Health Tips – ଏହି ଗୋଟେ ପତ୍ର ଆପଣଙ୍କ ଦାନ୍ତ ର ସବୁ ସମସ୍ୟା କୁ ଶୀଘ୍ର ଦୁର କରିଦବ

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।ତେବେ ଆମର ଶରୀର ପାଞ୍ଚ ଇନ୍ଦ୍ରୀୟ ଦ୍ବାରା ଗଠିତ ହୋଇଥାଏ ।

ତେବେ ଏହି ପାଞ୍ଚ ଇନ୍ଦ୍ରୀୟ ମାନଙ୍କ ମଧ୍ୟରୁ ଦାନ୍ତ ହେଉଛି ଏକ ସମ୍ବେଦନଶୀଳ ଇନ୍ଦ୍ରୀୟ ।ବର୍ତ୍ତମାନ ର ସମୟରେ ପ୍ରାୟ ଅଧିକାଂଶ ଲୋକମାନ ଙ୍କ ପାଖରେ ଭିନ୍ନ ଭିନ୍ନ ପ୍ରକାରର ଦାନ୍ତ ସମସ୍ୟା ଦେଖାଯାଉଛି ।ଯେପରିକି ଦାନ୍ତ ମୂଳରେ ଯନ୍ତ୍ରଣା ଅନୁଭବ କରିବା ,ମାଢି ରେ କଷ୍ଟ ,ଦାନ୍ତ ପୋକ ଲାଗିବା ଇତ୍ୟାଦି ।ତେବେ ଏହି ସବୁ ଦାନ୍ତ ସମସ୍ୟା କୁ ଦୂର କରିବା ପାଇଁ ଆମେ ଆଜି ଆପଣଙ୍କୁ ଏକ ଘରୋଇ ଉପାୟ ଜଣେଇବାକୁ ଯାଉଛୁ ।

ଆବଶ୍ୟକ ସାମଗ୍ରୀ :-

ଏହି ଉପାୟ ଟି ବହୁତ ସହଜ ହୋଇଥାଏ। ଏବଂ ଏଥିରେ ବ୍ୟବହୃତ ସାମଗ୍ରୀ ଗୁଡିକ ଆପଣ ସହଜରେ ନିଜ ଘରେ ପାଇପାରିବେ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ କଣ ।

୧.ଅଧା କପ ଜଳ
୨.୪-୫ ଟି ଜାମ୍ବ /ପିଜୁଳି ପତ୍ର
୩.ହାଫ ଚାମଚ ଖାଇବା ଲୁଣ

ପ୍ରସ୍ତୁତ ପ୍ରଣାଳୀ:-

ପ୍ରଥମେ ଏକ ପାତ୍ର ରେ ଅଧା କପ ପାଣି ନିଅନ୍ତୁ ।ନେଇଥିବା ପିଜୁଳି ପତ୍ର କୁ ଭଲ ଭାବରେ ଧୋଇନିଅନ୍ତୁ। ଏବେ ସେହି ପାଣି ରେ ପତ୍ର କୁ ପକେଇଦେଇ ତାହାକୁ ୫-୭ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ତେବେ ପାଣି ର ରଙ୍ଗ ଏବେ ବଦଳିଯିବ ,ରଙ୍ଗ ବଦଳିଯିବା ପରେ ଏହାକୁ ଅନ୍ୟ ଏକ ପାତ୍ର କୁ କାଢି ନିଅନ୍ତୁ ।ଏବଂ କିଛି ସମୟ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ।

ତେବେ ଯେତେବେଳେ ଏହି ପାଣି ଟି ଥଣ୍ଡା ହୋଇଯାଇଛି ଏଥି ରେ ହାଫ ଚାମଚ ସାଧାରଣ ଲୁଣ (ଯେଉଁ ଲୁଣ କୁ ଆମେ ଆମର ଖାଦ୍ୟ ରେ ବ୍ୟବହାର କରିଥାଉ) ମିଶାଇ ଭଲ ଭାବରେ ମିକ୍ସ କରି ନିଅନ୍ତୁ। ପୁଣି ଏହାକୁ ହାଲକା ଉସୁମ କରନ୍ତୁ। ତେବେ ବର୍ତ୍ତମାନ ଆମର ଜଡ଼ିବୁଟି ପ୍ରସ୍ତୁତ ହୋଇଗଲା ।

ବ୍ୟବହାର କରିବେ କିପରି:-

ଆମର ଏହି ଘରୋଇ ଉପାୟ ଟି ପ୍ରସ୍ତୁତ ହେବା ପରେ ଏହି ପାଣି କୁ ନିଜ ପାଟିରେ କିଛି ସମୟ ପାଇଁ ପୁରାଇ ରଖନ୍ତୁ। ଏବଂ କୁଳି କରିନିଅନ୍ତୁ ।ଏହି ପରି ପ୍ରସ୍ତୁତ ସବୁ ଜଳ କୁ ପାଟିରେ ପୁରେଇ କୁଳି କରିନିଅନ୍ତୁ ।ଏହିପରି ଗୋଟିଏ ଦିନରେ ଦୁଇ ଥର କରନ୍ତୁ।ଏହାକୁ ନିୟମିତ ଭାବରେ ଦୁଇ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ଦେଖିବେ କି ଆପଣଙ୍କ ର ସମସ୍ତ ଦାନ୍ତ ସମସ୍ୟା ଦୂର ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।