ପ୍ରଭୁ ଶ୍ରୀରାମ ପୃଥିବୀ ପୃଷ୍ଠରୁ ଯିବା ସମୟରେ କାହିଁକି ହନୁମାନ ନାଗଲୋକ ଯାଇଥିଲେ ଜାଣନ୍ତୁ ଏହା ପଛରେ ଥିବା କାହାଣୀ ବିଷୟରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ

0

ଆପଣ ମାନେ ପୁରାଣ ଶାସ୍ତ୍ର ରେ ଅନେ ଭକ୍ତ ଓ ଭଗବାନ ଙ୍କର ସମ୍ପର୍କ ଦେଖିଥିବେ ।କିନ୍ତୁ ଭଗବାନ ଶ୍ରୀ ରାମ ଙ୍କ ପ୍ରତି ପ୍ରଭୁ ହନୁମାନ ଙ୍କର ପ୍ରେମ ଓ ଭକ୍ତି ଥିଲା ସବୁଠାରୁ ଭିନ୍ନ ।ଏମିତି କି ହନୁମାନ ଭଗବାନ ଶ୍ରୀ ରାମ ଙ୍କ ବିନା ନିଜ କୁ ତୁଚ୍ଛ ବୋଲି ମନେ କରୁଥିଲେ ।

ସବୁବେଳେ ଛାଇ ପରି ଶ୍ରୀ ରାମ ଙ୍କର ସମସ୍ତ ଦୁଃଖ ସୁଖ ରେ ସାଙ୍ଗରେ ରହୁଥିଲେ ଏପରି କୀ ତାଙ୍କ ପାଇଁ ନିଜର ଜୀବନ ଦେବାକୁ ମଧ୍ୟ ପଛ ଘୁଞ୍ଚା ଦେଉନଥିଲେ। କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଯେତେବେଳେ ଭଗବାନ ଶ୍ରୀରାମ ଏହି ପୃଥିବୀ କି ଛାଡି ଯାଉଥିଲେ ସେତେବେଳେ ହନୁମାନ ତାଙ୍କ ପାଖରେ ନରହି ନାଗଲୋକ ରେ ରହିଥିଲେ ବୋଲି ।ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା ପ୍ରକୃତ କାରଣ ବିଷୟରେ।

କଥା ରେ ରହିଛି କି , ” ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ ” । ଅର୍ଥାତ ଯିଏ ବି ଏହି ଧାରା ପୃଷ୍ଠ ରେ ଜନ୍ମ ଗ୍ରହଣ କରିଛନ୍ତି ତାଙ୍କୁ ଦିନେ ନା ଦିନେ ମରିବାକୁ ହେବ ।ତେବେ ଯେତେବେଳେ ଭଗବାନ ଶ୍ରୀ ରାମ ଙ୍କର ଧରା ପୃଷ୍ଠରେ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଥିଲା ସେତେବେଳେ ସେ ପୃଥିବୀ ଛାଡି ଦେବାକୁ ଯାଉଥିଲେ। କିନ୍ତୁ ସେ ଜାଣିଥିଲେ କି ଏହି କଥା ହନୁମାନ ଜାଣିଲେ ସେ ସାରା ସଂସାର କୁ ନଷ୍ଟ କରିଦେବ ।ତେଣୁ ସେ ଏକ ଯୋଜନା ପ୍ରସ୍ତୁତ କଲେ ।

ସେ ନିଜର ବିଦାୟ ସମୟରେ ହନୁମାନ ଙ୍କୁ ନିଜ ଠାରୁ ଦୂରେଇ ଦେବାକୁ ତାଙ୍କର ଏକ ମୁଦି କୁ ଗୋଟିଏ ଗାତ ରେ ପକେଇ ଦେଲେ ଏବଂ ହନୁମାନ ଙ୍କୁ କହିଲେ କି ,ତାଙ୍କର ମୁଦି ଏଠାରେ ପଡିଯାଇଛି ଏବଂ ତାକୁ ଆଣିବା କୁ ପ୍ରଭୁ ହନୁମାନ ନିଜର ଆକାର କୁ ଛୋଟ କରି ସେହି ଗାତ ରେ ପ୍ରବେଶ କଲେ ।କିନ୍ତୁ ପ୍ରକୃତ ରେ ତାହା କୌଣସି ଗାତ ନଥିଲା ବରଂ ନାଗଲୋକ କୁ ଯିବାର ରାସ୍ତା ଥିଲା।

ତେବେ ହନୁମାନ ଯେତେବେଳେ ନାଗଲୋକ ରେ ପହଞ୍ଚିଲେ ସେ ନାଗରାଜ ବସୁକି କୁ ସବୁ କଥା ବିସ୍ତୃତ ଭାବରେ କହିଲେ। ଏବଂ କହିଲେ କି ଏଠାକୁ ମୋ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କର ମୁଦି ପଡିଯାଇଛି ।ମୁଁ ତାହାକୁ ନେବାକୁ ଆସିଛି ବୋଲି ।

ହନୁମାନ ଙ୍କ ଠାରୁ ବାସୁକି ଏହି କଥା ଶୁଣିବା ପରେ ଟିକିଏ ହସିଦେଲେ। ଏବଂ ତାଙ୍କୁ ଅନେକ ମୁଦି ଥିବା ସ୍ଥାନ କୁ ନେଇଗଲେ ।ହନୁମାନ ସେଠାରେ ବହୁତ ମୁଦି ଦେଖିଲେ ଏବଂ ସେହି ମୁଦି ମଧ୍ୟରୁ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କର ମୁଦି କୁ ଖୋଜିବା ପାଇଁ ଚେଷ୍ଟା କଲେ ।କିନ୍ତୁ ବିଫଳ ହେଉଥିଲେ ଆଉ ପୁଣି ଖୋଜୁଥିଲେ

ସେତେବେଳେ ବାସୁକି ଆସି ହନୁମାନ ଙ୍କୁ ସବୁ ସତ କଥା କହିଲେ ଏବଂ ହନୁମାନ ବୁଝିପାରିଲେ କି ପ୍ରଭୁ ଶ୍ରୀରାମ ଛଳନା କରି ଏସବୁ କରିଛନ୍ତି ବୋଲି। ସେତେବେଳେ ସେ କହିଲେ ମୁଁ ଆଉ ଅଯୋଧ୍ୟା ଯିବି ନାହିଁ ସେଠାରେ ମୋ ପ୍ରଭୁ ଆଉ ନାହାନ୍ତି। ତାପରେ ସେ କୁଆଡେ ଅନ୍ତର୍ଧ୍ୟାନ ହୋଇଗଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।