଜଣା।

ସେଥିପାଇଁ କୁହାଯାଏ ଯେ ବୟସ ବଢିବା ସହିତ ଜଣେ ବ୍ଯକ୍ତି ର ମାନସିକ ସ୍ତରରେ ବ୍ଋଧି ଏବଂ ବିକାଶ ହେବା ନିତାନ୍ତ ଆବଶ୍ଯକ। ଯାହା ଦ୍ବାରା ସେ ନିଜର କ୍ରୋଧ କୁ ନିୟନ୍ତ୍ରଣ ରେ ରଖିବ, ଅନ୍ୟ କୁ ସମ୍ମାନ ଦେବ, ଧର୍ଯ୍ୟ ର ସହିତ ଅନ୍ୟ ର କଥାକୁ ଶୁଣିବ। ଏହା ସହିତ ଏକ ଉତ୍ତମ ବୁଝାମଣା କୁ ନିଜ ଭିତରେ ଜାଗ୍ରତ କରିବା ଆଦି ଅନ୍ତର୍ନିହିତ ଗୁଣ ନିଜ ପାଖରେ ରହିବା ଦରକାର। କିନ୍ତୁ ଆଜିର ସମାଜରେ ଏହାର ବ୍ୟତିକ୍ରମ ଦେଖିବା ପାଇଁ ମିଳୁଛି। ଯାହା ଜଣେ ଶିକ୍ଷିତ ବ୍ୟକ୍ତି ପାଇଁ ଆଦୈ ଗ୍ରହଣୀୟ ନୁହଁ।

କାହିଁକି ନା ସେମାନେ ପାଠପଢି ଞ୍ୟାନ ଆହୋରଣ କରି ସମାଜ ରେ ଏକ ସ୍ଵତନ୍ତ୍ର ପଦବୀ ହାସଲ କରି ଦ୍ଋଢ ତା ର ସହିତ ନିଜକୁ ସଭ୍ଯ ଏବଂ ଶିକ୍ଷିତ ଭାବେ ଦିଡିମ୍ବ ପିଟିଥାନ୍ତି। କିନ୍ତୁ ଦେଖାଯାଉଛି ଆଜିକାଲି ଦୁନିଆ ରେ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ଯେତିକି ମାତ୍ରା ରେ ରହିବା କଥା ତାହା ରହୁନାହିଁ। ଆଜି ଆମେ ଆପଣ ଙ୍କୁ ଏଭଳି ଏକ ଘଟଣା ବିଷୟ ରେ କହିବା ପାଇଁ ଯାଉଛୁ ଯେଉଁ ଥିରେ ଜଣେ ପୋଲିସ ବାବୁ ନିଜର ବର୍ବତାର ସବୁ ସୀମା କୁ ସେ ଲଙ୍ଘନ କରି ଯାଇଛନ୍ତି।

ଚାହା ଦେବାରେ ବିଳମ୍ବ ହେବାରୁ ବ୍ଋଧା ଙ୍କ ଉପରକୁ ଗରମ ଚା ଫିଙ୍ଗି ନିଜ ଖାକି ବର୍ଦି ର ଗରମ ଦେଖେଇଛନ୍ତି ପୋଲିସ କର୍ମଚାରୀ। ସୂଚନା ଯୋଗ୍ୟ କୋରାପୁଟ ଜିଲ୍ଲା ର ଦାମନ୍ ଯୋଡି ଥାନା ର ହାବିଲ୍ଦାର ସାରଥୀ ହୋତା ଜଣେ ବ୍ଋଧା ମହିଳା ଙ୍କ ଦୋକାନ କୁ ଚା ପିଇବା ପାଇଁ ଯାଇଥିଲେ। ସେଠାରେ ଚା ତିଆରି କରି ଦେବାକୁ ବିଳମ୍ବ ହେବା ହେତୁ ସେ ରାଗିଯାଇ ସେହି ଗରମ ଚା କୁ ବ୍ଋଧା ମହିଳା ଜଣକ ପିଠି କୁ ଢ଼ାଳି ଦେଇଥିଲେ। ଏବଂ ଏହି ଗରମ ଚା ପଡି ମହିଳା ଜଣକ ପିଠିରେ ଫୋଟକା ହେବା ସହ ଛାଲ ଉତୁରି ଯାଇଛି।

ପିଠିରେ ଗରମ ଚା ପଡିବା ପରେ କଲବଲ ହୋଇ ୭୦ ବର୍ଷ ର ବ୍ଋଧା ମହିଳା ଜଣକ ମେଡିକାଲ୍ କୁ ଧାଇଁ ଥିଲେ। ଆଉ ଏହା ପରେ କାନ୍ଦି କାନ୍ଦି ସବୁ ଘଟିଥିବା ଘଟଣା ବିଷୟ ରେ କହିଲେ। ସେ କହିଛନ୍ତି ଯେ ଯେତେବେଳେ ସେ ନିଜ ଦୋକାନ ରେ ଚା ତିଆରି କରି ୨/୩ ଜଣ ଙ୍କୁ ଦେଉଥିଲେ ହଠାତ୍ ସେହି ସମୟ ରେ ପୋଲିସ ବାବୁ ଜଣକ ତାଙ୍କର ପଛ ପଟୁ ଗରମ ଚା କୁ ମହିଳା ଜଣଙ୍କ ର ପିଠିରେ ଢାଳି ଦେଇଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।