ଖୁବ କମ ବୟସରୁ ହିଁ କେଶ ହେଉଛି କି ଧଳା,କରନ୍ତୁ ଏହି ଘରୋଇ ଉପଚାର ଆପଣଙ୍କ କେଶ ଖୁବ କମଦିନରେ ହିଁ ହୋଇଯିବ ପୂର୍ବ ପରି କଳା

0

ବର୍ତ୍ତମାନ ର ଏହି ଆଧୁନିକ ସମାଜରେ ଲୋକମାନ ଙ୍କର କେଶ ସମସ୍ୟା ହେଉଛି ସବୁଠାରୁ ବଡ଼ ସମସ୍ୟା ।ଯେପରି କି ମହିଳା ମାନଙ୍କ ର ଅତ୍ୟଧିକ କେଶ ଝଡ଼ିବା , କେଶ ପତଳା ଓ ରୁକ୍ଷ ହେବା ,କେଶ ର ଘନତା ହ୍ରାସ ହେବ , ବହୁତ କମ ବୟସ ରୁ କେଶ ର ରଙ୍ଗ କଳା ନହୋଇ ଧଳା ହୋଇଯିବା ଇତ୍ୟାଦି ।ତେବେ ଏହି ସବୁ ସମସ୍ୟା ମଧ୍ୟରୁ ବର୍ତ୍ତମାନ କମ ବୟସ ରେ ବାଳ ର ରଙ୍ଗ ଧଳା ହେବା ଏକ ସାଧାରଣ ସମସ୍ୟା ହୋଇଗଲାଣି ।ଏହି କାରଣ ରୁ ବହୁତ ଲୋକ ନିଜର ମୁଣ୍ଡ କୁ ସବୁବେଳେ ଘୋଡେଇ ରଖିବାକୁ ପସନ୍ଦ କରୁଛନ୍ତି ।

ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ଙ୍କୁ ଜଣେଇବୁ ଯେ କମ ବୟସ ରେ କେସ ର ରଙ୍ଗ ଧଳା କାହିଁକି ହୋଇଥାଏ ଏବଂ ଏହି ସମସ୍ୟା ର ସମାଧାନ କରିବା ପାଇଁ କଣ କଣ ସବୁ ଘରୋଇ ଉପଚାର ରହିଛି ।ଯାହା ସାହାଯ୍ୟ ରେ ଆପଣ ନିଜର ଧଳା ବାଳ କୁ ପୁଣି କଳା କରିପାରିବେ ।

କମ ବୟସ ରେ ବାଳ ଧଳା କହିଁକି ହୋଇଥାଏ :-

ସାଧାରଣ ଭାବରେ କହିବାକୁ ଗଲେ ଆମ ଶରୀରରେ ଉଚିତ ଖାଦ୍ୟ ପୋଷକ ବା ଭିଟାମିନ ର ଅଭାଵ ଯୋଗୁଁ ଏହି ସମସ୍ୟା ଦେଖା ଦେଇଥାଏ ।ମାତ୍ର ଡାକ୍ତର ମାନେ ଏହାକୁ ଏକ ପ୍ରକାରର ରୋଗ ବୋଲି କହିଥାନ୍ତି ।ଡାକ୍ତରୀ ଭାଷା ରେ ଏହାକୁ କେନାଇଟିସ୍ କୁହାଯାଏ ।

ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ଡର୍ମାଟୋଲୋଜିରେ ୨୦୧୬ ରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, ଭାରତରେ କେନାଇଟିସ୍ ପାଇଁ ୨୦ ବର୍ଷ ବୟସ ସ୍ଥିର ହୋଇଛି କିନ୍ତୁ ଯଦି ୨୦ ବର୍ଷ କିମ୍ବା ତା’ପୂର୍ବରୁ ଧଳା କେଶ ଆରମ୍ଭ କରିଥିଲେ, ତେବେ ଡାକ୍ତର ମାନେ ଏହାକୁ କେନାଇଟିସ୍ ରୋଗରେ ଆକ୍ରାନ୍ତ ବୋଲି ବିଶ୍ୱାସ କରାଯାଏ ।

ଏହି ସମସ୍ୟା ର ଉପଚାର :-

୧.ଭିଟାମିନ B6 ର ଅଭାଵ ରୁ ଆମ କେଶ ର ରଙ୍ଗ ଧଳା ହୋଇଥାଏ ।ତେଣୁ ଶରୀର ରେ ଭିଟାମିନ B6 ର ଆବଶ୍ୟକତା ଓ ଅନ୍ୟାନ୍ୟ ପୋଷକ ପାଇଁ ପ୍ରତି ଦିନ ୨ ଟି ଅଣ୍ଡା ସେବନ କରନ୍ତୁ ।ଏପରି ନିୟମିତ ଖାଇବା ଦ୍ବାରା ମାତ୍ର ୧୫ ଦିନରେ ଆପଣଙ୍କ କେଶ ର ରଙ୍ଗ କଳା ହୋଇଯିବ ।

୨.ନିଜର ପ୍ରତିଦିନ ଖାଦ୍ୟ ରେ ଗାଜର ଓ ମିଠା ଆଳୁ ଖାଇବା ଦ୍ବାରା ମଧ୍ୟ ବାଳ ର ରଙ୍ଗ ଧଳା ରୁ କଳା ହୋଇଥାଏ ।ଏହା ବ୍ୟତୀତ ପନିର ,ଚିକେନ୍ ଓ ଫଳ ଖାଇବା ଆବଶ୍ୟକ ।
୩.ସିଆନୋକୋବାଲାମିନ୍ ନାମକ ପୋଷକ ର ଅଭାବ ରୁ ମଧ୍ୟ କେଶ ଧଳା ହୋଇଥାଏ। ଶରୀରରେ ଏହି ପୋଷକ କୁ ପୂରଣ କରିବାକୁ ନିଜ ଖାଦ୍ୟ ରେ ଦହି କୁ ସାମିଲ କରନ୍ତୁ । ଦହି ରେ ଥିବା B12 ପୋଷକ ଚୁଟି କୁ କଳା କରିଥାଏ ।

୪.ଯେତେବେଳେ କେଶ ଆବଶ୍ୟକ ଖାଦ୍ୟ ଉପାଦାନ ପାଇନଥାନ୍ତି ସେତେବେଳେ କେଶ ଧଳା ହେବାକୁ ଲାଗିଥାଏ। ତେଣୁ ନିଜ ଖାଦ୍ୟ ରେ ମାଛ , ମାଂସ ,ଅଣ୍ଡା ଓ ମିଠା ଆଳୁ ପରି ଖାଇବା ସାମିଲ କରନ୍ତୁ। ଏହି ସମସ୍ୟା ଦୂର ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।