Dr Diptiranjani Bisoyi – ଆପଣଙ୍କ ଦେହରେ କିମ୍ବା ମୁହଁରେ ଭାତୁଡି ହୋଇଥିଲେ କିପରି ଏହିସବୁ ଉପାୟ ମାଧ୍ୟମରେ ଦୂର ହୋଇଯିବ

0

ଆପଣ ମାନେ ଦେଖିଥିବେ ବହୁତ ଲୋକ ଙ୍କ ଚର୍ମ ରେ ଭାତୁଡ଼ି ହୋଇଥାଏ। ପ୍ରତ୍ୟେକ ବ୍ଯକ୍ତି ଙ୍କ ଚମଡା ଉପରେ ଯାହା ବି ଉଠିକି ବାହାରି ଥାଏ ତାହାକୁ ଆମେ ଜେନେରାଲ୍ ଟର୍ମ ରେ ଭାତୁଡ଼ି ବୋଲି କହୁ କିନ୍ତୁ ମେଡିକାଲ ଟର୍ମ ରେ ଭାତୁଡ଼ି ମାନେ ସ୍କିନ୍ ଟ୍ୟାଗ। ଭାତୁଡ଼ି ସାଧାରଣତଃ ବେକ, କାନ୍ଧ, ଜଙ୍ଘ, ଏବଂ ସାଇଡ୍ ରେ ହୋଇଥାଏ ଏବଂ ଯଦି ଏହା ଆମ ସ୍କିନ୍ କଲର୍ ର ହୋଇଥାଏ ତାହା ହେଲେ ଜାଣିବେ ଏହା ଭାତୁଡ଼ି।

ଭାତୁଡି ଦେଖିବେ ଆମ ସ୍କିନ୍ କୁ ଲାଗି କି ଥାଏ,ନହେଲେ ଲାଞ୍ଚ ଆକାର ର ବାହାରି ସ୍କିନ୍ ଟ୍ୟାଗ ହୋଇଥାଏ ଏବଂ ଧିରେ ଧିରେ ବଡ ହୁଏ। ତେବେ ଭାତୁଡ଼ି ର ଗୋଟିଏ ଭଲ ଗୁଣ ରହିଛି। ଏହା ଦ୍ବାରା କ୍ୟାନ୍ସର ହେବାର ସମ୍ଭାବନା ବହୁ କମ୍ ଥାଏ। ମୋଟା, ଡାୟବେଟିଜ ଏବଂ ବୟସ୍କ ବ୍ଯକ୍ତି ଙ୍କ ପାଖ ରେ ବେଶି ଭାତୁଡ଼ି ଦେଖାଯାଏ।

ଅଳ୍ପ ବୟସ ର ବ୍ଯକ୍ତି ଙ୍କ ପାଖ ରେ ଏହା କମ୍ ଥାଏ କିମ୍ବା ନଥାଏ ମଧ୍ଯ। ଯେତେବେଳେ ବୟସ ବଢେ ଆପଣ ମୋଟା ହୋଇ ଯାଉଥିବେ ତାହା ଆମ ହେଲ୍ଥ ପ୍ରବଲେମ୍ ହୁଏ। ଭାତୁଡ଼ି ଆମ ଚମଡା ର ଗୋଟିଏ ମିରର୍ ଭଳି କାମ କରେ। ଆମ ଶରୀର ଭିତରେ କଣ ସିଷ୍ଟମ ଚାଲିଛି, କଣ ଅସୁବିଧା ହେଉଛି, କଣ କେମିକାଲ ଚେଞ୍ଜ ହେଉଛି ଏହା ଆମ ଭାତୁଡ଼ି ସୂଚାଏ। ଯଦି ଭାତୁଡ଼ି ସଂଖ୍ଯା ବଢୁଛି ତାହା ହେଲେ ସଙ୍ଗେସଙ୍ଗେ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ।

ଭାତୁଡ଼ି ଅନେକ ପ୍ରକାରର ଥାଏ, ହଳଦିଆ ରଙ୍ଗର ଆଖି ଚାରିପଟେ ବାହାରିଥାଏ। ଧଳାରଙ୍ଗ ର ଭାତୁଡ଼ି ଯାହା ଟିକିଏ ସାଇନ୍ କରେ ତାହା ର ଚିକିତ୍ସା କରିବା ନିହାତି ଆବଶ୍ଯକ କାରଣ ତାହା ଗୋଟିଏ କୁ ଲାଗି ଲାଗି ଆହୁରି ଭାତୁଡ଼ି ବାହାରେ। ସେଠାରେ ଛୁଇଁ ଆଉ କେଉଁଠି ଛୁଇଁଲେ ସେହି ସ୍ଥାନ ରେ ମଧ୍ଯ ବାହାରେ। ଅନ୍ୟ କାହାକୁ ଛୁଇଁଲେ ମଧ୍ଯ ତାକୁ ବି ହୋଇପାରେ।

ତେବେ ଏହାର ଉପଚାର ପାଇଁ କିଛି ଲୋକ ଏଥିରେ ସୂତା ବାନ୍ଧି ଦିଅନ୍ତି କିନ୍ତୁ କେବେବି ସେମିତି ଭୁଲ କରିବେ ନାହିଁ। ଡାକ୍ତର ଙ୍କ ପାଖକୁ ଯାଇ କାଟି ନେବେ,କାରଣ ରେଡିଓ ଫ୍ରିକ୍ୟୁଏନ୍ସି କଟ୍ରେଜ ଯାହା ପେନ୍ ମୁନ ଠୁ ବି ପତଳା ତାରି ସାହାଯ୍ୟ ରେ ତାକୁ ଗୋଟିଏ ସେକେଣ୍ଡ ରେ କାଟି ଦିଅନ୍ତି। ଯଦି ଭାତୁଡ଼ି ଟି ବଡ ଥାଏ ତାହା ହେଲେ ତାକୁ କାଟି ସେମାନେ ସ୍ଟିଚ୍ କରିଥାନ୍ତି। ତେବେ ଯଦି ଆମେ ଆମ ଜୀବନ ଶୈଳୀ କୁ ପରିବର୍ତ୍ତନ କରିବା ତାହା ହେଲେ ଭାତୁଡ଼ି ହେବନାହିଁ।

ଯଥା ବାହାର ତେଲୁଆ ଖାଦ୍ୟ ଖାଇବା ନାହିଁ, ଶରୀର ର ଓଜନ କୁ ମେଣ୍ଟେନ କରିବା, ଡେଲି ଏକ୍ସରସାଇଜ୍ କରିବା। ଆମ ଶରୀର ର ନୂଆ ସ୍କିନ୍ ତିଆରି ପାଇଁ ସବୁ ପ୍ରକାର ଭିଟାମିନ୍ ଓ ମିନେରାଲ ଦରକାର ହୁଏ। ସ୍କିନ୍ ର ଗୋଟିଏ ଗୋଟିଏ ସେଲ୍ ତିଆରି ପାଇଁ ଭିଟାମିନ୍ ସି ର ବହୁ ଆବଶ୍ଯକ ରହିଛି। ଭିଟାମିନ୍ ସି ପ୍ରୋଟିନ ଯୋଗାଇବା ରେ ସାହାଯ୍ୟ କରେ ଯାହା ଦ୍ବାରା ସେଲ୍ ର ବ୍ଋଧି ହୁଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।