ମୃତ୍ୟୁ ଏକ ଜୀବନ ର ଅପ୍ରିୟ ସତ୍ୟ ମୃତ୍ୟୁ ପରେ ଆପଣଙ୍କ ସହ କ’ଣ ହେବ , ସ୍ବର୍ଗ କୁ ଯିବେ ବା ନର୍କ କୁ ଯିବେ ଆସନ୍ତୁ ଜାଣିବା।

0

ମୃତ୍ୟୁ ଏକ ଏମିତି ଜିନିଷ ଯାହା ସମସ୍ତଙ୍କ ଜୀବନରେ ସୁନିଶ୍ଚିତ।ଏହା ଏକ ନିରାଟ ସତ୍ୟ ଅଟେ,ଯଦି ଆମେ କୌଣସି ସତ୍ୟତା ଉପରେ ଆଲୋଚନା କରିବା ତାହେଲେ ପ୍ରଥମେ ଜନ୍ମ ଓ ମୃତ୍ୟୁ ଆମ ସାମ୍ନା କୁ ଆସିଥାଏ।ଏହି ଦୁଇ ଟି ସତ୍ୟତା କୁ କେହି ଅମାନ୍ୟ କରିପାରିବେନି, ପୃଥିବୀ ର ସମସ୍ତ ପ୍ରାଣୀ ଜଗତ ଏହି ଦୁଇ ଟି ସତ୍ୟତା କୁ ସମ୍ମୁଖୀନ କରିଥାନ୍ତି।

ଏହି ପୃଥିବୀ ରେ ଜନ୍ମ ଗ୍ରହଣ କରିଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଏହି ପୃଥିବୀ ଲୋକ କୁ ଦିନେ ନା ଦିନେ ଛାଡ଼ିବାକୁ ପଡିବା।ହିନ୍ଦୁ ଧର୍ମ ର ବୈଷ୍ଣବ ଗ୍ରନ୍ଥ ର ଗରୁଡ ପୁରାଣ କୁ ଦୁଇ ଭାଗ ରେ ବିଭକ୍ତ କରାଯାଇଛି।ସେଥିରୁ ପ୍ରଥମ ଭାଗରେ ବିଷ୍ଣୁ ଭକ୍ତି ର ବର୍ଣ୍ଣନା କରାଯାଇଛି। ଓ ଦ୍ୱିତୀୟ ଭାଗରେ ଜନ୍ମ ଠାରୁ ମୃତ୍ୟୁ ଏବଂ ସ୍ବର୍ଗ ଆଊ ନର୍କ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇଅଛି।

ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ ସେତେବେଳ ଗରୁଡ ପୁରାଣ ପଢ଼ିବାର କିମ୍ବା ଭାଗବତ ଗୀତା ଶୁଣିବାର ନିୟମ ରହିଛି।ତେବେ ଅନେକ ଲୋକ ଙ୍କ ର ଅନେକ ଭୂଲ୍ ଧାରଣା ରହିଛି ଯେ ଏହି ପୁସ୍ତକ କୁ କେବଳ ମୃତ୍ୟୁ ପରେ ପଢା ଯାଇ ଥାଏ,କିନ୍ତୁ ଏହା କେବେ ବି ସତ୍ୟ ନୁହେଁ।ଏହି ପୁସ୍ତକ ପଢ଼ିବା ଦ୍ଵାରା ପାପ ପୁଣ୍ୟ ଏବଂ ସ୍ବର୍ଗ ଓ ନର୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇଥାଏ।


ଗରୁଡ ପୁରାଣ ଅନୁସାରେ ଯେତେବେଳେ କୌଣସି ପ୍ରାଣୀର ମୃତ୍ୟୁ ର ସମୟ ପାଖେଇ ଆସିଥାଏ।ସେତେବେଳେ ଯମ ରାଜା ଙ୍କ ର ଦୁଇ ଦୂତ ବେତାଳ ମୃତ୍ୟୁ ରେ ପଡ଼ିଥିବା ଜୀବ ର ଆତ୍ମା କୁ ନବା ପାଇଁ ଆସିଥାଏ। ସେଥିରୁ ଜଣେ ପାପି ଲୋକ ର ଆତ୍ମା ଯମ ର ଦୂତ ମାନଙ୍କୁ ବହୁତ୍ ଭୟ କରେ,କିନ୍ତୁ ଯେଉଁ ମାନେ ଜୀବନ ସାରା ପୁଣ୍ୟ କାମ ଏବଂ ଭଲ କାମ କରିଥାନ୍ତି, ସେହି ମାନେ ମୃତ୍ୟୁ ସମୟରେ ସେମାନଙ୍କ ସାମ୍ନା ରେ ଈଶ୍ୱରୀୟ ଆଲୋକ ଦେଖି ଥାନ୍ତି। ଓ ମୃତ୍ୟୁ କୁ ମଧ୍ୟ ଭୟ କରନ୍ତି ନାହିଁ।ଯେଉଁ ମାନେ ସତ୍ୟବାଦୀ ଓ ବିଶ୍ବାସୀ ଯେଉଁମାନେ କାହାକୁ ଆଘାତ କରିନାହାନ୍ତି।ଓ ସବୁବେଳେ ଧର୍ମ ଏବଂ ସତ୍ୟ ର ପଥ ରେ ଚାଲୁ ଥାନ୍ତି ,

ସେମାନଙ୍କ ର ଆତ୍ମା ମୃତ୍ୟୁ ସମୟରେ ଖୁସି ଅନୁଭବ କରିଥାନ୍ତି। ଯେଉଁ ମାନେ ଅନ୍ୟ ମାନଙ୍କ ଠାରେ ଭୁଲ୍ ଧାରଣା ବିସ୍ତାର କରନ୍ତି , ଏବଂ ସେମାନଙ୍କୁ ଭୁଲ୍ ପଥ ଅନୁସରଣ କରିବାକୁ ଇଛୁକ ଏବଂ ଉତ୍ସାହିତ କରି ଥାନ୍ତି ସେମାନେ ଶେଷ ରେ ଏକ ଅନେକ କଷ୍ଟ ଓ ଯନ୍ତ୍ରଣା ଦାୟକ ମୃତ୍ୟୁ କୁ ଭୋଗ କରନ୍ତି। ଯେଉଁ ମାନେ ସବୁବେଳେ ଅହିଂସା କରିଥାନ୍ତି ସେହି ମାନେ ଯିବା ସମୟରେ ସୁଖ ଦ ମୃତ୍ୟୁ କୁ ପ୍ରାପ୍ତ କରି ଥାନ୍ତି।

ଓ ଏମାନଙ୍କ ର ଆତ୍ମା ଙ୍କୁ ସ୍ବର୍ଗ ରେ ସ୍ଥାନ ମିଳି ଥାଏ।ଅନ୍ୟ ପଟେ ନର୍କ କୁ ଯିବାର ଥିବା ଆତ୍ମା ତାର ମୃତ୍ୟୁ ପର୍ଯ୍ୟନ୍ତ ଲୋଭ ମୋହ ରେ ବଞ୍ଚି ଥାଏ। ମୃତ୍ୟୁ ଆଗରୁ ନିଜର ସମ୍ପତି ବିଷୟରେ ଭାବି ଥାଏ।ଏହି ପରି ବ୍ୟକ୍ତି ମାନେ ନର୍କ କୁ ଯାଇ ଥାନ୍ତି।ନର୍କ କୁ ଯିବା ଆତ୍ମା ରାତ୍ରି କାଳ ରେ ହିଁ ପ୍ରାଣ ତ୍ୟାଗ କରିଥାଏ।ତେଣୁ ସବୁବେଳେ ସତ୍ ପଥ ରେ ଚାଲନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।