ମହିଳା ମାନେ ପେଜ କୁ ନ ଫୋଫାଡ଼ି ନିଜ କେଶ ରେ ଏପରି ଭାବରେ ଲଗାଇଲେ , ଆପଣଙ୍କ କେଶ ଝଡ଼ିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଜାଣନ୍ତୁ ଏହି ସହଜ ଉପାୟ।

0

ମହିଳାଙ୍କ ମାନଙ୍କ ସୁନ୍ଦରତା ର କାରଣ ହେଉଛି କେଶ। ତେଣୁ କେଶ ର ଯତ୍ନ ନେବା ଏକାନ୍ତ କାମ୍ୟ। ତେଣୁ ମହିଳା ମାନେ ଏତିପ୍ରତି ସର୍ବଦା ଯତ୍ନ ଶୀଳ ହୋଇ କେଉଁ ଜିନିଷ ବ୍ୟବହାର କରିବା ଠିକ ତାହା ଜାଣିନେବା ଦରକାର। ଅନେକ ମହିଳା ଙ୍କ କେଶ ଝଡ଼ିବା ଏକ ବଡ଼ ସମସ୍ୟା ଅଟେ। ଏଥିପାଇଁ ପାଇଁ ମହିଳା ମାନେ ଅନେକ ଡାକ୍ତର ଙ୍କ ପରାମର୍ଶ ନେବା ସହ ଅନେକ ପ୍ରକାର ର ମେଡ଼ିସିନ ମଧ୍ୟ ନିଜ କେଶ ରେ ପ୍ରୟୋଗ କରି ଥାନ୍ତି। ତେବେ ଆଜି ଏକ ଏମିତି ଉପାୟ ଆମେ କହିବୁ ଯାହା କଲେ ଆପଣଙ୍କ କେଶ ଝଡ଼ିବା ବନ୍ଦ ହେବା ସଂଗେ ସଂଗେ କେଶ ଅଧିକ ମଜବୁତ ମଧ୍ୟ ହୋଇଯିବ। ଏହା ସହିତ କେଶ ର କଳା ରଙ୍ଗ ଅଧିକ ମାତ୍ରାରେ ଝଲକି ଉଠିବ।


ଏହି କେଶ ପାଇଁ ସହଜ ଉପାୟ ଟି ହେଲା ଆପଣଙ୍କ ଘରେ ପ୍ରସ୍ତୁତ ହେଉଥିବା ଭାତର ପେଜ । ଯାହା ଦ୍ୱାରା ଆପଣ ଏହି ଉପାୟ ଟି ଅବଲମ୍ବନ କରି ଉପଚାର ନିଜେ ପ୍ରସ୍ତୁତ କରି ପାରିବେ। ଆପଣଙ୍କୁ ଏଥିପାଇଁ ପେଜ କୁ ଗାଳି ସାରିବା ପରେ ତାକୁ ନ ଫୋଫାଡ଼ି ଏହାକୁ ଆଣନ୍ତୁ ଏକ ପାତ୍ର ରେ । ତା ପରେ ଏହା ସହିତ ଆପଣଙ୍କୁ କିଛି ମାତ୍ରାରେ ଗୋଲାପ ଜଳ ଆବଶ୍ୟକ ହେବ। ତାହା ସହିତ ଏହି ମିଶ୍ରଣ ରେ ଲଭେଣ୍ତଲ ତେଲ ଆଣି ମିଶାଇ ବାକୁ ପଡିବ।


ଆପଣ ଏହି ମିଶ୍ରଣ କୁ ଭଲ ଭାବରେ ମିଶାଇ ଦେବା ପରେ ଏହାକୁ ନିଜ କେଶ ରେ ଲଗାଇବାକୁ ହେବ। ଏଥିପାଇଁ ଆପଣ ଏହି ମିଶ୍ରଣ କୁ ନିଜ କେଶ ରେ ମାଲିସ କରିଦେବେ। ଏହାକୁ ମାଲିସ ଏପରି କରନ୍ତୁ ଯେପରି କେଶ ର ପ୍ରତି ମୂଳ କୁ ଏହା ପହଂଚି ପାରିବ। ତା ପରେ ଏହି ଉପଚାର କୁ ଆପଣ ପ୍ରାୟ କେଶ ରେ କୋଡିଏ ମିମିଟ ପର୍ଯ୍ୟନ୍ତ ଲଗାଇ ରଖିବାକୁ ହେବ। ଏହାକୁ ଲଗାଇବା ପରେ ଶୀଘ୍ର ଧୋଇବେ ନାହିଁ। ତେଣୁ ଅଧିକ ସମୟ ରଖିଲେ ଏହା ଆପଣଙ୍କ କେଶ ଉପରେ ପ୍ରଭାବ ପକାଇବ।


ତେବେ ବିଶେଷଜ୍ଞ ମାନଙ୍କ କହିବା କଥା ଏମିନୋ ଏସିଡ ଥିବାରୁ ଏହି ମିଶ୍ରଣ ରେ ଏହା ଆପଣଙ୍କ ବାଳ ବା କେଶ କୁ ଅଧିକ ମଜବୁତ କରି ଥାଏ। ଏହା ସହିତ ଆପଣଙ୍କ କେଶ ର ରଙ୍ଗ ଅଧିକ କଳା ହୋଇ ଉଠେ। ଏହା ଗ୍ଲେଜିଙ୍ଗ କରିବା ସହିତ ଆପଣଂକୁ ମଧ୍ୟ କେଶ ଝଡ଼ିବାରୁ ରକ୍ଷା କରିଥାଏ।
ତେବେ ଏହି ଉପାୟ ଟିକୁ ଆପଣ ପ୍ରତି ସପ୍ତାହ ରେ ଅନ୍ୟୁନ ଥରେ ଲଗାଇବାକୁ ଚେଷ୍ଟା କରନ୍ତୁ। ଯାହା ଦ୍ୱାରା ଏହା ଅଧିକ ମାତ୍ରାରେ ଆପଣଙ୍କ କେଶ କୁ ମଜବୁତ କରି କେଶ ଝଡ଼ିବାରୁ ରକ୍ଷା କରି ପାରିବ। ତେଣୁ ପେଜ ବା ଚାଉଳ ଧୁଆ ପାଣି ଏହା କେଶ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।