ଦେଖନ୍ତୁ ଭିଡିଓ – 4 ବର୍ଷର କୁନି ଝିଅର ଅର୍ଥ ସାଜିଛି ବାଧକ ଦୟାକରି ଆପଣଙ୍କ ଗୋଟିଏ ସେୟାର ପିଲାଟିର ଜୀବନ ବଞ୍ଚାଇ ପାରିବ

0

ଦଇବ ସାଜିଲା ଦାଉ। ଘଟ ଗାଁ ବ୍ଲକ୍ ବାଲ୍ଲୀ ଚଡି ଗାଆଁ ର ଏକ କୁନି ଝିଅ ଜମ୍ବବତି ନାୟକ ,ବୟସ ମାତ୍ର ୪ ବର୍ଷ।ଦୁନିଆ ଆଊ ସମାଜ କୁ ଜାଣିବା ଆଗରୁ ଦଇବ ଖେଳିଦେଲା ସେ କୁନି ଝିଅ ସହ ।ତାର ସବୁ ଖୁସି ଛଡେଇ ନେଲା।ଏକ ଭୟଙ୍କର ଦୁର୍ଘଟଣା କୁନି ଝିଅ ର ଭବିଷ୍ୟତ କୁ କରିଦେଲା ଅନ୍ଧାର।କୁନି ଝିଅ ଟୀ ତାର ଅସାବଧାନତା ଯୋଗୁଁ ତାର ହାତ ପୋଡ଼ି ହୋଇ ହାତ ର ଆଙ୍ଗୁଳି ସବୁ ଜଳି ଯାଇଛି।

ଅପରେସନ ପାଇଁ ଅର୍ଥ ଆବଶ୍ୟକ ପଡୁଥିବା ବେଳେ ବିଧବା ମା ଏଇ କୁନି ଝିଅ କୁ ଚିକିତ୍ସା କରିବାରେ ଅସମର୍ଥ। ଏ କଥା ଜାଣିବା ପରେ ସରକାର ଙ୍କ ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଘଟଗାଁ ବ୍ଲକ୍ ର ବିଡ଼ିଓ।

ଏଇ କୁନି ଝିଅ ଟି ର ପାଠ ପଢିବାକୁ ମଧ୍ୟ ବହୁତ୍ ଇଚ୍ଛା ହେଲେ ମାତ୍ର ସେ ତା ହାତରେ ଲେଖି ବାକୁ ଅସମର୍ଥ।ସେ କୁନି ଝିଅ ମିଡ଼ିଆ ସାମ୍ନା ରେ ଏହା ମଧ୍ୟ କହିଛନ୍ତି କି ସରକାର ଯଦି ତାଙ୍କ ହାତ ର ଚିକିତ୍ସା କରିବାକୁ କିଛି ଅର୍ଥ ଦିଅନ୍ତି ତାହେଲେ ସେ ଆଗକୁ ପଢ଼ିବେ।

ତାଙ୍କ ମାଆ ଙ୍କ ର କହିବା କଥା କି ସେ ପାଉଁଶ ନେଇ ଗୋଟେ ଜାଗାରେ ରଖିଥିଲେ, ଏବଂ ସେହି ପାଉଁଶ ରେ ନିଆଁ ଥିଲା।ନାତୁଣୀ ପାଦ ଉଠେଇକି ଚାଲୁଥିଲା ,ସେ ବର୍ଷ କ ର ହୋଇଥିଲା।ସେ କେତେେବେଳେ ସେହି ଜାଗା କୁ ଯାଇଛି କେହି ଜାଣି ନାହାନ୍ତି ।ଏହା ଅନ୍ୟମନସ୍କ ପାଇଁ ଘଟିଛି।ସେ ଆଣ୍ଠୁ ରେ ଯାଇ ନିଆଁ ରେ ପଡ଼ିଗଲା। ସେଠାକାର ବିଡ଼ିଓ ତାଙ୍କ ଘରକୁ ଯାଇ ସବୁ ଦେଖିଥିଲେ, ଏବଂ ତାଙ୍କ ଠୁ ସବୁ ଶୁଣିଥିଲେ ଏବଂ ତାଙ୍କୁ ସରକାର ଙ୍କ ସହାୟତା ର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ସେହିପରି ବୋଲାଙ୍ଗିରୀ ଜିଲ୍ଲା ର ତୁରେକେଲା ବ୍ଲକ୍ କୁର୍ଲି ଗାଆଁ ର ଯୁବକ କୃପାସିନ୍ଧୁ ରଣା।ସେ ଦୁଇ ବର୍ଷ ହେଲା ଅଜଣା ରୋଗ ରେ ପୀଡ଼ିତ ହୋଇ ଶୋଇବା ସଜ୍ଜା ରେ ପଡି ବହୁତ୍ ଛଟପଟ ହେଉଛନ୍ତି। ଚିକିତ୍ସା ପାଇଁ ଘରେ ଯାହା ସମ୍ବଳ ଥିଲା ସେ ସବୁ ସରିବା ପରେ ସରକାର ଙ୍କ ସହାୟତା କୁ ଅପେକ୍ଷା କରି ବସିଛନ୍ତି।

ଡାକ୍ତର ଙ୍କ ପାଖକୁ ଗଲେ ସେ କହିଛନ୍ତି ଚିକିତ୍ସା ପାଇଁ ଅର୍ଥ ଦରକାର।ସେ କିନ୍ତୁ ଅସହାୟ କାରଣ ତାଙ୍କ ପାଖରେ ଯାହା ବି କିଛି ସମ୍ବଳ ଥିଲା ସେ ସବୁ ତାଙ୍କ ଚିକିତ୍ସା ପାଇଁ ସରିଦେଇଛନ୍ତି।ଏବେ କେବଳ ଗୋଟିଏ ଭରସା ସେ ହେଉଛନ୍ତି ସରକାର।ସରକାର ଯଦି ତାଙ୍କୁ ତାଙ୍କ ରୋଗ ପାଇଁ କିଛି ଅର୍ଥ ସାହାଯ୍ୟ କରନ୍ତି ତାହେଲେ ତାଙ୍କର ସମ୍ପୂର୍ଣ୍ଣ ଭାବେ ଚିକିତ୍ସା ହୋଇପାରନ୍ତା।ଘରେ ତାଙ୍କର ବୁଢ଼ୀ ମା ବହୁତ୍ ଅସୁବିଧା ସମ୍ମୁଖୀନ କରୁଛନ୍ତି ।

ଚାଲିବା ପାଇଁ ବହୁତ୍ କଷ୍ଟ ,କେବେ କେବେ ଘରେ ଚାଉଳ ନାହିଁ ତୋ କେବେ କେବେ ଘରେ ଲୁଣ ମଧ୍ୟ ନାହିଁ।ତେବେ ପ୍ରଶାସନ ଏହି ଦୁଇ ଜଣଙ୍କୁ ସହାୟତା ହେଲେ ସେ ଦୁଇ ଜଣ ଏକ ନୂଆ ଜୀବନ ପାଇ ଯାନ୍ତେ।ଆମର ସରକାର ଙ୍କ ପାଖରେ ଏତିକି ଅନୁରୋଧ କି ସେ ଯେତେ ଜଲ୍ଦୀ ହେବ ସେ ମାନଙ୍କ ର ଦୁଃଖ ଶୁଣିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।