୪୦ ଫୁଟ ଗଭୀର କୂଅ ଭିତରୁ ସୁଭାଯାଉଥିଲା ଶବ୍ଦ, ପାଖକୁ ଯାଇ ଲୋକମାନେ ଦେଖିକି ଅବାକ ହୋଇଗଲେ

0

ଭଗବାନ ଏ ସମାଜକୁ ସୃଷ୍ଟି କରିବା ସମୟରେ ମଣିଷଙ୍କୁ ଶ୍ରେଷ୍ଠ ପ୍ରାଣୀ ଭାବରେ ପରିଚିୟ ଦେଇଥିଲେ ।କାରଣ କେବଳ ମଣିଷ ମାନଙ୍କ ପାଖରେ ହିଁ ବିଚାରଶୀଳ ଗୁଣ ଟି ରହିଛି ଯାହାକି ଆବଶ୍ୟକ ସମୟରେ ଅନ୍ୟର ସାହାଯ୍ୟ ରେ ଆସିଥାଏ ।ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲା ପରେ ଆପଣ ମଧ୍ୟ ଚକିତ ହୋଇଯିବେ ଏବଂ ତା ସହ ଜଣେ ମନୁଷ୍ୟ ର ଆବଶ୍ୟକତା ର ସମୟରେ ସାହାଯ୍ୟ କରିପାରେ ତାହା ମଧ୍ୟ ଆପଣଙ୍କୁ ବିଶ୍ୱାସ ହୋଇଯିବ ।

ସୂଚନା ଅନୁସାରେ ,ଏମିତି ଏକ ଘଟଣା ଘଟିଛି ମୁଗେରର ଆରଡି ଆଣ୍ଡ ଡିଜେ କଲେଜ କ୍ୟାମ୍ପସ ରେ ଯାହା ଅତ୍ୟନ୍ତ ଲୋମସ୍ପର୍ଶୀ ଅଟେ । ସେଠାକାର ଲୋକଙ୍କ କହିବା ଅନୁସାରେ , ସେମାନଙ୍କୁ ହଟାତ କଲେଜ କ୍ୟାମ୍ପସ ମଧ୍ୟରୁ ଚିତ୍କାର ଶୁଣିଥିଲେ ଆଉ ସମସ୍ତେ ଧାଇଁ ଯାଇଥିଲେ ସେହି କ୍ୟାମ୍ପସ ଭିତରକୁ । ସେଠାରେ ଯାଇ ସେମାନେ ଦେଖିଲେ ଯେ ୪୦ ଫୁଟ ଉଚ୍ଚ କୂପ ମଧ୍ୟରେ ଜଣେ ଛୋଟ ପିଲାର ଚିତ୍କାର ଶୁଣାଯାଉଛି । ସେମାନେ ସେଠାରେ ଦେଖିଲେ ଯେ ଗୋଟିଏ ପିଲା ସେହି କୂପ ରେ ପଡିଯାଇ ଚିତ୍କାର କରୁଛି ବୋଲି ।


ତେବେ ପରେ ସେମାନେ ପୋଲିସ କୁ ସୂଚନା ଦେଇଥିଲେ ଏବଂ ପୋଲିସ କର୍ମୀମାନେ ଆସି ସେହି ୪୦ ଫୁଟ ଉଚ୍ଚ କୂପ ମଧ୍ୟରେ ଥିବା ପିଲା ଟୀକୁ ଦଉଡି ସାହାଯ୍ୟ ରେ ଉଦ୍ଧାର କରାଯାଇ ପିଲା ଟୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଉଦ୍ଧାର କର୍ମଚାରୀ ଙ୍କ କହିବା ଅନୁସାରେ କୂଅ ମଧ୍ୟରେ ଅମ୍ଳଜାନ ର ବହୁତ ଅଭାବ ହେଉଥିଲା ଆଉ ସେମାନଙ୍କ ପାଖରେ ଅମ୍ଳଜାନ ନଥିବାରୁ ପିଲାଟିକୁ ବାହାରକୁ ଆଣିବାକୁ ଟିକେ ସମୟ ଲାଗିଥିଲା ।ତେବେ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଡାକ୍ତର ତାକୁ ଆପତକାଳୀନ ରୁମ ରେ ରଖାଯାଇଥିଲା । ଡାକ୍ତର କହିଛନ୍ତି ଯେ ପିଲାଟି କୂପ ମଧ୍ୟରେ ପଡିବା ପରେ ତାର ଶରୀର ଏବଂ ମୁଣ୍ଡ ରେ ଜୋର ରେ ଆଘାତ ଲାଗିଛି ଏବଂ ପିଲାଟି ବହୁତ ଡରି ଯାଇଛି ।କିନ୍ତୁ ବର୍ତ୍ତମାନ ସେ ବିପଦ ବାହାରେ ରହିଛି ।

ଉଲେଖଯୋଗ୍ୟ ଯେ , ପିଲାଟି ର ନାମ ହେଉଛି ଅଭିଷେକ ସେ ସାଦିପୁର ବଡ଼ି ଦୁର୍ଗା ସ୍ଥାନରେ ରହୁଥିବା ସୋନୁ କୁମାର ଙ୍କ ୧୩ ବର୍ଷ ର ପୁଅ । ତେବେ ସେମାନେ ବାପ ପୁଅ ସବୁଦିନ କଲେଜ କ୍ୟାମ୍ପସ କୁ ୫.୩୦ ମିନିଟ ସମୟରେ ଯାଆନ୍ତି କିନ୍ତୁ ସେଦିନ ସୋନୁ କୁମାର ଯୁଗ କରିବା ସମୟରେ ଅଭିଷେକ ଗଛ ଉପରେ ଚଢ଼ି ଫୁଲ ତଳୁଥିଲା ସେହି ସମୟରେ ଗଛ ର ଡାଳ ଟି ଭାଙ୍ଗି ଯିବାରୁ ସେ ଏପରି ଅସୁବିଧା ର ସମ୍ମୁଖିନ ହୋଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।