ପୋଲିସ୍ ବାବୁଙ୍କ ଦରକାର ନାହିଁ ହେଲମେଟ, ବିନା ହେଲମେଟ ରେ ରାଜଧାନୀର ରାଜ ରାସ୍ତାରେ ଗାଡ଼ି ଚଳାଉଛନ୍ତି ପୋଲିସ୍ ଅଧିକାରୀ। ଏଥିରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….

0

ଉଭୟ କେନ୍ଦ୍ର ଓ ରାଜ୍ୟର ଗାଇଡ୍ ଲାଇନ ଆସିବା ପରେ ଦିନ କୁ ଦିନ ଆହୁରି ସଦୃଢ ହେବାରେ ଲାଗିଲାନି ଟ୍ରାଫିକ ନିୟମ ଓ କାର୍ଯ୍ୟାନୁଷ୍ଠାନ। ଏହି କାରଣ ପାଇଁ ପରିବହନ ମନ୍ତ୍ରୀଙ୍କ ଗାଇଡ୍ ଲାଇନ ପରେ ଟ୍ରାଫିକ୍ ରେ ଧରା ପାଗଡା ମଧ୍ୟ ଖୁବ୍ ଜୋରଦାର ରେ ଚାଲିଛି। ଟ୍ରାଫିକ୍ ନିୟମ ଆସିବା ପରେ ବା ଲାଗୁ ହେବା ପରେ ଏବଂ ଏହାକୁ ସମ୍ପୂର୍ଣ୍ଣ କଡାକଡି ଭାବରେ ପାଳନ କରୁଥିବା ବେଳେ ପୋଲିସ ଙ୍କୁ ଲୋକମାନେ ଏକ ଅଲଗା ନଜର ରେ ଦେଖିବାକୁ ଲାଗିଛନ୍ତି ବା ପାଉଛନ୍ତି।

ଏଥି ସହିତ ପୁଣି କୋରୋନା ଭାଇରସ ପାଇଁ ସଂକ୍ରମଣ କାରଣରୁ ଲକଡାଉନ୍ ସମୟରେ ନିୟମ ଭାଙ୍ଗିବା ଲୋକ ମାନଙ୍କ ଉପରେ ପୋଲିସ ର ଲାଠି ଚାର୍ଜ କଥା ମନେ ପଡିଲେ ଡର ଲାଗେ।କାରଣ ସେ ଲାଠି ମାଡ଼ ଯିଏ ଖାଇଛି ସିଏ ଜାଣିଛି ତାର ମଜା କଣ।

ଏହା ସବୁ ଦେଖି ବା ଶୁଣି ଆପଣଙ୍କ ମନ ଭିତରେ ପୋଲିସ କୁ ନେଇକି ଏକ ଭିନ୍ନ ଧାରଣା ସୃଷ୍ଟି ହୋଇଥିବ ଏବଂ ଏହା ନିଶ୍ଚିତ,ଏମିତି ରେ ବି ପୋଲିସ ମାନଙ୍କ ର ସାଧାରଣ ବ୍ୟବହାର କୁ ନେଇ ଲୋକମାନେ ସେମାନଙ୍କୁ ଅତି କଠୋର ବୋଲି ଭାବନ୍ତି,ହେଲେ ଅଧିକାଂଶ କ୍ଷେତ୍ରରେ ଏହା ବହୁ ମାତ୍ରା ରେ ସତ୍ୟ ହୋଇଥିବା ବେଳେ ମଧ୍ୟ କିଛି କ୍ଷେତ୍ରରେ ଯଥାର୍ତ ନୁହେଁ,କିନ୍ତୁ ଆମ କହିବାର ଅର୍ଥ କିଛି ଅଲଗା,ଆମେ ଏହା କହୁଛୁ ଯେ ଟ୍ରାଫିକ ନିୟମ ଭାଙ୍ଗିବା ଦ୍ଵାରା ସାଧାରଣ ଲୋକ ଙ୍କୁ ଯେଉଁ ମୋଟା ଅଂକ ର ଟଙ୍କା ଆର୍ଥିକ ଦଣ୍ଡ ଦବା କୁ ପଡେ,

ସେହି ପରି ସମାନ ନିୟମ ଭାଙ୍ଗିଲେ ମଧ୍ୟ କଣ ପୋଲିସ ବାବୁ ଙ୍କୁ ଏଥିପାଇଁ ତାଗିଦ୍ କରିବାକୁ,ନିୟମ ପାଳନ କରିବାକୁ ବା ଫାଇନ୍ ଆଦାୟ କରିବାକୁ କେହି ନାହାନ୍ତି?କାରଣ କୁହାଯାଏ କି ଆଇନ୍ ସମସ୍ତଙ୍କ ପାଇଁ ସମାନ ଅଟେ।ହେଲେ ଏହି କ୍ଷେତ୍ର ରେ କାହିଁକି ନୁହେଁ। ଏଠାରେ ଆମେ କହୁଛୁ ଦୁଇ ଟି ଘଟଣା କଥା,

ଯେଉଁଥିରେ ଗାଡ଼ି ଚଳାଇବା ସମୟରେ ଜଣେ ପୋଲିସ ବାବୁ ଏବଂ ଜଣେ ଚାଳକ ଙ୍କ ପଛରେ ବସିଥିବା ଜଣେ ମହିଳା ପୋଲିସ ବସିଥିବା ଜଣେ ମହିଳା ପୋଲିସ ଅଧିକାରୀ ଜଣକ ହେଲମେଟ ପିନ୍ଧି ନ ଥିବା କଥା।ଆଉ ଏହି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କଳ୍ପନା ଛକରୁ ରସୁଲଗଡ଼ ଯିବା ବାଟରେ,ଆଉ ଏହି ଘଟଣା ପ୍ରସାରିତ ହୋଇଛି ଓଟିଭି ର ଲୋକପ୍ରିୟ ସଚେତନ ଧର୍ମୀ କାର୍ଯ୍ୟକ୍ରମ ନିଉଜ୍ ଫିଉଜ୍ ରେ।

ତେବେ ଆପଣ ମାନେ ସେହି ଦୁଇ ଟି ଭିଡିଓ କୁ ସୋସିଆଲ ମିଡ଼ିଆ ରେ ଭଲଭାବରେ ଦେଖନ୍ତୁ , ଜାଣିପାରିବେ ଯେ ଦୁଇ ଟି ଯାକ ଭିଡିଓ ରେ ଗାଡ଼ି ରେ ଯାଉଥିବା ପୋଲିସ ଅଧିକାରୀ ମାନେ ହେଲମେଟ ନା ପିନ୍ଧି ରାଜଧାନୀ ର ରାଜରାସ୍ତାରେ ଦୃତ ଗତି ରେ ଯାଉଥିବା ର ।ତେବେ ଏଠାରେ ପ୍ରଶ୍ନ ଏହା ଉଠୁଛି ଯେ ଡବଲ୍ ହେଲମେଟ ବାଧ୍ୟତାମୂଳକ ହୋଇଥିବା ବେଳେ କଣ ପୋଲିସ ଅଧିକାରୀ ମାନଙ୍କ ପାଇଁ ଏହା ଛାଡ଼ି ଦିଆ ଯାଇଛି ,

ନା ଲୋକ ମାନଙ୍କୁ ସଚେତନ କରାଉଥିବା ପୋଲିସ ନିଜେ ସଚେତନତା ଭୁଲି ଯାଇଛି।ସମାଜ ରେ ଆଇନ୍ ପାଇଁ ପ୍ରତ୍ୟେକ ଟି ନିୟମ ର ଯଥାର୍ଥତା ରହିଛି।ଏହା ସାଧାରଣ ଲୋକ ମାନଙ୍କ ପାଇଁ ଯେତିକି ଗୁରୁତତ୍ୱପୂର୍ଣ୍ଣ ପୋଲିସ ଅଧିକାରୀ ମାନଙ୍କ ପାଇଁ ବି ସେତିକି ଅଧିକ ଜରୁରୀ।ଆଇନ୍ ସମସ୍ତଙ୍କ ପାଇଁ ସମାନ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।