ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ନିଜ ବେକ କାଟିଥିଲେ, ଯିଏ ଦେଖିଲେ ଏହି ଭୟାନକ ଦୃଶ୍ୟ କରିବାକୁ ଲାଗିଲେ ଚିତ୍କାର

0

ବର୍ତ୍ତମାନ ଭାରତ ହେଉଛି ବିଶ୍ଵ ର ଏକ ଅଗ୍ରଗତି ଶିଳ ଦେଶ ଅଟେ ।ଏବଂ ଆମେ ଏବେ ଏକ ଅତ୍ୟାଧୁନିକ ,ଶିଖିତ ସମାଜରେ ବସବାସ କରୁଛୁ। କିନ୍ତୁ ସବୁବେଳେ ଆମ ମନ ରେ ଏକ ପ୍ରଶ୍ନ ଉଙ୍କିମାରେ କି କଣ ଆମେ ଏବେ ଶିଖିତ ..??? କଣ ଆମ ସମାଜ ରେ ଏବେ କୌଣସି କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ର ଛାୟା ଠାରୁ ଦୁରେଇ ଯାଇଛି …ନା ଏବେ ବି ଆମେ ସେହି କୁସଂସ୍କାର ଏବଂ କୁପ୍ରାଥ ର ଶିକାର ହେଉଚୁ..??? ତେବେ ଆମେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଭୁଲିଯିବେ କି ଆପଣ ଏକ ଶିକ୍ଷିତ ଓ ଅତ୍ୟାଧୁନିକ ସମାଜରେ ବସବାସ କରୁଛନ୍ତି ବୋଲି ।


ଉଲେଖଯୋଗ୍ୟ ଯେ, ଗତ ଶନିବାର ଦିନ ଉତ୍ତରପ୍ରଦେଶରେ ଆସ୍ଥାନ ରେ ଘଟିଛି ଏକ ଅତ୍ୟନ୍ତ ବିସ୍ମୟକର ତଥା ଆଶ୍ଚର୍ଯ୍ୟ ଜନକ ଘଟଣା ଯାହା ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ହିମପୁର ଜିଲ୍ଲାର ଆସ୍ଥାନ ଗ୍ରାମରେ ଜଣେ ୪୯ ବର୍ଷୀୟ ବ୍ୟକ୍ତି ଭଗବାନ ଶିବ ଙ୍କ ପାଖରେ ନିଜେ ବେକ କାଟି ସମର୍ପଣ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ସୌଭାଗ୍ୟବସତ୍ୱ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ତାଙ୍କୁ ଠିକ ସମୟରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ ତଥାପି ତାଙ୍କର ପରିସ୍ଥିତି ଏବେ ମଧ୍ୟ ଗମ୍ଭୀର ରହିଛି ।


ସୁଚନା ଅନୁସାରେ ,ଏହି ୪୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ନିଜର ତାନ୍ତ୍ରିକ ଗୁଣ କୁ ସାଧନ କରିବା ନିମନ୍ତେ ଗତ ଶନିବାର ଦିନ ରାତିରେ ହିମପୁର ରେ ଥିବା କୋଟଶ୍ୱର ଶିବ ମନ୍ଦିରକୁ ଯାଇଥିଲେ । ସେଠାରେ ସେ ଶିଵଙ୍କ ଲିଙ୍ଗ ରଖିଥିବା ସ୍ଥାନ କୁ ଯାଇ କିଛି ସମୟ ଧୀର ହୋଇ ବସି ରହିଥିଲେ ।ପରେ ଯେତେବେଳେ ଶିବ ଲିଙ୍ଗ ପାଖରେ କେହିବି ଉପସ୍ଥିତ ନଥିଲେ ଠିକ ସେତିକି ବେଳେ ସେ ଏକ ଛୁରୀ ମାଧ୍ୟମରେ ନିଜର ବେକ କୁ କଟିବା କୁ ପ୍ରୟାସ କରିଥିଲେ । ତେବେ ସେ ଦୁଇ ରୁ ତିନିଥର ନିଜର ବେକ କୁ କାଟିବାକୁ ଚେଷ୍ଟା କରିବା ପରେ ସେ ଜୋରରେ ପାଟି କରି ଉଠିଥିଲେ ।ତାଙ୍କର ଏହି ଚିତ୍କାର ଶୁଣି ସେହି ମନ୍ଦିର ପାଖରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ମନ୍ଦିର ଆଡ଼କୁ ଧାଇଁ ଆସିଥିଲେ ।


ତେବେ ସେମାନେ ଧାଇଁ ଆସିବା ପରେ ଦେଖିଥିଲେ କି ଜଣେ ବ୍ୟକ୍ତି ରକ୍ତ ଜୁଡୁ ବୁଡୁ ଅବସ୍ଥା ରେ ଭଗବାନ ଶିବ ଙ୍କ ଲିଙ୍ଗ ପାଖରେ ବେହସ ହୋଇ ସୋଇଥିବାର । ତେବେ ତାଙ୍କ ପାଖକୁ ଯିବା ପରେ ସେମାନେ ଦେଖିଥିଲେ କି ବ୍ୟକ୍ତି ଜଣକ ନିଜର ବେକକୁ ଛୁରୀ ରେ କଟିବାକୁ ଚେଷ୍ଟା କରୁଥିଲେ । ପରେ ତାଙ୍କ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ଙ୍କର ସୂଚନା ଅନୁସାରେ ସେହି ବ୍ୟକ୍ତିଙ୍କ ର ପରିସ୍ଥିତି ଏବେ ମଧ୍ୟ ଗମ୍ଭୀର ରହିଛି ।ତେବେ ଏହାର ପଛରେ ଥିବା କାରଣ ଜାଣିବାକୁ ଲୋକମାନେ ଚେଷ୍ଟା କରିଥିଲେ ଏବଂ ଜଣା ଯାଇଛି ଯେ ନିଜର ତାନ୍ତ୍ରିକ ଗୁଣ କୁ ସାଧନା କରିବା ନିମନ୍ତେ ସେ ଭଗବାନ ଶିବ ଙ୍କୁ ନିଜର ବେକ କାଟି ଖୁସି କରିବାକୁ ଚାହୁଁଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ । Inspire Post From –asiant news