ଯଦି ବର୍ଷା ଜଳ ହେତୁ ଆପଣଙ୍କ ପାଦରେ ଫଙ୍ଗଲ୍ ଇନଫେକ୍ସନ ହୁଏ, ତେବେ କରନ୍ତୁ ଏହି ଘରୋଇ ଉପଚାର ମିଳିବ ସଂଗେ ସଙ୍ଗେ ଆରାମ

0

ବର୍ଷା ଦିନେ ଅନେକ ଲୋକଙ୍କ ଗୋଡ଼ ପାଦରେ ପାଣି ଲାଗି ଇନ୍ ଫେକ୍ସନ୍ ହୋଇଯାଏ। ଆଉ ତାହା ପରବର୍ତ୍ତୀ ସମୟରେ ଅନେକ ସମସ୍ୟା କରିଥାଏ ଏହି ବ୍ୟକ୍ତି ମାନଙ୍କୁ। ଏହି ସମୟରେ ପାଦ ଭୂମିରେ ରଖି ଚାଲିବା ମଧ୍ୟ ଏକ କଷ୍ଟକର ବ୍ୟାପାର ହୋଇ ପଡେ। ଅନେକ ବ୍ୟକ୍ତି ଏହାକୁ ସାଧାରଣ ଭାବେ ଧରି ଏହାର ଚିକିତ୍ସା ପାଇଁ କିଛି କରନ୍ତି ନାହିଁ।

ମାତ୍ର ଏହାର ଅନେକ ପ୍ରକାର ଉପାୟ ରହିଛି ଯାହା ଦ୍ଵାରା ଆପଣ ମାନେ ଏହାକୁ ଘରେ ବସି ସୁବିଧା ରେ ଭଲ କରି ପାରିବେ। ତେବେ ଏହା ହେବାର କାରଣ ପ୍ରଥମେ ଜାଣି ନେବା ଦରକାର। କାରଣ ଏହାର କାରଣ ନ ଜାଣିଲେ ଆପଣ ବାରମ୍ବାର ଏହି ଭୁଲ କରି ବସନ୍ତି।

ଏହି ଇଁଫେକ୍ସନ୍ ଟି ବର୍ଷା ଦିନ ଅଧିକ ମାତ୍ରାରେ ଲୋକଙ୍କୁ ହୋଇ ଥାଏ। କାରଣ ବର୍ଷା ଦିନେ ଅଧିକ ମାତ୍ରାରେ ଭୂମି ଆଦ୍ର ରହିଥାଏ। ଏହି କାରଣ ପାଇଁ ଅନେକଙ୍କ ଚାଲୁଥିବା ସ୍ଥାନରେ ଆଦ୍ର ଭୂମି ପରିଲିକ୍ଷିତ ହୁଏ। ଆଉ କୌଣସି ବ୍ୟକ୍ତି ଏହା ଉପରେ ଚାଲିବା ଦ୍ଵାରା ଫଙ୍ଗଲ ହୋଇଯାଏ। ପାଦ ଅଧିକ ସମୟ ଧରି ଓଦା ରହିବା ହେତୁ ଏପରି ହୋଇ ଥାଏ। ତାହା ସହିତ ସବୁଠାରୁ ବଡ ସମସ୍ୟା ହେଲା ଏହି କାରଣ ପାଇଁ ପାଦରେ ଚାଲିବା କଷ୍ଟକର ବ୍ୟାପାର ହୋଇପଡେ। ତେଣୁ ଆପଣ ଏହାର ଘରୋଇ ଉପଚାର ନିହାତି କରି ନେବା ଆବଶ୍ୟକ।

ପ୍ରଥମ ଉପାଦାନ ହେଲା ସୁଲତାନୀ ମାଟି:-

ଏହି ମାଟି ର ସାହାଯ୍ୟ ନେଇ ଆମେ ଏହି ଫଙ୍ଗଲ୍ ଇନ୍ ଫେକ୍ସନ୍ ରୁ ବର୍ତ୍ତି ପାରିବେ। ଯେପରି ଏହି ମୃତ୍ତିକା ରେ ଆପଣ ପାଦରେ ପ୍ରତିଦିନ ଲଗାଇଲେ ଆପଣଙ୍କ ପାଦ ରୁ ଏହି ଚର୍ମ ଜନିତ ସମସ୍ୟା ସବୁ ଦିନ ପାଇଁ ଚାଲିଯିବ। ଆପଣ ଜାଣିଥିବେ ଏହି ସୁଲତାନୀ ମାଟି ରେ ଅନେକ ପ୍ରକାର ଉପାଦାନ ରହିଛି। ଯାହା ଆମକୁ ଭଲ କରିବା ପାଇଁ ଏକଦମ୍ ସାହାଯ୍ୟ କରିବ। ଏହା ଗୋଡ଼ ର ପାଦ ଅଂଶକୁ ଶୁଷ୍କ ରଖି ଆଦ୍ରତା ରୁ ଦୂରେଇ ରଖିବ। ତେଣୁ ସର୍ବଦା ଆପଣ ଏହାକୁ ପ୍ରୟୋଗ କରିବେ।

ଦ୍ଵିତୀୟ ଉପାୟ ଟି ହେଲା ଲେମ୍ବୁ ରସ ଏଵଂ ଭିନେଗାର ମିଶ୍ରଣ।

ଏହି ଦୁଇ ମହା ଉପାଦେୟ ରେ ଅନେକ ପରିମାଣରେ ରୋଗ ପ୍ରତିରୋଧ ଶକ୍ତି ଅଧିକ ମାତ୍ରାରେ ଥାଏ। ତେଣୁ ଏହି ଦୁଇଟି ଉପାଦାନ କୁ ମିଶ୍ରଣ କରି ପାଦ ତଳିରେ ଲଗାଇଲେ ଏହା ଆପେ ଆପେ ଭଲ ହୋଇଯିବ।

ତୃତୀୟ ଉପାୟ ହେଲା ହଳଦୀ।

ଏହି ହଳଦୀ ପ୍ରାୟ ସମସ୍ତ ଙ୍କ ଘରେ ଉପଲୋଭ୍ବ୍ଧ। ଅଟେ। ତେଣୁ ଏହାକୁ ନେଇ ପେଷ୍ଟ ତିଆରି କରନ୍ତୁ। ଆଉ ଅବସର ସମୟରେ ଏହାକୁ ପାଦ ତଳେ ଲଗାଇ ଦିଅନ୍ତୁ। ଆଉ ଦେଖିବେ ଏହା ମାତ୍ର ଅଳ୍ପ କେହି ଦିନରେ ଆପଣଙ୍କୁ ସଂପୂର୍ଣ୍ଣ ଭଲ କରିଦେବ ଫଂଗଲ ଠାରୁ। ତେଣୁ ଏହାକୁ ନିଶ୍ଚିତ ବ୍ୟବହାର କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।