Swami Ramdev -ଜାଇଫଳ ଖାଇବାର ଚମତ୍କାର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମେ ଆମ ସ୍ବାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ଥାଉ, ମାତ୍ର ଆମ ସ୍ବାସ୍ଥ୍ୟ ପାଇଁ ଯାହା ସ୍ୱାସ୍ଥ୍ୟକର ହୋଇଥାଏ ତାହା କେବେ ଆମେ ପାଳନ କରୁ ନାହୁଁ। ଏହା ସହିତ ମଧ୍ୟ ଶରୀର କୁ ସୁସ୍ଥ ପାଇଁ ଯେଉଁ ଉପାଦାନ ଦରକାର ତାହା କେବେ ଆମେ ମନରେ ମଧ୍ୟ ଭାବୁନା। ତେଣେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଶାରିରୀକ ବ୍ୟାୟାମ କରିବା ସହିତ ଠିକ୍ ଭାବେ ଖାଦ୍ୟ ନ ଖାଇଲେ ଆମେ ଅନେକ ସମୟରେ ଅସୁସ୍ଥ ହୋଇ ପଡୁ।

ଆମ ଶରୀରକୁ ବାହ୍ୟ ରୋଗ ଜୀବାଣୁ ରୁ ଦୂରେଇବା ହେଲେ ଅନେକ ପ୍ରକାର ଖାଦ୍ୟ ପେୟ ର ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଔଷଧୀୟ ବୃକ୍ଷ ର ଫଳ ବିଷୟରେ ଜଣେଇବୁ ଯାହାକି ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ତଥା ବହୁତ ବଡ଼ ବଡ଼ ରୋଗ ର ପ୍ରତିକାରକ ମଧ୍ୟ ।

ତେବେ ଆମେ ଯେତେବେଳେ ଆୟୁର୍ବେଦ ଚିକିତ୍ସା ବିଷୟରେ କହୁଥାଉ ସେତେବେଳେ ଆମ ମନକୁ ଜାଇଫଳ ନିଶ୍ଚିତ ଆସିଥାଏ କାରଣ ଏହା ଆମ ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ କାର୍ଯ୍ୟକାରୀ ହୋଇଥାଏ ।ତେବେ ଆସନ୍ତୁ ଜାଣିବା ଜାଇଫଳ ଖାଇବା ଦ୍ବାରା ଆମ ଶରୀରରେ କେଉଁ ସବୁ ସମସ୍ୟା ର ସମାଧାନ ହୋଇଥାଏ ।

୧.ଓଜନ ହ୍ରାସ କରିବା:-

ବର୍ତ୍ତମାନ ର ଏହି ଆଧୁନିକ ଯୁଗରେ ପ୍ରାୟ ସମସ୍ତ ବ୍ୟକ୍ତି ନିଜର ଶରୀରର ଓଜନ କୁ ଏକ ନିୟନ୍ତ୍ରଣ ରେ ରଖିବାକୁ ପସନ୍ଦ କରିଥାନ୍ତି ।ମେଡିବହୁଳତା ଏକ ବଡ଼ ସମସ୍ୟା ସାଜିଛି ଆଜିର ଲୋକମାନେ ପାଇଁ ।ତେବେ ଆପଣ ନିଜ ମେଡିବହୁଳତା କୁ କମେଇବାକୁ ଚାହୁଁଥିଲେ ପ୍ରତ୍ୟେକ ଦିନ ଜାଇଫଳ ର ଗୁଣ୍ଡ କୁ ଉଷୁମ ପାଣିରେ ମିଶାଇ ପାନ କରନ୍ତୁ ।ଜାଇଫଳ କୋଲେଷ୍ଟ୍ରୋଲ କୁ ନିୟନ୍ତ୍ରଣ କରିଥାଏ ଫଳରେ ଆପଣ ପୁରା ଫିଟ ରହିଥାନ୍ତି ।

୨.ହଜମ ଶକ୍ତି ବୃଦ୍ଧି କରାଇଥାଏ:-

ପ୍ରତ୍ୟକ ଦିନ ନିୟମିତ ଭାବରେ ଜାଇଫଳ ର ସେବନ କରିବା ଫଳରେ ଏହା ଆମର ହଜମ କରିବାର ଶକ୍ତିକୁ ବୃଦ୍ଧି କରିଥାଏ ।ଫଳରେ କୋଷ୍ଟକାଠିନ୍ୟ ,ଗ୍ୟାସ ଏବଂ ଅଦୃଶ୍ୟତା ପରି ରୋଗଠାରୁ ମଧ୍ୟ ଆମକୁ ରକ୍ଷା ମିଳିଥାଏ ।

୩.ମଧୁମେୟ ବା ଡାଇବେଟିସ ରୁ ଆରୋଗ୍ୟ ଦେଇଥାଏ:-

ପବ୍ମେଡ୍ ସେଣ୍ଟ୍ରାଲରେ ପ୍ରକାଶିତ ହୋଇଥିବା ଏକ ଗବେଷଣା ରେ କୁହାଯାଇଥିଲା କି ଜାଇଫଳ ସେବନ କରିବା ଦ୍ବାରା ଲୋକମାନଙ୍କ ର ରକ୍ତ ରେ ଥିବା ଶର୍କରା ର ପରିମାଣ ହ୍ରାସ ପାଇଛି। ଆମ ରକ୍ତ ରେ ଶର୍କରା ର ମାତ୍ରା ଅଧିକ ହେଲେ ତାହାକୁ ଆମେ ଡାଇବେଟିସ ବା ମଧୁମେୟ ବୋଲି କହିଥାଉ ।ଯାହାର ଚିକିତ୍ସା ଏବେ ପର୍ଯ୍ୟନ୍ତ ସଠିକ ଭାବରେ ବାହାର ହୋଇନାହିଁ।

ତେବେ ପ୍ରତ୍ୟେକ ଦିନ ସକାଳେ ଜାଇଫଳ ଗୁଣ୍ଡ କୁ ଗରମ ପାଣି ରେ ମିଶାଇ ଖାଇବା ଦ୍ବାରା ଏହା ଆମର ଶରୀରର ଶର୍କରା ପରିମାଣ କି ହ୍ରାସ କରିଥାଏ ଯାହାକି ଆମକୁ ଡାଇବେଟିସ ଭଳି ଏକ ମାରାତ୍ମକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।