ମକର ସଂକ୍ରାନ୍ତି ରେ ମରିଗଲେ ବି କରନ୍ତୁ ନାହିଁ ଏହି ଜିନିଷ ର ଦାନ , ନଚେତ୍ କାଙ୍ଗାଳ ହୋଇଯିବେ

0

ଆମ ସମାଜରେ ରେ ଏକ ତ୍ୱତ ରହିଛି ଯେ “ମାନଵ ସେବା ହିଁ ମାଧବ ସେବା” ଅର୍ଥାତ ମାନବର ର ସେବା କଲେ ତାକୁ ଭଗବାନ ଙ୍କ ସେବା ବୋଲି ବିବେଚନା କରାଯାଏ । ଏହି କାରଣରୁ ବହୁତ ଲୋକ ସମାଜର ସେବା କରିବାକୁ ଇଛୁକ ରହିଥାନ୍ତି । ସେମାନେ ସମାଜର ସେବା କରିବା ପାଇଁ ବିଭିନ୍ନ ଉପାୟ କରିଥାନ୍ତି ଏବଂ ବିଭିନ୍ନ ପ୍ରଣାଳୀ ଦ୍ୱାରା ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗ କରବାକୁ ଆଗେଇଆସନ୍ତି ।

ବହୁ ଲୋକ ସମାଜସେବା ପାଇଁ ସ୍କୁଲ ଖୋଲିଥାନ୍ତି ତ ,ଅନ୍ୟ କେତେକ ଚାରିଟି ଜମା କରି ରୋଗୀମାନଙ୍କର ସାହାର୍ଯ୍ୟ ମଧ୍ୟ କରିଥାନ୍ତି କିମ୍ବା ବୟସ୍କ ବ୍ୟକ୍ତି ଓ ବୃଦ୍ଧ ବ୍ୟକ୍ତିମାନଙ୍କର ସାହାର୍ଯ୍ୟ କରିଥାନ୍ତି । ପୁଣି କେତେକ ଲୋକ ଦାନ ଦକ୍ଷିଣା କରିବା କୁ ଚାହିଁଥାନ୍ତି।

ସାଧାରଣତ୍ୱ ଆମ ଓଡିଶାର ସଂସ୍କୃତି ଅନୁସାରେ , ଲୋକମାନେ ପର୍ଵ ପର୍ବାଣୀ ରେ ଦାନ କରିବାକୁ ପସନ୍ଦ କରିଥାନ୍ତି ।କିନ୍ତୁ କଣ ଆପଣ ଜାଣିଛନ୍ତି କି ଓଡିଶା ର ମୁଖ୍ୟ ପର୍ବ ମକର ସଂକ୍ରାନ୍ତି ରେ କେଉଁ କେଉଁ ଜିନିଷ ଦାନ କରିବା ଉଚିତ ହୋଇ ନଥାଏ। ବା ସେହି ଜିନିଷ ଦାନ କରିବା ଦ୍ୱାରା ମଣିଷ ର କ୍ଷତି ହୋଇଥାଏ। ତେବେ ଆସାନ୍ତୁ ଜାଣିବା ମକର ସଂକ୍ରାନ୍ତି ରେ କେଉଁ ସବୁ ଜିନିଷ ଦାନ କରିବା ଠିକ ନୁହେଁ ଏବଂ ଏପରି କରିବା ଦ୍ୱାରା ଆପଣ ଙ୍କ ଉପରେ ଏହାର କଣ ସବୁ ପ୍ରଭାବ ରହିଛି ।

୧.ଝାଡୁ

ବନ୍ଧୁଗଣ ମକର ସଂକ୍ରାନ୍ତି ରେ ଭୁଲ ରେ ବି ନିଜ ଘରର ଝାଡ଼ୁ କୁ କୌଣସି ବ୍ୟକ୍ତି ବା ଯୋଗୀ ଙ୍କୁ ଦାନ କରନ୍ତୁ ନାହିଁ ।ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ସେହି ଘର ଛାଡି ପଳେଇ ଯାଇଥାନ୍ତି। ଏବଂ ଘରେ ସବୁବେଳେ ଧନ ସମ୍ପତ୍ତି ର ଘୋର ଅଭାବ ଦେଖାଦେଇଥାଏ ।

୨.ଧାରୁଆ ଜିନିଷ

ମକର ସଂକ୍ରାନ୍ତି ରେ କୌଣସି ଧାରୁଆ ଜିନିଷ ଯେପରି କି ଝୁରି , ପନିକି ,କଟୁରି , କଇଁଛି ଆଦି ଜିନିଷ ଦାନ କରନ୍ତୁ ନାହିଁ ।ଏହି ସବୁ ଜିନିଷ ମକର ସଂକ୍ରାନ୍ତି ରେ ଦାନ କରିବା ଦ୍ବାରା ଆପଣଙ୍କ ଘରେ ସବୁବେଳେ ଦୁଖଃ ଦୁର୍ଦ୍ଦଶା ପଡିଥାଏ ।ଆଉ ଛୋଟ ଛୋଟ କଥାରେ ଘରେ ଝଗଡା ହୋଇଥାଏ ।

୩.ବାସି ଖାଇବା

ଆମର ବାସ୍ତୁ ବଚନ ଅନୁସାରେ କାହାକୁ ବି ବସି ଖାଇବା ଦାନ କରନ୍ତୁ ନାହିଁ ।ଏପରି କରିବା ଦ୍ୱାରା ଘରର କୌଣସି ନା କୌଣସି ବ୍ୟକ୍ତି ରୋଗରେ ପଡ଼ି ରହିଥାନ୍ତି ।ଏବଂ ଘରେ ସବି ବେଳେ ବିବାଦ ଲାଗି ରହିଥାଏ ।

୪.ପୁରୁଣା ବସ୍ତ୍ର

ଆପଣ ଭୁଲ ରେ ବି କୌଣସି ବ୍ରାହ୍ମଣ ଙ୍କୁ ପୁରୁଣା ବସ୍ତ୍ର ଦାନ କରନ୍ତୁ ନାହିଁ ।ଯଦି ଆପଣ କରିନ୍ତି ତ ଆପଣ ଙ୍କ ଉପରେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ।ଓ ଘରେ ଅଭାବ ଅନଟନ ଦେଖାଦେଇଥାଏ ।

୫.ଷ୍ଟିଲ ବାସନ ଏବଂ ପ୍ଲାଷ୍ଟିକ ଜିନିଷ

ବନ୍ଧୁଗଣ ଆପଣ ମକର ସଂକ୍ରାନ୍ତି ରେ କେବେବି ଷ୍ଟିଲ ଜିନିଷ ବା ପ୍ଲାଷ୍ଟିକ ଜିନିଷ ଦାନ କରନ୍ତୁ ନାହିଁ ।ଏ ସବୁ ଦାନ କରିବା ଅଶୁଭ ହୋଇଥାଏ ।ଏ ପରି କରିବା ଦ୍ୱାରା ମା ଲକ୍ଷ୍ମୀ ଅସନ୍ତୋଷ ପ୍ରକାଶ କରିଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।