ଆଶ୍ଚର୍ଯ୍ୟ ! ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଲା ଶ-ବ, କର୍ମଚାରୀମାନେ ହୋଇଗଲେ ଆଶ୍ଚର୍ଯ୍ୟ ! ପୁରା ଘଟଣା ଜାଣିଲେ ଗୋଡ ତଳୁ ମାଟି ଖସି ଯିବ…

0

ଆମ ମଣିଷ ସମାଜ ଆଜି ସୋସିଆଲ ମିଡିଆ ସହିତ ଅନେକ ଭାବରେ ଜଡ଼ିତ ହୋଇ ସାରିଲାଣି। ବ୍ୟାଙ୍କିଙ୍ଗ ସେବା ଠାରୁ ଆରମ୍ଭ କରି ଅନଲାଇନ୍ ରେ କିଣା ବିକା ସବୁ କାର୍ଯ୍ୟ କରୁଛନ୍ତି। ତେବେ ଏହି ସମୟରେ ଏପରି ଏକ ଖବର ଆସିଛି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଉଠିବେ। କାରଣ ଏପରି ଏକ ଆଧୁନିକ ସମୟରେ ଏକ ବ୍ୟାଙ୍କ୍ ରେ ଘଟିଛି ଏପରି ଅଦ୍ଭୁତ ଘଟଣା।

ଏକ ଗ୍ରାମ ର କିଛି ଲୋକ ଏକ ମୃତ ଶବ କୁ ନେଇ ବ୍ୟାଙ୍କ୍ ଆଗରେ ଟଙ୍କା ଉଠାଣ କୁ ନେଇ କରିଥିଲେ ଆନ୍ଦଳନ। ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ଟି କଣ ଥିଲା। ତେବେ ଏହି ଅଦ୍ଭୁତ ଘଟଣା ଟି ଘଟିଥିଲା ବିହାର ରାଜ୍ୟରେ। ବିହାର ରାଜ୍ୟରେ ଥିବା ରାଜଧାନୀ ପାଟଣା ସହର ର ନିକଟରେ ଥିବା ମୁଜାଫର୍ପୁର ଗ୍ରାମରେ। ଏହି ଗ୍ରାମର ଥିବା ମହେଶ ଯାଦବ ନାମକ ଏକ ୫୫ ବୟସ୍କ ଯୁବକ ଯିଏକି ସୁସ୍ଥ ଥିଲେ।

ମାତ୍ର ସେଦିନ ସକାଳେ କୌଣସି କାରଣ ବଶଃ ମୃତ୍ୟୁ ବରଣ କରିଥିଲେ। ମାତ୍ର ଦୁଃଖର କଥା ହେଲା ତାଙ୍କର ପରିବାର ରେ କେହି ବି ଅଲଗା ସଦସ୍ୟ ନଥିଲେ। ତେଣୁ ଗ୍ରାମ ଲୋକ ତାଙ୍କର ଶବ ନେଇ ବ୍ୟାଙ୍କ୍ ପହଞ୍ଚି ଯାଇଥିଲେ। ତାଙ୍କର ଶବ ଦାହ ପାଇଁ କୌଣସି ଲୋକ ଖର୍ଚ୍ଚ କରିବାକୁ ଚାହୁଁ ନଥିଲେ। ତେଣୁ ସେ ତାଙ୍କ ବ୍ୟାଙ୍କ୍ ରେ ରଖିଥିବା ଟଙ୍କା କୁ ଉଠାଇବା ପାଇଁ ଗ୍ରାମ ବାସି ବାଧ୍ୟ ହେଲେ।

ପ୍ରଥମେ ଏହି ଗ୍ରାମ ବାସୀ ଯାଇ ବ୍ୟାଙ୍କ୍ ରେ ତାଙ୍କ ଆକାଉଣ୍ଟ୍ ରୁ ଟଙ୍କା ଉଠାଇ ଦେବାକୁ ବାଧ୍ୟ କରିଥିଲେ। ମାତ୍ର ବ୍ୟାଙ୍କ୍ ମେନେଜର ମନା କରିବାରୁ ସେମାନେ ଶବ ନେଇ ସେହି ବ୍ୟାଙ୍କ୍ ଆଗରେ ଧାରଣା ଦେଇଥିଲେ। ଆଉ ଟଙ୍କା ଉଠାଇ ନ ଦେବା ଯାଏଁ ସେମାନେ ସେ ସ୍ଥାନରୁ ହଟିବେ ନାହିଁ ବୋଲି ସିଧା ସଳଖ ମନା କରିଥିଲେ। ତେବେ ମହେଶ ଙ୍କ ଆକାଉଣ୍ଟ୍ ରେ ପ୍ରାୟ ୧ ଲକ୍ଷ ୧୮ ହଜାର ଟଙ୍କା ଥିବା କଥା ସୂଚନା ରହିଛି। ତେଣୁ ବ୍ୟାଙ୍କ୍ କର୍ମଚାରୀ ସେ ଟଙ୍କା କୌଣସି ମତେ ଉଠାଇ ହେବ ନାହିଁ ବୋଲି ମନା କରିଥିଲେ।

ବ୍ୟାଙ୍କ୍ ମେନେଜର ଙ୍କ କହିବା କଥା ଏହି ଟଙ୍କା ଉଠାଇବାକୁ ହେଲେ ତାଙ୍କର kyc ହୋଇଥିବା ଆବଶ୍ୟକ ଥିଲା। ମାତ୍ର ମହେଶ ଙ୍କ ଆକାଉଣ୍ଟ୍ ରେ kyc ଅପଡେଟ ନଥିଲା। ତେଣୁ ସମସ୍ତ ସରକାରୀ ଦସ୍ତାବିଜ ପ୍ରସ୍ତୁତ କରିବାକୁ ହେଲେ ଅନେକ ଦିନ ଲାଗିଯିବ। ମାତ୍ର ଗ୍ରାମର ଲୋକ ଏହି କଥା କୁ ଗ୍ରହଣ ନକରି ତାଙ୍କ ଟଙ୍କା ନେଇ ଯିବେ ବୋଲି ଧାରଣା ରେ ବସିଗଲେ।

ଆଉ ଏଥିରେ ଅତିଷ୍ଟ ହୋଇ ବ୍ୟାଙ୍କ୍ ମେନେଜର ନିଜ ପକେଟ ରୁ ଦଶ ହଜାର ଟଙ୍କା ଦେଇଥିଲେ। ଆଉ ଗ୍ରାମ ବାସୀ ବାଧ୍ୟ ହୋଇ ସେଠାରୁ ଚାଲି ଯିବାକୁ ଲାଗିଲେ। ତେଣୁ ଏହିପରି ଅଦ୍ଭୁତ ଦୃଶ୍ୟ କୁ ଏବେ ସୋସିଆଲମିଡିଆରେ ରେ ଅନେକ ଲୋକ ସେୟାର କରୁଥିବାର ଦେଖିବାକୁ ମିଳିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।