Life style – ଯଦି ଆପଣଙ୍କ ପାଦ ର ଆକୃତି ଏହି ପ୍ରକାରର ତାହେଲେ ଆପଣ କେତେ “ଭାଗ୍ୟଶାଳୀ” ଜାଣିରଖନ୍ତୁ

0

ଭଗବାନ ଏହି ଧାରା ପୃଷ୍ଠାରେ ମଣିଷ ଜାତି କୁ ଜନ୍ମ ଦେବା ସମୟରେ ତାକୁ କିଛି ରହସ୍ୟମୟ କାହାଣୀ ଓ ଶରୀରର ଗଠନ ଦେଇଥିଲେ ।ମଣିଷ ଏକ ଏମିତି ପ୍ରାଣୀ ଯାହାର ପ୍ରତ୍ୟେକ ଅଙ୍ଗ ତାର ନିର୍ଦ୍ଦିଷ୍ଟ ସ୍ଵଭାଵ ଓ ଗୁଣ କୁ ପ୍ରକାଶ କରିଥାଏ।ତେବେ ଆମ ପୁରାଣ ଶାସ୍ତ୍ର ର ଏକ ପନା ରେ ମଣିଷ ମାନଙ୍କ ବିଷୟରେ ଏକ ବିଚକ୍ଷଣ ତଥ୍ୟ ଲିଖିତ ରହିଛି ।ତେବେ ସେହି ଗାଥା ରେ କୁହାଯାଇଛି ଯେ ଜଣେ ବ୍ୟକ୍ତିଙ୍କ ର ପାଦ ର ଆକାର ଓ ତାର ଗଠନ ଦେଖି ଆମେ ତାର ସ୍ଵଭାବ ବିଷୟ ରେ କିପରି ଜାଣିପାରିବା ।

ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆଜି ଆପଣଙ୍କୁ ଜଣେଇବୁ ଯେ , ଯେଉଁ ବ୍ୟକ୍ତି ମାନଙ୍କ ର ପାଦ ର ଦ୍ୱିତୀୟ ଆଙ୍ଗୁଠି ତାଙ୍କର ବୁଢା ଆଙ୍ଗୁଠି ଠାରୁ ବଡ଼ ସେମାନଙ୍କ ର ସ୍ଵଭାଵ କିପରି ହୋଇଥାଏ ଓ ସେମାନ ଙ୍କର ଭବିଷ୍ୟତ ବିଷୟରେ ଜାଣନ୍ତୁ ।

୧.ଯେଉଁ ବ୍ୟକ୍ତି ମାନ ଙ୍କର ପାଦ ର ଦ୍ୱିତୀୟ ଆଙ୍ଗୁଳି ତାଙ୍କ ବୁଢ଼ା ଆଙ୍ଗୁଳି ଠାରୁ ବଡ଼ ହୋଇଥାଏ ସେମାନେ ବହୁତ ସାମାନ୍ୟ ହୋଇଥାନ୍ତି। ଏମାନେ ପିଲା ଦିନରୁ ହିଁ ନିଜ ଉପରେ ନିର୍ଭର କରିଥାନ୍ତି ।ଅନ୍ୟ ଉପରେ ନିର୍ଭରଶୀଳ ହେବା ଏମାନଙ୍କୁ ପସନ୍ଦ ହୋଇନଥାଏ
୨.ଏମାନଙ୍କ ର ଜୀବନ ସାଥି ମଧ୍ୟ ଭଲ ହୋଇଥାନ୍ତି।ଏମାନେ ନିଜର ସାଥି ଙ୍କୁ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି ।ଏମାନଙ୍କ ର ପିଲା ଛୁଆ ମଧ୍ୟ ଭଲ ସ୍ୱାଭାଵ ର ହୋଇଥାନ୍ତି।

୩. ଏମାନେ ସବୁବେଳେ ନୂଆ ନୂଆ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି। ସବୁ କାର୍ଯ୍ୟ କୁ ଅନ୍ୟ ଲୋକଙ୍କ ଠାରୁ ଭିନ୍ନ ଉପାୟରେ କରିବାକୁ ଏମାନଙ୍କୁ ଭଲ ଲାଗିଥାଏ ।ଏମାନେ ଯେକୌଣସି କାମ କୁ ପୁରା ଧର୍ଯ୍ୟ ଓ ବିଶ୍ୱାସ ର ସହ କରିଥାନ୍ତି ।
୪.ଏମାନେ ଜୀବନ ରେ ନିଶ୍ଚିତ ସଫଳତା ହାସଲ କରିଥାନ୍ତି ।କିନ୍ତୁ ଅନ୍ୟ ବ୍ୟକ୍ତି ଙ୍କର ତୁଳନା ରେ ଏମାନଙ୍କୁ ଅଧିକ କଷ୍ଟ କରିବା କୁ ପଡିଥାଏ ।

୫.ଏହି ଲୋକମାନେ କାଳ୍ପନିକ ଚିନ୍ତାଧାରା ବିଶିଷ୍ଟ ହୋଇଥାନ୍ତି ।ନିଜକୁ ସବୁବେଳେ ଏକ କଳ୍ପନା ରେ ରଖିବାକୁ ପସନ୍ଦ କରନ୍ତି। ଏମାନେ ଭାବନ୍ତି ଯେ ଯଦି କଳ୍ପନା ତାଙ୍କୁ ଖୁସି ଦେଉଛି ତ ବାସ୍ତବତାର କିଛି ମୁଲ୍ୟ ନାହିଁ ।
୬.ଏମାନେ ଧାର୍ମିକ ପ୍ରବୃତ୍ତି ର ହୋଇଥାନ୍ତି ।ନିଜର ସମୟ ରୁ କିଛି ସମୟ ପୂଜା ପାଠ ଓ ଠାକୁର ଙ୍କୁ ସମର୍ପଣ କରିବାକୁ ଏମାନଙ୍କୁ ଭଲ ଲାଗିଥାଏ ।

୭.ଏମାନେ ସବୁବେଳେ ନିଜର ପରିବାର କୁ ଖୁସି ରେ ରଖିବାକୁ ପସନ୍ଦ କରନ୍ତି । ନିଜର ପ୍ରିୟଜନ ଙ୍କୁ ଖୁସିରେ ରଖିବା ପାଇଁ ଏମାନେ କିଛି ବି କରିବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ ଏପରି କି ପରିବାର ର ଖୁସି ପାଇଁ ନିଜକୁ କଷ୍ଟ ମଧ୍ୟ ଦେଇଥାନ୍ତି ।
୮.ଏମାନ ଙ୍କର ଜୀବନ ବହୁତ ସଙ୍ଘର୍ଷମୟ ହୋଇଥାଏ। କିନ୍ତୁ ଏମାନଙ୍କୁ ୨୮ ବର୍ଷ ହେବା ପରେ ଧନ ପ୍ରାପ୍ତି ର ସୁଯୋଗ ମିଳିଥାଏ। ଓ ଏମାନଙ୍କ ର ଭାଗ୍ୟ ବଦଳିଯାଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।