ଦେଖନ୍ତୁ ଭିଡିଓ ! ବିଚ୍ ବଜାରରେ ଭିଏଲଡବ୍ଲ୍ୟୁଙ୍କୁ ନିର୍ଧୁମ ଛେଚିଲେ ମହିଳା ୱାର୍ଡ ମେମ୍ବର, ମାଡ଼ ମାରି ଘୋଷାରି ଘୋଷାରି ନେଲେ ଥାନାକୁ… ଏହି ମାଉସୀ ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ , କାରଣ ଆଜିର ନାରୀ କିଛି କରିପାରେ ?

0

ଆମେ ମାନେ ସମସ୍ତେ ଆମ ରାଜ୍ୟ କଥା ନିଶ୍ଚିତ ଭାବେ ବହୁତ ଭଲ ଭାବେ ଜାଣିଥିବା। ଆମ ରାଜ୍ୟ ର ଅର୍ଥନୀତି କଥା, ରାଜନୀତି କଥା ଏବଂ ଆମ ରାଜ୍ୟ ର ଲୋକ ମାନଙ୍କ ର ଅତି ନିଚ୍ଚ ଧରଣର ଚିନ୍ତାଧାରା କୁ ମଧ୍ୟ। ତେବେ ଆମେ ମାନେ ମଧ୍ୟ ଜାଣିଛେ ଏବଂ ବାହାର ରାଜ୍ୟର ଲୋକ ମାନେ ବି ଜାଣିଥିବେ କି ଆମ ରାଜ୍ୟରେ ଗରିବ, ଅସହାୟ ଲୋକ ବହୁତ ଦେଖାଯାଆନ୍ତି।

ଯେଉଁ ମାନେ କି ଅର୍ଥ ଅଭାବରୁ ବହୁତ ଦୁଃଖ କଷ୍ଟ ରେ ନିଜର ଜୀବନ କାଟୁଛନ୍ତି। ସେହି ଲୋକ ମାନେ ନିଜର ଘର ଲୋକ ମାନଙ୍କ ମୁହଁ ରେ ଟିକେ ଆହାର ଦେବା ପାଇଁ ସରକାର ଙ୍କ ଉପରେ ନିର୍ଭର କରନ୍ତି ଏବଂ ଅନେକ ଅଛନ୍ତି ଯେଉଁମାନେ କି ଯେତେ କଷ୍ଟ କାମ ହେଉ ମଧ୍ୟ କରିବା ପାଇଁ ପ୍ରସ୍ତୁତ ଥାଆନ୍ତି।

ଆମ ରାଜ୍ୟରେ ଦିନ କୁ ଦିନ ଅନେକ ଘୃଣ୍ୟ କାମ ସବୁ ବଢିବାରେ ଲାଗିଛି। ଯାହାକି ଅନେକ ଲୋକ ମାନଙ୍କୁ ଅନେକ ପ୍ରକାର ର ଅସୁବିଧା ରେ ମଧ୍ୟ ପକାଉଛି। ଆପଣ ମାନେ ସମସ୍ତେ ଜାଣିଥିବେ ଆମ ରାଜ୍ୟ ସରକାର ଆମ ରାଜ୍ୟର ଗରିବ ଲୋକ ମାନଙ୍କ ପାଇଁ ଅନେକ ପ୍ରକାର ର ସୁବିଧା ସବୁ ଯୋଗାଇ ଦେଉଛନ୍ତି, ଯେପରିକି ଟଙ୍କିକିଆ ଚାଉଳ, ଗହମ, ମାଗଣା ରେ ଆବାସ ଯୋଜନା ଆଦି ସବୁ।

ଏହା ଦ୍ୱାରା ଯେଉଁ ଲୋକ ମାନେ ଖାଇବାକୁ ପାଇନଥାନ୍ତି ସେମାନେ ଖାଇବାକୁ ପାଆନ୍ତି, ଆଉ ଯେଉଁ ମାନେ ନିଜର ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ପାଇନଥାନ୍ତି ସେମାନେ ପାଆନ୍ତି। ଯେଉଁ ମାନଙ୍କ ମାଧ୍ୟମ ରେ ସରକାର ଏହି ସବୁ ଯୋଜନା କୁ ଯୋଗାଇ ଦିଅନ୍ତି, ସେହି ଲୋକ ମାନେ ଏହାକୁ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇ କିଛି ପଇସା ଲାଞ୍ଚ ନେଇ ମଧ୍ୟ ଉପୋଭୋକ୍ତା ପାଇବାକୁ ଥିବା ସୁବିଧା ଯୋଗାଇ ଦେଇ ପାରୁ ନାହାନ୍ତି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।

ତବେ ଏହି ଘଟଣା ଟି ଦେଖିବାକୁ ମିଳିଛି କଟକ ର ନେମଲି ବ୍ଲକ ରେ । ତେବେ ସେଠାରେ ଜଣେ ମହିଳା ୱାଡମେମ୍ବର ଜଣେ ଭିଏଲଡବ୍ୟୁ ଙ୍କୁ ବିଚ୍ ରାସ୍ତା ରେ ମାଡ଼ ମାରି ତାଙ୍କୁ ଘୋଷାରି ଘୋଷାରି ଥାନା କୁ ନେଇ ଯାଉଛନ୍ତି। ତେବେ ଏପରି ଘଟଣା ର କାରଣ ହେଲା ଏହି ଭିଏଲଡବ୍ୟୁ ସେହି ମହିଳା ଙ୍କୁ ସରକାରୀ ଆବାସ ଯୋଗାଇ ଦେବା ପାଇଁ ତାଙ୍କ ଠୁ ୨୦,୦୦୦ ଟଙ୍କା ଲାଞ୍ଚ ନେଇ ଥିଲେ।ଆଉ ପରବର୍ତୀ ସମୟ ରେ ସେ ଏହି ମହିଳା ଙ୍କୁ ଘର ଯୋଗାଇ ଦେଇ ନ ଥିଲେ ,ଆଉ ଅନ୍ୟ ଅଧିକାରୀ ମାନଂକୁ କହିଥିଲେ ମଧ୍ୟ କେହି ଏହି ମହିଳା ଙ୍କ କଥା ଶୁଣି ନ ଥିଲେ।

ତେଣୁ ସେହି ମହିଳା ଜଣକ ବାଧ୍ୟ ହୋଇ ସେ ଭିଏଲଡବ୍ୟୁ ଙ୍କ କଲର ଧରି ବିଚ ରାସ୍ତା ରେ ମାଡ଼ ମାରି ତାଙ୍କୁ ଟାଣି ଟାଣି ଥାନା କୁ ନେଇ ଯାଉ ଥିଲେ। ତେବେ ଏହି ଘଟଣା ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି, ଆଉ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି

ଆଉ ସମସ୍ତ ଙ୍କ ମତ ରେ ଏହି ଭଳି ଲୋକ ଙ୍କୁ ଏମିତି ଦଣ୍ଡ ଦେବା ଉଚିତ,ଯଦି ଏହି ଭଳି ଘଟଣା ସବୁ ଦିନ ଦେଖିବାକୁ ମିଳେ , ତାହାଲେ ସରକାର ଙ୍କ ଉପରୁ ଲୋକ ଙ୍କ ଭରସା ଉଠି ଯିବ । ତେବେ ଏହି ସବୁ କାର୍ଯ୍ୟ ପାଇଁ ଆମ ରାଜ୍ୟ ଆଜି ଉନତି କରି ପାରୁ ନାହିଁ। ରାଜ୍ୟ ରେ ଗରିବ ଲୋକ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।