ଗର୍ଭବତୀ ମହିଳା ମାନେ ଭୁଲ ରେ ବି ଏହି ସବୁ ଖାଇବା ସେବନ କରନ୍ତୁ ନାହିଁ ନଚେତ ବହୁ ସମସ୍ୟା ର ସମୁଖୀନ ହୋଇପାରନ୍ତି……

0

ସାଧାରଣତଃ ବିବାହ ପରେ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ ।

କିନ୍ତୁ ଆମ ସମାଜରେ ଜଣେ ଗର୍ଭବତୀ ମହିଳାଙ୍କୁ ବହୁତ କିଛି ବାରଣ କରାଯାଇଥାଏ ।ତା ମଧ୍ୟରୁ କେତେକ ବୈଜ୍ଞାନିକ ମତ ରହିଥିବା ବେଳେ କେତେକ ଅନ୍ଧବିଶ୍ୱାସ ଓ କୁପ୍ରଥା ଉପରେ ପର୍ଯ୍ୟବେସିତ ହୋଇଥାଏ ।ତେବେ ଆମେ ଆଜି ଆପଣଙ୍କୁ ଏମିତି କେତେକ ଅନ୍ଧବିଶ୍ୱାସ ଉପରେ ଜଣେଇବାକୁ ଯାଉଛୁ ।

୧.କୁହାଯାଏ କି ଜଣେ ମହିଳା ଗର୍ଭବତୀ ହୋଇଥିଲେ ତାଙ୍କୁ ନରମାଲ ଖାଇବାର ଦୁଇ ଗୁଣା ଖାଦ୍ୟ ଖାଇବା ଆବଶ୍ୟକ ।କିନ୍ତୁ ଆମେ ଆପଣଂକୁ କହିରଖୁଛୁ ଯେ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ ।ଗର୍ଭାବସ୍ଥା ସମୟରେ ଜଣେ ମହିଳା ଯେତିକି ଖାଦ୍ୟ ପୂର୍ବରୁ ଖାଉଥିଲେ ତାର ଟିକେ ଅଧିକ ଖାଇବା ଦରକାର ।ପାଖାପାଖି ୩୦୦ କେଲରି ର ଖାଦ୍ୟ ଅଧିକ ଖାଇବା ଉଚିତ ।

୨.ଗର୍ଭାବସ୍ଥା ସମୟରେ ମହିଳା ମାନଙ୍କୁ କ୍ଷୀର ଓ ଦହି ଖାଇବାକୁ ବାରଣ କରାଯାଇଥାଏ ।କିନ୍ତୁ ଏହା ଭୁଲ ଅଟେ ଏହି ସମୟରେ ସେମାନ ଙ୍କୁ କ୍ଷୀର ଓ ଦହୀର ଆବଶ୍ୟକତା ରହିଥାଏ। ତେଣୁ ପ୍ରତିଦିନ ଏକ ଗ୍ଲାସ କ୍ଷୀର ସେବନ କରିବା ଉଭୟ ମା ଓ ପିଲା ପାଇଁ ଆବଶ୍ୟକ ଅଟେ ।
୩.ସାଧାରଣତ୍ୱ ଜଣେ ଗର୍ଭବତୀ ମହିଳାଙ୍କୁ ଫଳ (କଦଳୀ ,ଅଁଳା , କମଳା ଆଦି )ଖାଇବା କୁ ବାରଣ କରାଯାଇଥାଏ କିନ୍ତୁ ଏହି ସବୁ ଫଳ ଗର୍ଭାବସ୍ଥାରେ ଖାଇବା ଦରକାର ଏହା ପିଲା ର ଶରୀରରେ ରକ୍ତ ସଞ୍ଚାଳନ ପ୍ରକିୟା କୁ ଠିକ କରିଥାଏ ।

୪.କୁହାଯାଏ କି ଗର୍ଭାବସ୍ଥା ସମୟରେ କଳା ଜିନିଷ ସେବନ କଲେ ଛୁଆ ର ରଙ୍ଗ କଳା ହୋଇଥାଏ ଏବଂ ଧଳା ଜିନିଷ ଖାଇଲେ ପିଲାର ରଙ୍ଗ ଗୋରା ହୋଇଥାଏ ।ମାତ୍ର ଏହା ଭୁଲ ଅଟେ ପିଳଟି କଳା ହେବ କି ଗୋରା ଏହା ତାଙ୍କ ବାପା ମା ଙ୍କର ଜିନ ଉପରେ ନିର୍ଭର କରିଥାଏ ।
୫.ଗର୍ଭବତୀ ମହିଳା ମାନେ ସବୁବେଳେ ମାଛ ଓ ମାଂସ ଖାଇବା କୁ ପସନ୍ଦ କରିଥାନ୍ତି ।ଏହା ଖାଇବା ମଧ୍ୟ ଭୁଲ ନୁହେଁ କିନ୍ତୁ ଯେଉଁ ମାଛ ରେ ବିଷାକ୍ତ ପଦାର୍ଥ ମିସିକରି ଥାଏ ତାହାକୁ ଗ୍ରହଣ କରନ୍ତୁ ନାହିଁ ।

୬.ଗର୍ଭାବସ୍ଥା ସମୟରେ ମହିଳା ମାନେ ଡ୍ରାଇ ଫୁଡ଼ ତଥା ଆଲମଣ୍ଡ , ଖଜୁରୀ , ବାଦାମ ଆଦି ଖାଦ୍ୟ ଖାଇବା ଉଚିତ ହୋଇଥାଏ। ଏହା ଗର୍ଭ ରେ ଥିବା ପିଲା କୁ ଆବଶ୍ୟକ ପୋଷକ ଦେଇଥାଏ ।
୭.ସାଧାରଣ ଭାବରେ ଗର୍ଭବତୀ ମହିଳା ମାନଙ୍କୁ ବାହାରର ଖାଇବା ସେବନ କରିବାକୁ ଇଚ୍ଛା ହୋଇଥାଏ ।କିନ୍ତୁ ଆପଣ ଏହାକୁ ବାହାରୁ ନଖାଇ ଘରେ ନିଜେ ପ୍ରସ୍ତୁତ କରି ଖାଇବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।