ନାରୀ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜଣେ ଗାଁ ର ମହିଳା , ଏହି ମହିଳାଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ବ୍ୟସ୍ତଭରା ଜୀବନ ରେ ପ୍ରତ୍ୟକ ମଣିଷ ବ୍ୟସ୍ତ ରହି ଥାନ୍ତି,ବ୍ୟସ୍ତତା ସହିତ ଧନ ଉପାର୍ଜନ ମଧ୍ୟ କରିଥାନ୍ତି। ନିଜ ପରିବାର ଚଳେଇବା ପାଇଁ ମଣିଷ ସବୁବେଳେ କୌଣସି କାମ ରେ ବ୍ୟସ୍ତ ରହିଥାନ୍ତି। ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ସ୍ତ୍ରୀ ହୁଅନ୍ତୁ କୁ ପୁରୁଷ ଉଭୟ ତତ୍ପରତା ଦେଖାଇଥାନ୍ତି। ତେବେ ଅଧିକ ପାଠ ପଢି ଥିବା ଲୋକ ଚାକିରି ଟିଏ କରିଥାନ୍ତି।

ପାଠ ନା ପଢିଥିବା ଲୋକ ଦିନ ମଜୁରୀ କରି ପରିବାର ଚାଲିଥାନ୍ତି। କିଛି ଲୋକ ବ୍ୟବସାୟ କରି ମଧ୍ୟ ଦିନ ଗୁଜୁରାଣ ମେଣ୍ଟଇବା ସହିତ ପରିବାର ପୋଷିଥାନ୍ତି। ତେବେ ଏବେ ସମାଜ ରେ ଉଭୟ ପୁରଷ ଓ ସ୍ତ୍ରୀ ସମାନ ଅଧିକାର ପାଇଥାନ୍ତି। ତେବେ ଏହାର ଏକ ଉଦାହରଣ ସାଜିଛନ୍ତି ଜଣେ ମହିଳା। ଆଜି ଆମେ ଆପଣ ମାନଙ୍କୁ ମହିଳା ଙ୍କ ବ୍ୟବସାୟ ବିଷୟରେ କହିବୁ।

ରାତି ନା ପାହୁନୁ ନିଜ ମଟର ସାଇକେଲ ଧରି ବାହାରି ପଡନ୍ତି ମହିଳା ଜଣକ। ଗାଁ ଗାଁ ବୁଲି ମାଛ ବ୍ୟବସାୟ କରି ପରିବାର ପୋଷୁଛନ୍ତି ସେହି ମହିଳା। ମାଛ ବିକ୍ରି ପାଇଁ ଗାଁ ବୁଲି ରଡ଼ି ଛାଡୁଛନ୍ତି ମାଛ ନିଅ । କେହି ନେବାର ସଂକେତ ପାଇଲେ ଅଟକି ଯାଉଛି ତାଙ୍କ ମଟର ସାଇକେଲ। ମହିଳା ଜଣଙ୍କ ମଧୁର କଥା କହି ନିଜ ସାମଗ୍ରୀ ବିକ୍ରୀ କରୁଛନ୍ତି,ଭଳିକି ଭଳି ମାଛ ଆଣି ପହଞ୍ଚାଉଛି ଗାଁ ର ଲୋକ ମାନଙ୍କ ପାଖରେ।

ଗଞ୍ଜାମ ଜିଲ୍ଲା ର ଜଗନ୍ନାଥ ପ୍ରସାଦ ବ୍ଲକ ର ନଡ଼ା ଗ୍ରାମ ର ମଞ୍ଜୁ ବେହେରା। ତେବେ ଜାଣିବାକୁ ପାଇଛୁ ଯେ ଦୀର୍ଘ ୧୫ ବର୍ଷ ଧରି ତାଙ୍କ ସ୍ବାମୀ ରୋଗା ଗ୍ରସ୍ତ ଅଛନ୍ତି। ନିଜ ପରିବାର ଚଳେଇବା ପାଇଁ ଘର ର ଏରୁଣ୍ଡି ଡେଇଁ ବ୍ୟବସାୟ କରୁଛନ୍ତି ମଞ୍ଜୁ ବେହେରା। ଗୁରୁବାର ଓ ଶନିବାର , ସଂକ୍ରାନ୍ତି ରେ ମାଛ ବିକ୍ରି ହୋଇନଥିବାରୁ ପରିବା ବ୍ୟବସାୟ କରିଥାଏ। ପ୍ରତିଦିନ ସେ ଦଶ ବାର ଖଣ୍ଡ ଗାଁ ବୁଲି ବ୍ୟବସାୟ କରି ରୋଜଗାର କରିଥାଏ ।

ପ୍ରଥମେ ସାଇକେଲ ଧରି ବ୍ୟବସାୟ କରୁଥିଲେ ରୋଜ ଗାର ବଢିବାରୁ ଏବେ ସେ ମଟର ସାଇକେଲ ଧରି ବ୍ୟବସାୟ କରୁଛନ୍ତି। ଏହି ରୋଜଗାର ପଇସା ରେ ପରିବାର ର ଭରଣ ପୋଷଣ କରୁଛନ୍ତି ମଞ୍ଜୁ। ଦିନ ୧୦ ଟା ପର୍ଯ୍ୟନ୍ତ ବ୍ୟବସାୟ କରି ଘରକୁ ଫେରି ଘରେ ପାଳିଥିବା ଗାଈ ଓ ଛେଳି ଙ୍କ ଯତ୍ନ ନେଇଥାଏ। ପରେ କ୍ଷୀର ବାହାରକରି ବଜାରକୁ ପଠାଇ ବିକ୍ରି କରିଥାଏ। ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜକୁ ବ୍ୟସ୍ତ ରଖିଥାନ୍ତି ମଞ୍ଜୁ।

ଏହି ସବୁ କାର୍ଯ୍ୟ ରେ ତାଙ୍କର ଦୁଇ ପୁଅ ତାଙ୍କୁ ସାହାଯ୍ୟ କରିଥାନ୍ତି। ସ୍ବାମୀ ମଧ୍ୟ ଘରେ ବସି ବସି ରୋଷେଇ କାର୍ଯ୍ୟ କରି ଦେଇଥାନ୍ତି। ଦୁଇ ପୁଅ କୁ ଉଚ୍ଚ ଶିକ୍ଷା ଦେବା ପାଇଁ ମନସ୍ଥ କରି ଶିକ୍ଷା ଦେଉଛନ୍ତି ମଞ୍ଜୁ। ତାଙ୍କର ଏହି କାମ କୁ ଗ୍ରାମବାସୀ ବେଶ୍ ପ୍ରଶଂସା କରିଛନ୍ତି, ପତ୍ନୀ ର କାର୍ଯ୍ୟ କୁ ନେଇ ସ୍ବାମୀ ସନ୍ତୋଷ ଗର୍ବିତ। ସ୍ତ୍ରୀ ଯଦି କାର୍ଯ୍ୟ କରି ନଥାନ୍ତା ପରିବାର ଚାଳି ପରିଂଥାନ୍ତ ନାହିଁ ବୋଲି ସ୍ବାମୀ ସନ୍ତୋଷ ଗର୍ବ କରି କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।