ଅନ୍ଧ ସିନା ଦାନ ତା ମହାନ ! ଭିକ୍ଷା ବୃତ୍ତି କରି ମନ୍ଦିର ଗଢ଼ିଲେ ଅନ୍ଧ ଭିକାରୀ । ବୁଢା ବାପା ପାଇଁ ହୃଦୟରୁ ଗୋଟିଏ ସେୟାର କରନ୍ତୁ…

0

କୁହାଯାଏ କି ଯଦି ଆପଣଙ୍କ ଚିନ୍ତା ଧାରା ଉଚ୍ଚ ହୋଇଥାଏ ଏବଂ ଏହି ସମାଜ ପାଇଁ କିଛି କରିବାର ଇଚ୍ଛା ଶକ୍ତି ରହିଥାଏ ତ ଆପଣଙ୍କୁ ନିଜର ଲକ୍ଷ୍ୟ ସାଧନ କରିବା କୁ କେହି ବି ଅଟକାଇ ପାରିବ ନାହିଁ ।ଆମ ସମାଜରେ ଥିବା ଏହି ଲୋକବାଣୀ କୁ ସତରେ ପ୍ରମାଣିତ କରି ଦେଖେଇଛନ୍ତି ଜଣେ ଭିକାରୀ ।ଆପଣ ମାନେ ଏକ ଐତିହାସିକ କାହାଣୀ ମଧ୍ୟ ଜାଣିଥିବେ କି ସାନ ସିନା ଦାନ ତା ମହାନ ।

ଏହି ଉକ୍ତି ଟିର ଅର୍ଥ ଆପଣ ସମସ୍ତ ଙ୍କୁ ଜଣାଥିବ ନିଶ୍ଚିତ। ତେବେ ଆମେ ଆଜି ଆପଣ ଙ୍କୁ ଏମିତି ଜଣେ ବ୍ୟକ୍ତି ଙ୍କ ମହାନତା ବିଷୟରେ ଜଣେଇବା ଯାଉଛୁ ଯାହା କି ଅତ୍ୟନ୍ତ ଅଭବନୀୟ ଏବଂ ଅବିଶ୍ଵାସ ଯୋଗ୍ୟ ମଧ୍ୟ । ସୂଚନା ଅନୁସାରେ , ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଅଞ୍ଚଳରେ ଜଣେ ଦୃଷ୍ଟି ହୀନ ବ୍ୟକ୍ତି ଭିକ୍ଷା ବୃତ୍ତି କରି ଏହି ଠାରେ ଏକ ମନ୍ଦିର ମନ୍ଦିର ସ୍ଥାପନ କରିଛନ୍ତି ।

ଆଶ୍ଚର୍ଯ୍ୟ ର କଥା ଏହା କି ଯେ ସେ ମନ୍ଦିର ଟିର ନିର୍ମାଣ ପାଇଁ ର ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ମୋଟ ୧ ଲକ୍ଷ ଟଙ୍କା ତାଙ୍କର ଭିକ୍ଷାବୃତ୍ତି ରୁ ସଞ୍ଚୟ କରି ମନ୍ଦିର ବଣେଇଛନ୍ତି ।ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଘ ରାଉତ ଆଉ ସେ ତାଙ୍କର ଜନ୍ମ ରୁ ଅନ୍ଧ ଅଟନ୍ତି ଅର୍ଥାତ ତାଙ୍କୁ ଦେଖାଯାଏ ନାହିଁ ।

କିନ୍ତୁ ରାଘ ରାଉତ ଙ୍କର ଜୀବନ କାହାଣୀ ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ଯାହା ଜାଣିଲେ ଆପଣ ଙ୍କ ଆଖିକୁ ଲୁହ ଝରିଯିବ ।ତେବେ ସେ ଜନ୍ମଗ୍ରହଣ କରିଥିଲେ ଗଞ୍ଜାମ ଜିଲ୍ଲାରେ ଏବଂ ଜନ୍ମ ରୁ ହିଁ ସେ ଦୃଷ୍ଟି ଶକ୍ତି ହରାଇ ବସିଥିଲେ ।ତେବେ ତାଙ୍କର ପିତା ମାତା ଏତେ ନିର୍ଦ୍ୱୟ ଥିଲେ ଯେ ତାଙ୍କୁ ଯେତେବେଳେ ୧୦ ବର୍ଷ ବୟସ ହୋଇଥିଲା ତାଙ୍କ ହାତରେ ଗୋଟିଏ କଦଳୀ ଦେଇ କଟକ ସହରରେ ଛାଡି ପଳେଇ ଥିଲେ ।


ପରେ କଟକ ରେ ଥିବା ଏକ ଦମ୍ପତି ଙ୍କର ପିଲା ଛୁଆ ନଥିବା କାରଣ ରୁ ସେମାନେ ରାଘ ଙ୍କୁ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କଲେ ।କିନ୍ତୁ ଯେତେବେଳେ ତାଙ୍କର ଗୋଟିଏ ପିଲା ହେଲା ସେତେବେଳେ ସେମାନେ ତାଙ୍କୁ ଘରୁ ବାହାର କରିଦେଲେ । ଆଉ ସେହି ଦିନ ଠାରୁ ସେ ଖୋର୍ଦ୍ଧା ର ବାଘମାରୀ ଠାରେ ଏକ ଶିବ ମନ୍ଦିରରେ ରହୁଥିଲେ ଏବଂ ଭିକ୍ଷାବୃତ୍ତି କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ ।କିନ୍ତୁ ତାଙ୍କର ସ୍ୱପ୍ନ ଥିଲା କି ଏହି ଶିବ ମନ୍ଦିର ଆଗରେ ଏକ ଶନି ଦେବ ଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ।

ତେଣୁ ସେ ମନ୍ଦିର ର ବ୍ରାହ୍ମଣ ଙ୍କର ସହ କଥା ବାର୍ତା କରି ଏକ ଶନି ମନ୍ଦିର ସ୍ଥାପନ କରିବାକୁ କହିଲେ ।ଏବଂ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଯେତିକି ଟଙ୍କା ଖର୍ଚ୍ଚ ହେବ ତାହା ନିଜେ ବହନ କରିବେ ବୋଲି କହିଥିଲେ ।ଏବଂ ସତକୁ ସତ ସେ ସେହି ମନ୍ଦିର ନିର୍ମାଣ କରିବା କୁ ୧ ଲକ୍ଷ ଟଙ୍କା ଦାନ କଲେ ।ଏବଂ ଲୋକମାନ ଙ୍କ ପାଇଁ ଏକ ଉଦାହରଣ ହୋଇ ରହିଗଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।