ଖେଳ ସରିଲା ! ଅରୁଣ ବୋଥ୍ରା ଙ୍କ ପାଇଁ ବଢିଲା ଅଡୁଆ, ସମସ୍ତ ତଥ୍ୟ ମାଗିଲେ ନିର୍ଭୟା ଓକିଲ ସୀମା ,ଆପଣଙ୍କ ମତରେ କଣ ସତରେ ପରୀ ନ୍ୟାୟ ପାଇବ ?

0

ଝିଅ ବୋହୂ ମାନଙ୍କ ର ଇଜ୍ଜତ୍ ତ ଆମ ଦେଶ ତଥା ଆମ ରାଜ୍ୟରେ ଆଉ ସୁରକ୍ଷିତ ନାହିଁ, ଯେଉଁ ଭଳି ଭାବରେ ଝିଅ ବୋହୂ ମାନଙ୍କ ର ଇଜ୍ଜତ୍ ଲୁଟ୍ ହେଉଛି ଏବଂ ତାଙ୍କୁ ନିର୍ମମ ଭାବରେ ହତ୍ୟା କରା ଯାଉଛି ତାହା ଏକ ଅତ୍ୟନ୍ତ ଦୁଃଖର କଥା। ଲୋକ ମାନେ ନିଜର କେବଳ କିଛି ସମୟ ର ଆତ୍ମସନ୍ତୋଷ ପାଇଁ ଗୋଟେ ଝିଅ ର ଇଜ୍ଜତ୍ ତ ନେଇ ଯାଉଛନ୍ତି ଏବଂ ତାହା ପରେ ତାକୁ ଯେଉଁ ଭଳି ଭାବରେ ହତ୍ୟା କରୁଛନ୍ତି ସେହି କଥା ଶୁଣିଲା ବେଳକୁ ଏବଂ ଦେଖିଲା ବେଳକୁ ସମସ୍ତ ମୁହଁ ରୁ ଗୋଟିଏ କଥା ବାହାରୁଛି,

ଗୋଟେ ମଣିଷ କଣ ଏତେ ମାତ୍ରାରେ ନୃଶଂସ ହୋଇପାରେ। ଆମ ରାଜ୍ୟରେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ପରୀ ର ହତ୍ୟା ଘଟଣା। ଏହାକୁ ନେଇ ଏବେ ଆଉ କଥା ସାମ୍ନା କୁ ଆସିଛି ତେବେ ଆସନ୍ତୁ ଜାଣିବା ସେହି ଖବର ସମ୍ପର୍କରେ।

ପରୀର ହତ୍ୟା କୁ ଆଜି କୁ 5 ମାସ ବିତି ଯାଇଥିଲେ ବି ହତ୍ୟାକାରୀ ମାନଙ୍କ ବିରୋଧ ରେ କୌଣସି ସାକ୍ଷୀ ପ୍ରମାଣ ମିଳି ପାରିନାହିଁ। ନ୍ୟାୟ ପାଇଁ ସାରା ଦେଶ ତେଜି ଚାଲିଛି ଏହି ସମୟ ରେ ରାଜ୍ୟ ସରକାର ସିଟ୍ ଟିମ୍ କୁ ତଦନ୍ତ ପାଇଁ ନିଯୁକ୍ତି କରିଥିଲେ। ସିଟ୍ ଟିମ୍ ମଧ୍ୟ ଏହାର ତଦନ୍ତ କରିଲା, ଏହାର ତଦନ୍ତ ସମୟ ରେ ମଧ୍ୟ ଅନେକ କଥା ସବୁ ସାମ୍ନା କୁ ଆସିଲା। ଏହି ସିଟ୍ ଟିମ୍ ର ମୁଖ୍ୟ ଅରୁଣ ବୋଥ୍ରା ଙ୍କୁ ନେଇ ମଧ୍ୟ ଅନେକ କଥା ସାମ୍ନା କୁ ଆସିଲା, ଏହାକୁ ନେଇ ଅନେକ ବିବାଦ ମଧ୍ୟ ଲାଗି ରହିଲା।

ଏହାପରେ ସିଟ୍ ଟିମ୍ ସରୋଜ ସେଠୀ ନାମକ ଜଣେ ପିଲା କୁ ପରୀ ହତ୍ୟା ମାମଲା ର ମୁଖ୍ୟ ଅଭିଯୁକ୍ତ ବୋଲି ଦାବି କରିଲା ଆଉ ସେହି ପିଲା ମଧ୍ୟ ସେହି ନୃଶଂସ କାମ କରିଛନ୍ତି ବୋଲି ସ୍ୱୀକାର କରିଲେ। ଏହି ସବୁ କଥା କିନ୍ତୁ ପରୀର ବାପା ମାଆ ଙ୍କୁ ଠିକ୍ ଲାଗୁ ନଥିଲା, ସେଥିପାଇଁ ସେମାନେ ସବୁବେଳେ କହୁଥିଲେ ଆମ ଝିଅ କୁ ନ୍ୟାୟ ମିଳୁ ଏବଂ ପ୍ରକୃତ ଦୋଷୀ ଦଣ୍ଡ ପାଉ। ସିଟ୍ ଟିମ୍ ଯେଉଁ ସରୋଜ ସେଠୀ ଙ୍କୁ ପ୍ରକୃତ ଦୋଷୀ ବୋଲି ଦର୍ଶାଇ ଥିଲେ ସେହି ଯୁବକ ଜଣକ ସାବାଳକ ବୋଲି ଅରୁଣ ବୋଥ୍ରା କୋର୍ଟ ରେ ଦର୍ଶାଇ ଥିଲେ,

ହେଲେ ପୋସ୍କୋ କୋର୍ଟ ରିପୋର୍ଟ ଦେଇଛି ଯେ ସରୋଜ ସେଠୀ ନାବାଳକ ବୋଲି। ତେବେ ସରୋଜ ସେଠୀ ଯଦି ନାବାଳକ ଅରୁଣ ବୋଥ୍ରା କାହିଁକି ତାଙ୍କୁ ସାବାଳକ ବୋଲି କୋର୍ଟ ରେ ଦର୍ଶାଉଥିଲେ। ଏହା ଦ୍ୱାରା କେଉଁ ସତ୍ୟତା କୁ ସେ ଲୁଚାଇବାକୁ ଚାହୁଁଛନ୍ତି ବୋଲି ଏବେ ପ୍ରଶ୍ନ ଉଠୁଛି। ଏହି ସବୁ ପଛରେ କେଉଁଠି ଆଉ ଅରୁଣ ବୋଥ୍ରା ଙ୍କ ର ହାତ ନାହଁ ତ? ଏହିପରି ଅନେକ କଥା ଶୁଣିବାକୁ ମିଳୁଛି ଅରୁଣ ବୋଥ୍ରା ଙ୍କୁ ନେଇ।

ଏହି ସବୁ ମଧ୍ୟ ରେ ଆଉ ଏକ ଖବର ସାମ୍ନା କୁ ଆସିଛି, ପରୀ ର କେସ୍ ଏବେ ଲଢିବେ ବହୁ ଚର୍ଚ୍ଚିତ ଗ୍ୟାଙ୍ଗ୍ ରେପ୍ ଦିଲ୍ଲୀ ନିର୍ଭୟା କେସ୍ ଲଢୁଥିବା ଓକିଲ ସୀମା। ଏହାକୁ ନେଇ ନିଜେ ସୀମା ପରୀର ମାଆ ଙ୍କ ସହ କଲ୍ ରେ କଥା ହୋଇଛନ୍ତି। ତେବେ ସମାଜ ସେବୀ ଶିବ ଶଙ୍କର ସ୍ୱାଇଁ ଙ୍କ ର ଫୋନ୍ ଦ୍ୱାରା କନଫରେନ୍ସ ମାଧ୍ୟମ ରେ କଥା ହୋଇଛନ୍ତି ପରୀ ର ମାଆ।

ସେ ପରୀ ର ମାଆ ଙ୍କୁ କହିଛନ୍ତି ତୁମେ ଜମାବି ବ୍ୟସ୍ତ ହୁଅନା ମାଆ ପରୀ କୁ ନ୍ୟାୟ ଦେବି ଏବଂ ଯିଏ ବି ଦୋଷୀ ସେମାନେ ସବୁ ନିଶ୍ଚିତ ଫାଶୀ ପାଇବେ। ଏହି କଥାକୁ ମଧ୍ୟ ସୀମା ନିଜେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ମାଧ୍ୟମରେ ଲୋକ ମାନଙ୍କୁ ଜଣାଇଛନ୍ତି। ତେବେ ପରୀର ସବିଶେଷ ତଥ୍ୟ ମାଗିଥିଲେ ସୀମା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।