Pregnancy Tips -ପ୍ରତିଦିନ କଦଳୀ ର ସେବନ କରିବା ଦ୍ବାରା ଉଭୟ ମା ଓ ପିଲା ଙ୍କର ହୋଇଥାଏ ଜାଣି ରଖନ୍ତୁ ଏହି ଭୟଙ୍କର କଥା

0

ସାଧାରଣତଃ ବିବାହ ପରେ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ ।

କିନ୍ତୁ ଆମ ସମାଜରେ ଜଣେ ଗର୍ଭବତୀ ମହିଳାଙ୍କୁ ବହୁତ କିଛି ବାରଣ କରାଯାଇଥାଏ ।ଖାସ କରି ସେହି ମହିଳା ମାନଙ୍କ ର ଖାଦ୍ୟ ଉପରେ ବହୁତ କଟକଣା ରହିଥାଏ। ସେମାନଙ୍କୁ ବହୁତ ଜିନିଷ ତଥା ଫଳ ଖାଇବାକୁ ବାରଣ କରଯାଏ ଏବଂ କେତେକ ଫଳ ଖାଇବାକୁ କୁହାଯାଏ ।ତା ମଧ୍ୟରୁ କଦଳୀ ହେଉଛି ଅନ୍ୟତମ ।ଗର୍ଭବତୀ ମହିଳା ଙ୍କୁ କଦଳୀ ଖାଇବାକୁ ଦିଆଯାଇଥାଏ ।କିନ୍ତୁ କଣ ଆପଣ ଜାଣିଛନ୍ତି କି କାହିଁକି ଏହା ସେବନ କରିବାକୁ ଦିଆଯାଏ ।ଆସନ୍ତୁ ଜାଣିବା ଏହି ପୋଷ୍ଟ ମାଧ୍ୟମରେ ।

୧.କଦଳୀ ରେ ଭିଟାମିନ A ଓ D ସହ କ୍ୟାଲସିୟମ , ମାଗନେସିୟମ ଆଦି ପୋଷକ ଭର ପୁର ହୋଇ ରହିଥାଏ ।ତେଣୁ ଗର୍ଭବତୀ ମହିଳା ମାନେ ଏହାକୁ ସେବନ କରୁବା ଦ୍ବାରା ଉଭୟ ମା ଓ ପେଟରେ ଥିବା ଛୁଆ ସୁସ୍ଥ ରହୁଥାନ୍ତି ।
୨.ପ୍ରତିଦିନ ନିୟମିତ ଭାବରେ କଦଳୀ ସେବନ କରିବା ଦ୍ବାରା ମା ଗର୍ଭାଶୟ ରେ ଥିବା ଶିଶୁ ଟିର ଅସ୍ଥି ର ସମ୍ପୂର୍ଣ୍ଣ ବିକାଶ ହୋଇଥାଏ। କାରଣ କଦଳୀ ରେ ସବୁଠାରୁ ଅଧିକ କ୍ୟାଲସିୟମ ପୋଷକ ରହିଥାଏ।

୩.ସାଧାରଣ ମହିଳାଙ୍କ ଅପେକ୍ଷା ଗର୍ଭବତୀ ମହିଳାଙ୍କ ପାଖରେ ରକ୍ତହୀନତା ଅଧିକ ଦେଖା ଯିବାର ସମ୍ଭାବନା ରହିଥାଏ ।ତେଣୁ ଡାକ୍ତର ଗର୍ଭବତୀ ମହିଳାଙ୍କୁ କଦଳୀ ଖାଇବାକୁ ପରାମର୍ଶ ଦେଇଥାନ୍ତି ଯାହା କି ଶରୀର ରେ ରକ୍ତ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ।
୪.ଗର୍ଭବତୀ ମହିଳା ମାନଙ୍କ ର ରକ୍ତ ଚାପ ବଢିବା ଓ କମିବା ଏକ ସାଧାରଣ କଥା ପରି ଲାଗିରହିଥାଏ ।କିନ୍ତୁ ପ୍ରତିଦିନ ଗୋଟିଏ କଦଳୀ ସେବନ କରିବା ଦ୍ବାରା ରକ୍ତ ର ଚାପ ନିୟନ୍ତ୍ରଣ ରେ ରହିଥାଏ ।ଏମିତି କି ରକ୍ତ ରେ ସୁଗାର ର ପରିମାଣ ମଧ୍ୟ ନିୟନ୍ତ୍ରଣ ରେ ରହିଥାଏ ।

୫.ପ୍ରାୟତଃ ଦେଖାଯାଏ କି ଗର୍ଭବତୀ ମହିଳା ମାନଙ୍କୁ ଏସିଡିଟି ର ସମସ୍ୟା ରହିଥାଏ ।ମାତ୍ର କଦଳୀ ର ସେବନ କରିବା ଦ୍ୱାରା ଏହା ଦୂର ହୋଇଯାଇଥାଏ ।କାରଣ କଦଳୀ ରେ ଥିବା ମାଗନେସିୟମ ପୋଷକ ଆମ ପାଚନ ତନ୍ତ୍ର କୁ ସକ୍ରିୟ ରଖିବା ରେ ସାହାଯ୍ୟ କରିଥାଏ ।
୬.ଗର୍ଭାବସ୍ଥା ସମୟରେ ଯଦି ଆପଣଂକୁ ଥକା ବା ଦୁର୍ବଳ ଲାଗୁଥାଏ ତାହାଲେ ସେହି ସମୟରେ କଦଳୀ ର ସେବନ କରନ୍ତୁ। ଏପରି କରିବା ଦ୍ବାରା ଆମ ଶରୀରକୁ ସଙ୍ଗେ ସଙ୍ଗେ ଶକ୍ତି ମିଳିଥାଏ ଆଉ ଦୁର୍ବଳ ରୁ ରକ୍ଷା । ତେଣୁ ଗର୍ଭବତୀ ମହିଳା ମାନଙ୍କୁ ନିଜର ପ୍ରତିଦିନ ଖାଇବା ସହ ୨-୩ ଟି କଦଳୀ ଖାଇବା ଉଚିତ ।ଏହା ଉଭୟ ମା ଓ ପିଲା କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।