ଜାଣନ୍ତୁ ରାମଚଣ୍ଡୀ ମନ୍ଦିର ରହସ୍ୟମୟ କିମ୍ବଦନ୍ତୀ ମା ରାମ ଚଣ୍ଡୀଙ୍କୁ ପୂଜକ କାହିଁକି ମାରିଲେ ଚାପୁଡା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ…..

0

ଯଦିଓ ଆମେ ଏବେ ଏକ ଅତ୍ୟାଧୁନିକ ଟେକ୍ନୋଲୋଜି ର ଦୁନିଆଁ ରେ ତଥାପି ଆମେ କେବେହେଲେ ଆମର ଦେବା ଦେବୀ ଙ୍କୁ ଭୁଲିନଥାଉ । ଏମିତି ରେ ମଧ୍ୟ ଆମେ ପ୍ରାୟ ପ୍ରତ୍ୟକ ବର୍ଷ ବିଭିନ୍ନ ତ୍ରିଥ ସ୍ଥାନକୁ ଭ୍ରମଣ କରିବାକୁ ଯାଇଥାଉ । ଆମେ ଆଜି ଆପଣଙ୍କୁ ଏମିତି ଏକ ରହସ୍ୟମୟ ତଥା ପ୍ରତ୍ୟକ୍ଷ ଦେବୀ ମନ୍ଦିର ବିଷୟରେ ଜଣେଇବାକୁ ଯାଉଛୁ ।ତେବେ ଏହି ମନ୍ଦିର ଟି ନିଜର ଗୁଣ ଗାରିମା ପାଇଁ ସାରା ପୃଥିବୀରେ ପ୍ରସିଦ୍ଧ ।ତେବେ ଆସାନ୍ତୁ ଜାଣିବା ଏହି ଚମତ୍କାରୀ ତଥା ରହସ୍ୟମୟ ମନ୍ଦିର ବିଷୟରେ ।


ଉଲେଖଯୋଗ୍ୟ ଯେ , ଆମେ ଯେଉଁ ଚମତ୍କାରୀ ମନ୍ଦିର ବିଷୟରେ ଜଣେଇବାକୁ ଯାଉଛୁ ତାହା ହେଉଛି ଦେବୀ ରାମଚଣ୍ଡୀ ମନ୍ଦିର ।ଏହି ରାମଚଣ୍ଡୀ ମନ୍ଦିର ଟି ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଠାରେ ଅବସ୍ଥିତ । କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିର ର ନାମ ଥିଲା ବନଦୁର୍ଗା ମନ୍ଦିର କିନ୍ତୁ ତ୍ରେତୟା ଯୁଗରେ ଯେତେବେଳେ ପ୍ରଭୁ ରାମଚନ୍ଦ୍ର ଏହି ଦେବୀ ଙ୍କୁ ପୂଜାର୍ଚ୍ଚନା କରୁଥିଲେ ତେଣୁ ମା ଙ୍କର ନାମ ବନଦୁର୍ଗା ରୁ ପରିବର୍ତ୍ତନ ହୋଇ ମା ରାମଚଣ୍ଡୀ ରଖାଯାଇଛି ।


ସେଠାରେ କାମ କରୁଥିବା ସେବକ ମାନେ କହିଛନ୍ତି ଯେ , ଏଠାରେ କିମ୍ବଦନ୍ତୀ ରହିଛି ଯେ ମା ରାମଚଣ୍ଡୀ ପ୍ରଥମେ ଏକ ଛୋଟ ପଥର ଭାବରେ ପୂଜା ପାଉଥିଲେ ।କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଦିନକୁ ଦିନ ସେହି ପଥରଟି ବଢ଼ିବାରେ ଲାଗିଲା । ମାତ୍ର ଯେତେବେଳେ ସେହି ପଥରଟି ବଢି ବଢି ସେଠାରେ ଥିବା ଏକ ତେନ୍ତୁଳି ଗଛ ଠାରୁ ମଧ୍ୟ ଅଧିକ ଉଚ୍ଚ ହେବାରେ ଲାଗିଲା ସେତେବେଳେ ପୂଜା କରୁଥିବା ପଣ୍ଡା ରାଗିକି କହିଲେ ମା ତୁ ଯଦି ଏତେ ଉଚ୍ଚ ହେବୁ ତ ମୁଁ ତତେ କେମିତି ପୂଜା କରିବି ଆଉ ତ ମୁଣ୍ଡରେ କେମିତି ଫୁଲ ଚନ୍ଦନ ଦେବି ।ଏତିକି କହି ପୂଜାରୀ ସେହି ପଥରକୁ ଗୋଟିଏ ଚାପଡା ଲଗେଇଥିଲେ ତାପର ଠାରୁ ପଥରଟି ବଢିବା ବନ୍ଦ ହୋଇଗଲା ।


ଖାଲି ଏତିକି ନୁହେଁ , ବରଂ ଏଠାରେ ଅନ୍ୟ ଏକ କିମ୍ବଦନ୍ତୀ ମଧ୍ୟ ରହିଛି ଯାହା ଜାଣିଲେ ଆପଣ ମଧ୍ୟ ସେହି ମନ୍ଦିରକୁ ଯିବାକୁ ଇଚ୍ଛା କରିବେ ।କିମ୍ବଦନ୍ତୀ ଟି ହେଉଛି ଯେ ମା ରାମଚଣ୍ଡୀ ଙ୍କର ବାହାନ ହେଉଛି ବାଘ ।ତେବେ ଥରେ ସେହି ମନ୍ଦିର ପାଖରେ ଜଣେ ଚାଷୀ ତାର ଦୁଇ ଟି ବଳଦ କୁ ନେଇ ଚାଷ ଜମିରେ ଲଙ୍ଗଳ କରୁଥିଲା । ସେହି ସମୟରେ ତାକୁ ଶୋଷ ଲାଗିବାରୁ ସେ ଟିକେ ଦୂରକୁ ଯାଇଥିଲା ଠିକ ସେହି ସମୟରେ ଗୋଟିଏ ବାଘ ତାର ଗୋଟିଏ ବଳଦ କୁ ଖାଇଦେଇଥିଲା । ଏହା ଦେଖି ଚାଷୀ ଆସି ମା ଙ୍କ ପାଖରେ କାନ୍ଦିବାରୁ ମା ସେହି ବାଘ କୁ ସବୁଦିନ ପାଇଁ ବଳଦ ସହ ମିଶି ଲଙ୍ଗଳ କରିବାକୁ କହିଥିଲେ । ଆଉ ସେ ମଧ୍ୟ ଏହା କରିଥିବାର ଜଣାଯାଇଛି ।

ସେଠାରେ ଥିବା ଜଣେ ପୂଜାରୀ କହିଛନ୍ତି ଯେ, ମାଙ୍କୁ ଦେଖିବା ପାଇଁ ପୃଥିବୀର ସବୁ ସ୍ଥାନରୁ ଲୋକମାନେ ଏଠାକୁ ଆସିଥାନ୍ତି ।ସେ କହିଛନ୍ତି ଯେ ବର୍ଷରେ ମାଙ୍କର ୪ ଟି ପ୍ରମୁଖ ଉତ୍ସବରେ ହୋଇଥାଏ । ସବୁଠାରୁ ଚକିତ କଥା ହେଉଛି ଯେ , ଏଠାରେ ପୂଜା କରୁଥିବା ପୂଜାରୀ ହେଉଛନ୍ତି ଏକ କନ୍ଦ ସମ୍ପ୍ରଦାୟର ଅଟେ ।