ଦେଖନ୍ତୁ ଏହି ଦୃଶ୍ୟ – ସିସିଟିଭି ରେ ଧରାପଡିଲା ୧୪ ମାସର ଶିଶୁ କୁ ହାତଗୋଡ ବାନ୍ଧି ନିଜ ମାଆ ମାରିଲା ଗୋଇଠା , ଏଭଳି ମାଙ୍କୁ କ’ଣ କରାଯିବା ଦରକାର କମେଣ୍ଟରେ ଜାଣାନ୍ତୁ

0

କୁହାଯାଏ ଭଗବାନ ନିଜେ ସମସ୍ତଙ୍କ ଯତ୍ନ ନେଇ ପାରିବେ ନାହିଁ କିମ୍ବା ସ୍ନେହ କରି ପାରିବେ ନାହିଁ ବୋଲି ମାତା ରୂପରେ ପ୍ରତି ଜନ୍ମିତ ମାନବ ଶିଶୁ କୁ ମାଆ ପ୍ରଦାନ କଲେ। ଆଉ ସେହି ମାଆ ଯିଏ ଶିଶୁ ର ଅହରହ ସେବା ଶୁଶ୍ରୁଷା କରିଚାଲେ। ମାଆ ମନରେ ତାର ଶିଶୁ ଯେତେ ଭୁଲ କଲେ ମଧ୍ୟ ତା ପାଇଁ ସେ ଭଲ ହୋଇଥାଏ।

ଶିଶୁ କୁ ଖାଦ୍ୟ ଦେଇ ନିଜେ ଭୋକ ଉପାସରେ ରହିଯାଏ ସେହି ମାଆ। ଆଉ ମାତା ର ଋଣ କେହି କେବେ ଜନ୍ମ ତମାମ ସୁଝି ପାରିବେ ନାହିଁ ବୋଲି ଅନେକ ଶାସ୍ତ୍ର ମଧ୍ୟ କହିଥାଏ। ତେବେ ଏପରି ମାଆ ନିଜ ୧୪ ମାସର ଶିଶୁ କୁ କିପରି ଗୋଇଁଠା ଏଵଂ ବେକରେ ଗୋଡ଼ ମାରି ଠିଆ ହୋଇପାରିବ। ଏହି ଘଟଣା ନିହାତି ଭାବେ ସମସ୍ତଙ୍କୁ ଚକିତ କରିଛି।

ଏପରି ଏକ ଭିଡିଓ କୁ ନେଇ ସୋସିଆଲ ମିଡିଆରେ ଦେଖା ଯାଇଛି ବିତର୍କ। ନିଜ ରକ୍ତ ସମ୍ପର୍କ ମାଆ ହୋଇ ଏହି ନିରୀହ ଶିଶୁ ସହିତ ଏପରି କେମିତି କରି ପାରିଲା ଏହି ମାଆ। ଯାହାକୁ ନେଇ ଅନେକ ଲୋକ ଅବାକ୍ ହୋଇ ପଡିଛନ୍ତି। ମାଆ ନିଜ ଜନ୍ମିତ ସନ୍ତାନ ଯାହାର ମାତ୍ର ୧୪ ବର୍ଷ ସେ ନିଜ ହାତରେ ନୁହେ ବରଂ ଗୋଡ଼ରେ ମାରୁଚି ଗୋଇଠା। କୋମର କୁ ମଧ୍ୟ ଗୋଇଠା ମାରି ମାରିଦେବାକୁ ଉଦ୍ୟମ ପରି ପ୍ରତିତ ହେଉଛି। ଏହି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ର ଗୋପ ବ୍ଲକ ଅନ୍ତର୍ଗତ ପାଇକ ସାହି ଗ୍ରାମ ରେ।

ଏହି ଭିଡ଼ିଓ ରେ ଯାହା ଦେଖିବାକୁ ମିଳୁଛି ଜଣେ ମାଆ ତାର ୧୪ ବର୍ଷ ବୟସ ର ଶିଶୁ କୁ ଦୌଡ଼ି ରେ ବାନ୍ଧି ଦେଇ ହାତ ଏଵଂ ଗୋଡ଼କୁ ମାରି ଚାଲିଛି। ଏହି ଭିଡିଓ ସେତେବଳକୁ ଆସିଲା ଯେତେବେଳେ ତାଙ୍କର ସ୍ବାମୀ ଚକ୍ରଧର ବାବୁ ନିଜେ ଘରେ ସିସିଟିଭି ଚେକ୍ କଲେ। ଏହି ସିସିଟିଭି ଆଣିଥିଲା ସବୁ ସତ କଥା ସାମ୍ନା କୁ। ତେବେ ସତ୍ୟ ଘଟଣା ଥିଲା ଚକ୍ରଧର ବାବୁ ଭୁନେଶ୍ବରସ୍ଥିତ ଏକ ପ୍ରାଇଭେଟ୍ ରେ ଚାକିରି କରନ୍ତି।

ସେ ନଥିବା ଅବସ୍ଥାରେ ଅନେକ ସମୟରେ ତାଙ୍କର ପତ୍ନୀ ତାଙ୍କର ବୃଦ୍ଧ ବାପା ମା ଙ୍କୁ ମଧ୍ୟ ନିର୍ଯାତନା ଦିଅନ୍ତି। ଏହି କଥା ଯେତେବେଳେ ଚକ୍ରଧର ଙ୍କ ମାଆ ତାଙ୍କ ପୁଅ କୁହନ୍ତି ସେ ମାନି ନଥିଲେ।

ମାତ୍ର ସେ ଯେତେବେଳେ ସିସିଟିଭି ଘରେ ଲଗାଇ ଦେଇଥିଲେ। ତାହା ସମସ୍ତଙ୍କ ସାମ୍ନା କୁ ଆସିଥିଲା। ଆଉ ଏମିତି ଦେଖିବାକୁ ମିଳିଲା କି ନିଜ ମାଆ ନିଜ ୧୪ ମାସର ଛୁଆ କୁ ହାତ ଗୋଡ ବାନ୍ଧି ନିଧୂମ ମାଡ ଏବଂ ଗୋଇଠା ମାରି ଚାଲିଛି। ନିଜ ଶାଶୁ ସହିତ ପଡୁ ନଥିବାରୁ ଏପରି ଘଟି ଥାଇ ପାରେ। ତେଣୁ ମାଆ ର ଅସଲି ରୂପ ସେବେ ଯାଇ ଆସିଲା ସାମ୍ନାକୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।