ସୁପ୍ରିମ୍‌ କୋର୍ଟ ଐତିହାସିକ ରାୟ – କୃଷି ଆଇନ କାର୍ଯ୍ୟକାରିତା ସ୍ଥଗିତ ରଖ ନଚେତ୍‌ ଆମେ ତାହାକୁ ସ୍ଥଗିତ କରାଇବୁ, ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….

0

ଆମ ରାଜ୍ୟ ତଥା ଆମ ଦେଶର ମେରୁଦଣ୍ଡ ବୋଲି ଦେଶର ଚାଷୀ ମାନଙ୍କୁ କୁହାଯାଇଥାଏ। ଚାଷୀ ମାନେ ହିଁ ହେଉଛନ୍ତି ଆମ ଦେଶର ପ୍ରକୃତ ହିରୋ। ଏମାନେ ଖରା, ବର୍ଷା, ଶୀତ କୁ ଖାତିର୍ ନକରି ମାସ ମାସ ଧରି ନିଜ କ୍ଷେତ ରେ ଧାନ ଫଳେଇଥାଆନ୍ତି। ଅନେକ ରାତି ଅନିଦ୍ରା ହୋଇ ନିଜର କ୍ଷେତ କୁ ଜଗିଥାଆନ୍ତି।

ଗ୍ରୀଷ୍ମ ଦିନ ରେ ଏତେ ଖରା ରେ ସମସ୍ତେ ଘରେ ବସୁଥିବା ବେଳେ ଚାଷୀ ହିଁ ନିଜ କ୍ଷେତ କୁ ଯାଇ ନିଜ କ୍ଷେତ ର ତଦାରଖ୍ କରିଥାଆନ୍ତି। ସେହି ପରି ବର୍ଷା ଦିନ ର ସେହି ବଡ ବଡ ବର୍ଷା ଏବଂ ଶୀତ ଦିନ ର ସେହି ହାଡ ଭଙ୍ଗା ଶୀତରେ ନିଜ କ୍ଷେତ କୁ ଯାଇ ସେ ନିଜ କ୍ଷେତ ର ତଦାରଖ୍ କରିଥାଆନ୍ତି ଏବଂ ଧାନ ଉପୁଜେଇଥାଆନ୍ତି। ସିଏ ବର୍ଷ ସାରା ଏତେ କଷ୍ଟ କରିଥାଆନ୍ତି ବୋଲି ଆମ ମାନେ ଘରେ ବସି ସହଜ ରେ ଭାତ ଖାଇପାରିଥାଉ।

ଆମ ଦେ ଦେଶ ଭାରତ ଏକ କୃଷି ପ୍ରଧାନ ଦେଶ ଅଟେ, ଏଠାରେ କରିବାକୁ ଗଲେ ଅଧିକାଂଶ ଲୋକ ଚାଷ ଉପରେ ହିଁ ଆତ୍ମ ନିର୍ଭରଶୀଳ ହୋଇ ଥାଆନ୍ତି। ସେହି ଚାଷୀ ପ୍ରତି ବର୍ଷ ଅନେକ ପ୍ରକାର ଅସୁବିଧା ଏବଂ କଷ୍ଟ ର ସମ୍ମୁଖୀନ କରୁଛନ୍ତି। ସେ ନିଜର ଚାଷ କୁ ନେଇ ଅନେକ ପ୍ରକାରର କ୍ଷତି ମଧ୍ୟ ସହୁଛନ୍ତି।ସେଥିପାଇଁ ଏହି କୃଷକ ମାନଙ୍କ ର ସହାୟତା ପାଇଁ ସରକାର ସବୁବେଳେ କୃଷି ଆଇନ ତିଆରି କରି ଆସିଛନ୍ତି,

ଏହି ବର୍ଷ ମଧ୍ୟ କରିଥିଲେ। ହେଲେ ସେମାନଙ୍କ ର ସେହି ସବୁ ନିୟମ କୁ ସମସ୍ତେ ଗ୍ରହଣ କରି ନଥିଲେ। ସେଥିପାଇଁ ଏହି କାଛି ମାସ ହେବ ଦିଲ୍ଲୀ ରେ ଚାଷୀ ମାନେ ହରତାଳ ମଧ୍ୟ କରୁଛନ୍ତି, ସେମାନେ କହୁଛନ୍ତି କି ଯେପର୍ଯ୍ୟନ୍ତ ସରକାର ସେମାନଙ୍କ ପ୍ରସ୍ତାବ ରେ ରାଜି ହେବେ ନାହିଁ, ସେତେ ପର୍ଯ୍ୟନ୍ତ ସେମାନେ ତାଙ୍କ ଦାବି ରୁ ହଟିବେ ନାହିଁ।

ଏହି ସବୁ କଥା ମଧ୍ୟ ରେ ସୁପ୍ରିମକୋର୍ଟ ଏବେ ତାଙ୍କ ର ଏବେ କଥା ଶୁଣାଣି କରିଛନ୍ତି, ସୁପ୍ରିମକୋର୍ଟ ତିନୋଟି କୃଷିଆଇନ କାର୍ଯ୍ୟ କାରୀ ବନ୍ଦ ପାଇଁ କେନ୍ଦ୍ର ସରକାର ଙ୍କୁ ଜଣାଇଦେଇଛନ୍ତି। ସେ କହିଛନ୍ତି ଯଦି କେନ୍ଦ୍ର ସରକାର ସ୍ଥଗିତ ନ ରଖିବେ ତେବେ ସ୍ଥଗିତ ଆମେ ରଖିବୁ,

ବୋଲି ମତ ପୋଷଣ କରିଛନ୍ତି ସର୍ବୋଚ୍ଚ ଅଦାଲତ ଏବଂ କେନ୍ଦ୍ର ସରକାର ଯେଭଳି ଭାବରେ କୃଷକ ଆନ୍ଦୋଳନ ବିଷୟ କୁ ପରିଚାଳନା କରୁଛନ୍ତି ତାହାକୁ ସୁପ୍ରିମକୋର୍ଟ ତୀବ୍ର ମାତ୍ରା ରେ ବିରୋଧ କରିଛନ୍ତି। ଏହି ସବୁ କଥାକୁ ନେଇ ସୁପ୍ରିମକୋର୍ଟ ରେ ମଧ୍ୟ ଲଢେଇ ଚାଲିଛି।

ତେବେ ଏହି ସମୟ ରେ କୃଷକ ଆନ୍ଦୋଳନ ସମ୍ପର୍କରେ ଆଗତ ପିଟିସନ୍ ଗୁଡିକ ର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ଶୁଣାଣି କରିଛନ୍ତି ଏବଂ କେନ୍ଦ୍ର ସରକାର ଙ୍କ ପକ୍ଷ ରଖୁଥିବା ସଲିସିଟ୍ ର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପ୍ରଧାନ ବିଚାରପତି କହିଛନ୍ତ, ଆପଣ ସବୁ ଏହି ଆଇନ୍ କୁ ସ୍ଥଗିତ ରଖିବେ ନା, ଆମେ ସ୍ଥଗିତ କରାଇବୁ? ଏକ୍ଷେତ୍ରରେ କେଉଁ ଆତ୍ମ ସମ୍ମାନ ର କଥା ରହିଛି ?

ଏଥିସହ ସିଙ୍ଘୁ ସୀମା ରେ ଧାରଣାରେ ବସିଥିବା କୃଷକମାନଙ୍କ କଥା ଉଠାଇ ପ୍ରଧାନ ବିଚାରପତି କହିଥିଲେ, “ସେଠାରେ ପରିସ୍ଥିତି କ୍ରମଶଃ ଖରାପ ହେବାରେ ଲାଗିଛି। ଲୋକମାନେ ଥଣ୍ଡା ରେ ପଡି ରହିଛନ୍ତି ଓ ଆତ୍ମହତ୍ୟା କରୁଛନ୍ତି। କିଏ ସେମାନଙ୍କ ଖାଇବା , ପିଇବା କଥା ବୁଝିବ ଏବଂ କୃଷକ ମାନେ କାହିଁକି ବୃଦ୍ଧ , ମହିଳା ଓ ଶିଶୁଙ୍କୁ ଧାରଣା ସ୍ଥଳକୁ ଆଣୁଛନ୍ତି। ” ଆଉ ଏହି କଥା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।