ଦେଖନ୍ତୁ Live ଭିଡିଓ – ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି 16 ହଜାରରୁ ଅଧିକ ଲେକ ଦେଖିସାରିଲେନି

0

ଆଜି କାଲି ଦିନ କୁ ଦିନ ଲୁଟ୍ କାରବାର ବଢିବା ରେ ଲାଗିଛି। ରାତି ପାହିଲେ ଆପଣ ମାନେ ଟିଭି ନ୍ୟୁଜ୍ ଏବଂ ପେପର ରେ ଦେଖିବାକୁ ପାଉଥିବେ କେଉଁଠି ଏଟିଏମ ଲୁଟ୍ ହେଉଛି ତ ଆଉ କେଉଁଠି ବ୍ୟାଙ୍କ। କେଉଁ ଜାଗାରେ ସୁନା ଗହଣା ଦୋକାନ ତ ଆଉ କେଉଁଠି ଘରେ ପଶି ହତିଆର ଦେଖାଇ ଲୁଟି ଚାଲିଯାଉଛନ୍ତି।

ତେବେ ଆପଣ ମାନେ ମଧ୍ଯ ହୋଇ ଯାଆନ୍ତୁ ସାବଧାନ କାହିଁକି ନା କେବେ କେଉଁ ମୂହୁର୍ତ୍ତରେ ଆପଣ ମାନେ ମଧ୍ଯ ଏହି ଲୁଟେରା ମାନଙ୍କ ଜାଲରେ ପଡିଯାଇ ପାରନ୍ତି। ତେବେ ଆସନ୍ତୁ ଜାଣିବା ଏମିତି ଏକ ଲୁଟ୍ ର ଖବର ବିଷୟରେ।ଏହି ଘଟଣା ଟି କଟକ ର ଏକ ପେଟ୍ରୋଲ ପମ୍ପ ରେ ଘଟିଛି। କଟକ ର ଟାଙ୍ଗି ଥାନା ଅନ୍ତର୍ଗତ ବଇଁଚୁଆ ଛକ ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପ ରେ। ଶୁନ୍ ଶାନ୍ ରାତିରେ ଏକ ପଲ୍ସର ରେ ଆସି ବନ୍ଧୁକ ଦେଖାଇ,

ଜୀବନ ରୁ ମାରି ଦେବା ର ଭୟ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା। ସୂଚନା ଯୋଗ୍ୟ ଗତ ୧ ତାରିଖ ରାତିରେ ୩ ଜଣ ଦୁର୍ବୁତ୍ତ ଏକ ପଲସର୍ ଗାଡିରେ ଆସିଥିଲେ।

ମୁହଁ ରେ କପଡା ଘୋଡାଇ ହାତରେ ମାରଣାସ୍ତ୍ର ଧରି ଅଫିସ ରେ ଉପସ୍ଥିତ ଥିବା କର୍ମଚାରୀ ଙ୍କୁ ଧସ୍ତାଧସ୍ତି କରୁଛନ୍ତି। ଏବଂ ଟଙ୍କା ବାହାର କରିବା ପାଇଁ ଧମକ ମଧ୍ଯ ଦେଉଛନ୍ତି। ଯାହା ଅଫିସ୍ ର ସିସିଟିଭି ରେ ରେକର୍ଡ ହୋଇଛି,କିନ୍ତୁ ଲୁଟେରା ମାନଙ୍କୁ ମଧ୍ଯ କଡା ଜବାବ ଦେବା ପାଇଁ ପ୍ରାଣପଣେ ଚେ଼ଷ୍ଟା କରୁଛନ୍ତି ଅଫିସ କର୍ମଚାରୀ କମଳାକାନ୍ତ ବିଶ୍ୱାଳ।

ଏବଂ ଜଣେ ଲୁଟେରା ବନ୍ଧୁକ ଦେଖାଇ କମଳାକାନ୍ତ ଙ୍କୁ ଜୀବନ ରୁ ମାରିଦେବା ପାଇଁ ଧମକ ଦେଉଛି। କମଳାକାନ୍ତ କିନ୍ତୁ ନିଜ ଦାୟିତ୍ୱ ଏବଂ କର୍ତ୍ତବ୍ଯ ରୁ ପଛକୁ ହଟୁ ନାହାନ୍ତି୤,ସେ ଲୁଟେରା ମାନଙ୍କୁ ପୂରା ଜୋର୍ ଲଗେଇ ବିରୋଧ କରି ଚାଲିଛନ୍ତି। ଶେଶରେ ଦୁର୍ବୁତ୍ତ ଜଣକ ଗୁଳି ଫୁଟେଇଛି। ଯେଉଁଥିରୁ ଅଳ୍ପକେ ବର୍ତି ଯାଇଛନ୍ତି କମଳାକାନ୍ତ। ପରେ ଦୁର୍ବୁତ୍ତ ମାନେ ଅଫିସ ଟ୍ରେଜେରୀ ରୁ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରୁଥିଲେ। ବାଇକ୍ ରେ ୩ ଜଣ ଦୁର୍ବୁତ୍ତ ଆସିଥିଲେ,

ଜଣେ ବାହାରେ ଗାଡି ସ୍ଟାଟ୍ କରି ଛିଡା ହୋଇଥିବା ବେଳେ ଆଉ ଦୁଇ ଜଣ ପେଟ୍ରୋଲ ପମ୍ପ ଅଫିସ ଭିତରକୁ ପଶିଥିଲେ। ସେମାନେ ଟଙ୍କା ନେଇ ଯାଉ ଯାଉ ଟଙ୍କା ଧରିଥିବା ଦୁର୍ବୁତ୍ତ ଙ୍କ ହାତରୁ ସବୁ ଟଙ୍କା ଗଳି ପଡିଥିଲା। ସେମାନେ ପୁଣି କମଳାକାନ୍ତ ଙ୍କୁ ବନ୍ଧୁକ ଦେଖାଇ ସବୁତକ ଟଙ୍କା ଗୋଟାଇ ଫେରାର ହୋଇଯାଇଥିଲେ।

ଏ ନେଇ ପରଦିନ ପେଟ୍ରୋଲ ପମ୍ପ ମାଲିକ ଟାଙ୍ଗି ଥାନା ରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ପେଟ୍ରୋଲ ପମ୍ପ ଅଫିସ କର୍ମଚାରୀ ଙ୍କ କହିବା ମୁତାବକ ଦୁର୍ବୁତ୍ତ ମାନେ ପାଖାପାଖି ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଯଦିଓ ଏହି ଦୁର୍ବୁତ୍ତ ମାନଙ୍କ ନାମ ରେ ବିଭିନ୍ନ ଥାନା ରେ ଏକାଧିକ କେସ୍ ରହିଛି ତଥାପି ଏମାନେ ପୋଲିସ ଆଖିରେ ଧୂଳି ଦେଇ ବେଧଡକ ଭାବେ ଲୁଟି ଚାଲିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।