ଖୁବଶିଘ୍ର ବାଲେଶ୍ବରରେ ଘଟିବାକୁ ଯାଉଛି ଯାଉଛି ରହସ୍ୟମୟ ଘଟଣା ଜାଣନ୍ତୁ ଘଟଣା ଟି କ’ଣ

0

ଏ କଳିଯୁଗରେ ମାଳିକା ର ଅନେକ ଗୁରୁତ୍ୱ ରହିଛି।ମାଳିକା ବଚନ ଧୀରେ ଧୀରେ ସତ୍ୟ ହେବାରେ ଲାଗିଛି। ଏହି ମାଳିକା ରେ ଲେଖା ଥିବା ପ୍ରତ୍ୟକଟି କଥା ବର୍ତାମାନ ଧୀରେ ଧୀରେ ସତ୍ୟ ହେବାରେ ଲାଗିଛି। ଯାହା ଫଳରେ ଏହି ମାଳିକା ପ୍ରତି ଲୋକଙ୍କ ର ବିଶ୍ୱାସ ଏବେ ବଢ଼ିବାରେ ଲାଗିଛି। ଯାହା ଫଳରେ ଲୋକମାନେ ମାଳିକା ର ରହସ୍ୟ ଏବେ ଧୀରେ ଧୀରେ ବୁଝିବାକୁ ଲାଗିଲେଣି। ତେବେ ଆଜି ଆମେ ବାଲେଶ୍ଵର ବିଷୟରେ କିଛି ଏପରି କଥା ଜାଣିବା ଯାହା କି ମାଳିକା ରେ 600 ବର୍ଷ ପୂର୍ବରୁ ବର୍ଣିତ ହୋଇଛି। ମହାପୁରୁଷଙ୍କ ଅନୁସାରେ ବାଲେଶ୍ଵର ଜିଲ୍ଲା ରେ ଯେଉଁ ପଞ୍ଚୁଲିଙ୍ଗେଶ୍ୱର ସ୍ଥାନ ରହିଛି ସେଠାରେ ସ୍ୱୟଂ ମହାଦେବ ପଂଚୁଲିଙ୍ଗେଶ୍ୱର ଅବତାର ରେ ବାସ କରୁଛନ୍ତି। ସେଠାରେ ମହାଦେବ ଶିବ ଙ୍କର ଅନେକ ଶକ୍ତି ଲୁଚି ରହିଛି। ମହାପୁରୁଷଙ୍କ ଅନୁସାରେ ଏହି ସ୍ଥାନ କୁ ନିଶ୍ଚୟ ଭାବରେ ଥରେ ବୁଲିବାକୁ ଯିବା ଉଚିତ ଯାହା ଫଳରେ କୋଟି ପାପ ରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।


ହେଲେ ଏମିତି ଏକ ସମୟ ଆସିବ ଯେତେବେଳେ ସମୁଦ୍ର ର ଜଳ ଯାଇ ଏହି ପଂଚୁଲିଙ୍ଗେଶ୍ୱର ନିକଟ ରେ ପହଂଚିବ। ସେଠାରେ ସମୁଦ୍ର ଜଳ ଯାଇ ଅନେକ କ୍ଷତି ଘଟାଇବା। କେବେଳ ଏତିକି ନୁହଁ ଏଠାରେ ବାରମ୍ବାର ଝଡ ତୋଫାନ ଆସିବ ସବୁ ଆଡେ ହା ହା କାର ଖେଳିଯିବ। ହେଲେ ଏହି ସମୟ ରେ ଚନ୍ଦନେଶ୍ୱର ଠାରେ ବାବା ଚନ୍ଦନେଶ୍ୱର ରୂପରେ ଥିବା ମହାଦେବ ଏହି ଭୟାନକ ବିପଦ ରୁ ରକ୍ଷା କରିବେ।

କେବେଳ ଏତିକି ନୁହଁ ଲଂଗଲେଶ୍ୱର ଠାରେ ମଧ୍ୟ ମହାଦେବ ନିଜର ଲୀଳା ଦେଖାଇବା ଆରମ୍ଭ କରିଦେବେ। ବାବା ଲଂଗଲେ ସ୍ୱର ମଧ୍ୟ ନିଜର ଶକ୍ତି ବଳରେ ସୃଷ୍ଟି କୁ ରକ୍ଷା କରିବେ। ତେବେ ଏହା ସହ ଭୁଶୁଣ୍ଡେଶ୍ୱର ନିକଟରେ ଥିବା ବାବା ଭୁଶୁଣ୍ଡେଶ୍ୱର ମଧ୍ୟ ନିଜର ଲୀଳା ଦେଖାଇବେ ଯାହା ଫଳରେ ସାରା ବାଲେଶ୍ୱର ଜିଲା ଉପରେ ଆସୁଥିବା ଝଡ ତୋଫାନ ଓ ସୁନାମି ଭଳି ସମସ୍ୟା ରୁ ଟିକିଏ ରକ୍ଷା ମିଳିପାରିବ।


ଏହି ସବୁ କଥା ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ନିଜର ମାଳିକା ରେ ଲେଖିଛନ୍ତି। ସେ ମାଳିକା ରେ ଲେଖି ଛନ୍ତି ଏହି କଲି ଯୁଗର ଶେଷ ସମୟ ରେ ସମସ୍ତ ଦୈବି ଶକ୍ତି ଗୁଡିକର ଆବିର୍ଭାବ ଘଟିବ। ଏହା ସହ ସବୁ ଅଧର୍ମୀ ମାନଙ୍କ ର ବିନାଶ ଘଟିବ । ଧର୍ମ ର ସ୍ଥାପନା ନିମନ୍ତେ ସ୍ୱୟଂ ମହାପ୍ରଭୁ ଅବତାର ଗ୍ରହଣ କରି ପାପୀ ମାନଙ୍କୁ ବିନାଶ କରିବେ। ଏହା ସହ ସାରା ସଂସାରେ ରେ ପୁଣି ଥରେ ଧର୍ମ ର ଜୟ ଜୟ କାର ହେବ। ତେଣୁ ଏହି ସଂସାର ରେ ଥିବା ପ୍ରତ୍ୟକ ବ୍ୟକ୍ତି ଧର୍ମ ମାର୍ଗରେ ଚାଲିବା ଉଚିତ। ନଚେତ କଳି ର ପ୍ରଭଵ ରେ ପଡିଥିବା ଲୋକ ର କେବେବି ମୁକ୍ତି ହୋଇ ପାରିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।