ଦେଖନ୍ତୁ Earphone ବ୍ୟବହାର କରିବା ଦ୍ବାରା କେଉଁଭଳି ସାଂଘାତିକ ରୋଗ ଆସେ ଜାଣି ରଖନ୍ତୁ ନଚେତ୍ ପସ୍ତେଇବେ

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ର ଦୁନିଆଁ ରେ ସମସ୍ତ ବ୍ୟକ୍ତି ପୁରାତନ ପଦ୍ଧତି କୁ ନଆପଣେଇ ଟେକ୍ନୋଲୋଜି କୁ ବାଛିଥାନ୍ତି। ତେବେ କୁହାଯାଏ କି ସବୁ ଜିନିଷ ର ଉଭୟ ଭଲ ଓ ଖରାପ ଗୁଣ ରହିଥାଏ ।ସେହି ପରି ଆମେ ବ୍ୟବହାର କରୁଥିବା ଟେକ୍ନୋଲୋଜି ର ମଧ୍ୟ ଉଭୟ ଭଲ ଗୁଣ ଓ ଖରାପ ଗୁଣ ରହିଥାଏ।

ବର୍ତ୍ତମାନ ଆପଣ ମାନେ ଦେଖୁଥିବେ କି ଲୋକ ମାନେ ମୋବାଇଲ ସହ ଇଅରଫୋନ ଓ ହେଡଫୋନ ବ୍ୟବହାର କରୁଛନ୍ତି ।କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଇଅରଫୋନ ଓ ହେଡଫୋନ ର ଅତ୍ୟଧିକ ବ୍ୟବହାର କରିବା ଦ୍ବାରା ଆମ ଶରୀର ଉପରେ ଏହାର ଅନେକ କୁପ୍ରଭାବ ପଡିଥାଏ ବୋଲି।

ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣ ଅତ୍ୟଧିକ ମାତ୍ରରେ ଇଅରଫୋନ ଓ ହେଡଫୋନ ବ୍ୟବହାର କରିବା ଦ୍ୱାରା କେଉଁ କେଉଁ ରୋଗ ହୋଇଥାଏ ଏବଂ ଆମ ଶରୀର ପ୍ରତି ଏହାର ଖରାପ ପ୍ରଭାବ ଗୁଡ଼ିକ କଣ ।

୧.ଶ୍ରବଣ ଶକ୍ତି ହ୍ରାସ

ଅତ୍ୟଧିକ ସମୟ ଇଅରଫୋନ ଓ ହେଡଫୋନ ର ବ୍ୟବହାର ଦ୍ବାରା ଏବଂ ଅଧିକ ସାଉଣ୍ଡ ଦେଇ ଗୀତ ଶୁଣିବା ଦ୍ବାରା ଧୀରେ ଧୀରେ ଆମର ଶ୍ରବଣ ଶକ୍ତି ହ୍ରାସ ପଇଥାଏ ।ଏପରି କି ଆପଣ ଦେଖିଥିବେ ଯେତେବେଳେ ଆପଣ ଇଅରଫୋନ ଲଗାଇ ଅଧିକ ଭଲିୟମ ଦିଅନ୍ତି ସେତେବେଳେ ଏକ ସତର୍କ ସୂଚନା ଆସିଥାଏ କି ଏହା ଠାରୁ ଅଧିକ ସାଉଣ୍ଡ ଆପଣଙ୍କ ପାଇଁ ଖରାପ ଅଟେ ବୋଲି। ତେବେ ଯଦି ଆପଣ ପ୍ରତିଦିନ ଏହି ପରି ଅଧିକ ସାଉଣ୍ଡ ଦେଇ ଗୀତ ଶୁଣିବେ ଆପଣ ଙ୍କର ଶୁଣିବା କ୍ଷମତା ହ୍ରାସ ହେଇଯିବ ।

୨.ରୋଗ ସଂକ୍ରମଣ ହେବା

ଆପଣ ବ୍ୟବହାର କରୁଥିବା ଇଅରଫୋନ ବା ହେଡଫୋନ କୁ କେବେ ନା କେବେ ଅନ୍ୟ କେହି ବ୍ୟବହାର କରିଥାନ୍ତି ନିଶ୍ଚିତ। ସେ ପରିବାର ଲୋକ ହୁଅନ୍ତୁ ବା ସାଙ୍ଗ ସାଥି ତାଙ୍କର ଇଅରଫୋନ ଓ ହେଡଫୋନ ଆପଣ ଯେତେବେଳେ ନିଜ କାନରେ ବ୍ୟବହାର କରୁଛନ୍ତି ସେତେବେଳେ ରୋଗ ସଂକ୍ରମିତ ହେବାର ସମ୍ଭାବନା ରହିଥାଏ।

୩.କାନ ରେ ଯନ୍ତ୍ରଣା ହେବା

ଯେତେବେଳେ ଆପଣ ବହୁତ ଅଧିକ ସମୟ ବା ଲମ୍ବା ସମୟ ପର୍ଯ୍ୟନ୍ତ ଇଅରଫୋନ କିମ୍ବା ହେଡଫୋନ ର ବ୍ୟବହାର କରୁଛନ୍ତି ସେତେବେଳେ କାନ ମଧ୍ୟକୁ ପବନ ଯିବା ଆସିବା କରିପାରେ ନାହିଁ ।ଫଳରେ ଆପଣ କାନରେ ଯନ୍ତ୍ରଣା ଅନୁଭବ କରନ୍ତି ।


ତେବେ ଆମେ ଆପଣଂକୁ କହିରଖୁଛୁ ଯେ ଯେତେବେଳେ ଆପଣ ଇଅରଫୋନ କିମ୍ବା ହେଡଫୋନ ଅତ୍ୟଧିକ ବ୍ୟବହାର କରୁଛନ୍ତି ବା ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି କିମ୍ବା ଅଧିକ ସାଉଣ୍ଡ ଦେଇ ଗୀତ ଶୁଣୁଛନ୍ତି ତାହେଲେ ଆଗାମୀ ଦିନରେ ଆପଣ ଏହି ସବୁ ସମସ୍ୟା ର ସମୁଖୀନ ହୋଇପାରନ୍ତି। ମାତ୍ର ଏହାର ଅର୍ଥ ନୁହଁ କି ଆପଣ ଇଅରଫୋନ ଓ ହେଡଫୋନ ର ବ୍ୟବହାର କରନ୍ତୁ ନାହିଁ ବ୍ୟବହାର କରନ୍ତୁ କିନ୍ତୁ ବହୁତ କମ ସମୟ ପାଇଁ ଓ କମ ସାଉଣ୍ଡ ରେ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।