ଜରୁରୀ ଖବର – ସ୍କୁଲ୍ ଖୋଲିବା ଦୁଇ ଦିନ ରେ ୩୧ ଜଣ କରୋନା ସଂକ୍ରମଣ ପଜିଟିଭ ଚିହ୍ନଟ, ସ୍କୁଲ ଖୋଲିବାକୁ ନେଇ ସରକାର ଙ୍କର ପ୍ରସ୍ତାବରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….

0

ଆସନ୍ତୁ ନଜର ପକେଇବା ବର୍ତ୍ତମାନ ର ଜରୁରୀ ଖବର ଉପରେ। ଯେମିତି କି ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ କରୋନା ମହାମାରୀ ର ସମୟ ଚାଲିଛି। କରୋନା ସଂକ୍ରମଣ ପୂର୍ବ ଅପେକ୍ଷା କମ୍ ଥିଲେ ମଧ୍ଯ କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବରେ ନିପାତ ହୋଇନାହିଁ। କରୋନା ମହାମାରୀ କୁ ବ୍ୟାପିବାକୁ ରୋକିବା ପାଇଁ ଦୀର୍ଘ ମାସ ଧରି ସରକାର ଦେଶ ରେ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ମଧ୍ଯ କରିଥିଲେ।

କରୋନା ଭାଇରସ୍ ର ସଂକ୍ରମଣ କୁ ରୋକିବା ପାଇଁ ହୋଇଥିବା କଟକଣା ପାଇଁ ଦୀର୍ଘ ଦିନ ଧରି ସବୁ ସ୍କୁଲ୍ ଏବଂ କଲେଜ୍ ଗୁଡିକ ବନ୍ଦ ରହିଥିଲା। ମହାମାରୀ କୁ ଆଖି ଆଗରେ ରଖି ସରକାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ଯ ହୋଇଥିଲେ।

ତେବେ ବର୍ତ୍ତମାନ ଯେତେବେଳେ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ କୁ ଆସିଛି ପୁରା ସ୍ଥିତି କୁ ଆଖି ଆଗରେ ରଖି ସ୍କୁଲ ଏବଂ କଲେଜ ଖୋଲିବା କୁ ନିଷ୍ପତି ନେଇ ଥିଲେ ସରକାର ଏବଂ ବର୍ତ୍ତମାନ ଦୀର୍ଘ ୧୦ ମାସ ପରେ ସ୍କୁଲ୍ ଖୋଲିବା କୁ ନେଇ ନିଷ୍ପତି ନିଆ ଯାଇଥିଲା । କରୋନା କଟକଣା ଭିତରେ ସ୍କୁଲ ସ୍ବଭାବିକ ଭାବରେ ପୁଣି ଥରେ ଆରମ୍ଭ ହୋଇ ଥିଲା କିନ୍ତୁ ସ୍କୁଲ୍ ଖୋଲିବା ର ମାତ୍ର ଦୁଇ ଦିନ ରେ ଗଜପତି ଜିଲ୍ଲା ରେ ୩୧ ଜଣ କରୋନା ସଂକ୍ରମଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଯାହାଙ୍କ ମଧ୍ଯ ରେ ୨୮ ଜଣ ଶିକ୍ଷକ ଙ୍କ ସହିତ ୨ ଜଣ ଛାତ୍ର ଛାତ୍ରୀ କରୋନା ସଂକ୍ରମଣ ରେ ଚିହ୍ନଟ ହୋଇଛନ୍ତି ।ତେବେ ଏହି ସମ୍ପର୍କ ରେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ପ୍ରକାଶ ଚନ୍ଦ୍ର ପାତ୍ର ଗଣ ମାଧ୍ୟମକୁ ସୂଚନା‌ ଦେଇଛନ୍ତି।  ସୂଚନା ଯୋଗ୍ୟ ଯେ କିଛି ଦିନ ଧରି ଗଜପତି ଜିଲ୍ଲା ରେ ବହୁତ୍ କମ୍ କରୋନା ସଂକ୍ରମଣ ଚିହ୍ନଟ ହୋଇ ଥିଲେ ଯାହାର ସଂଖ୍ୟା ନଗଣ୍ୟ ଥିଲା,କିନ୍ତୁ ସ୍କୁଲ୍ ଖୋଲିବା ପରେ ମାତ୍ର ଦୁଇ ଦିନ ମଧ୍ୟରେ ୩୧ ଜଣ ସଂକ୍ରମଣ ର ଶିକାର ହୋଇଛନ୍ତି।

ତେବେ ଗଜପତି ଜିଲ୍ଲା ର ମୋହନା ଅଞ୍ଚଳ ରୁ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ଅନ୍ୟ ସ୍ଥାନ ମାନଙ୍କ ରୁ ୧୪ ଜଣ ଏହି କରୋନା ସଂକ୍ରମଣ ରେ ଆକ୍ରାନ୍ତ ହୋଇ ଥିବାର ଜଣା ପଡ଼ିଛି । ସ୍କୁଲ ଖୋଲିବାର ମାତ୍ର ଦୁଇ ଦିନ ମଧ୍ୟରେ ୩୧ ଜଣ ସଂକ୍ରମଣ ର ଶିକାର ହୋଇ ଥିବାରୁ ଜିଲ୍ଲା ବାସୀ ବର୍ତ୍ତମାନ ଚିନ୍ତା ରେ ଅଛନ୍ତି । ସବୁଠୁ ବଡ଼ ଚିନ୍ତା ର କଥା ଯେ ଗତ ୮ ତାରିଖ ଦିନ ଠାରୁ ସ୍କୁଲ ଖୋଲା ଯିବା ପରେ ୨୮ ଜଣ ଶିକ୍ଷକ ଙ୍କ ସମେତ ୨ ଛାତ୍ରଛାତ୍ରୀ ଙ୍କ ମଧ୍ୟ କରନା ପଜିଟିଭ ର ଶିକାର ହୋଇଛନ୍ତି ।

ଯେଉଁଥିପାଇଁ ଅଭିଭାବକ ଓ ଶିକ୍ଷକ ଉଭୟ ଚିନ୍ତା ରେ ଅଛନ୍ତି।ଦୀର୍ଘ ଦଶ ମାସ ପରେ ସ୍କୁଲ୍ ଖୋଲିବା ପରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଏହା ଏକ ଖୁସି ର ଖବର ଥିଲେ ମଧ୍ୟ ସଂକ୍ରମଣ ପାଇଁ ସମସ୍ତେ ବର୍ତ୍ତମାନ ଚିନ୍ତା ରେ ଅଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ ରୁ ମିଳିଥିବା ତଥ୍ୟ ଅନୁସାରେ ଗଜପତି ଜିଲ୍ଲା ରେ ମୋଟ ୩ ହଜାର ୯୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ହଜାର ୯୪୩ ଜଣ ସୁସ୍ଥ ହୋଇଥିଲେ ଓ ଏହି ସଂକ୍ରମଣ ରେ ତିନି ଜଣ ମୃତ୍ୟୁ ବରଣ କରିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।