Pregnancy Tips – ଗୋଟିଏ ପିଲା ଜନ୍ମ ହେବା ସମୟରେ ପୁଅ କି ଝିଅ ହେବ ଏହା କାହା ଉପରେ ନିର୍ଭର କରିଥାଏ ଜାଣନ୍ତୁ

0

ସାଧାରଣତଃ ବିବାହ ପରେ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ ।କିନ୍ତୁ ଆପଣ ମାନେ ଲକ୍ଷ କରିଥିବେ କି ଆମ ସମାଜରେ ଗୋଟିଏ ପୁଅ ପିଲାକୁ ଲୋକମାନେ ଯେତିକି ପସନ୍ଦ କରିଥାନ୍ତି ଗୋଟିଏ ଝିଅ ପିଲା ଟୀକୁ ସେତିକି ପସନ୍ଦ କରନ୍ତି ନାହିଁ ।

ଆପଣ ମାନେ ଦେଖିଥିବେ କି ଅନେକ ସମୟରେ କନ୍ୟା ସନ୍ତାନ ହେବାରୁ ଆମେ ସେହି ମହିଳାଙ୍କୁ ଦୋଷ ଦେଇଥାଉ ।କାରଣ ଲୋକମାନ ଙ୍କର ଚିନ୍ତାଧାରା ଏହା କି ମା ପେଟରେ ଗଢୁଥିବା ପିଲା ଟି ପୁଅ ହେବ କି ଝିଅ ତାହା ସେହି ମହିଳାଙ୍କ ଉପରେ ନିର୍ଭର କେଇଥାଏ ବୋଲି ।ତେବେ କଣ ସତରେ କନ୍ୟା ଶିଶୁ ପାଇଁ କଣ ମା ହିଁ ଦାୟୀ ଥାଏ ।ଆସନ୍ତୁ ଜାଣିବା ପିଲା ପୁଅ ବା ଝିଅ ହେବା କାହା ଉପରେ ନିର୍ଭର କରିଥାଏ ।ଏହା ବାପା ନା ମା ଉପରେ ନିର୍ଭର ହୋଇଥାଏ ।

ତେବେ ଆମର ଚିକିତ୍ସା ବିଜ୍ଞାନ ଅନୁସାରେ ଗୋଟିଏ ମା ଗର୍ଭବତୀ ହେବା ପରେ ସେହି ପିଲା ଟି ପୁଅ ହେବ କି ଝିଅ ହେବ ତାହା ମା ବା ସେହି ନାରୀ ହାତରେ ରାହୀନଥାଏ ଏହା ସମ୍ପୂର୍ଣ୍ଣ ଭାବରେ ତାର ବାପା ବା ସେହି ପୁରୁଷ ଉପରେ ନିର୍ଭର କରିଥାଏ ।ଡାକ୍ତରୀ ରିସର୍ଚ୍ଚ ଅନୁସାରେ ,ପ୍ରତ୍ୟେକ ମଣିଷ ଶରୀରରେ ୪୬ଟି ବା ୨୩ ଯୋଡ଼ା କ୍ରମଜମ ରହିଥାଏ ଏବଂ ତାହା ମଧ୍ୟରୁ ଗୋଟିଏ ଯୋଡ଼ା କ୍ରମଜମ ଆମର ସେକ୍ସ ବା ଲିଙ୍ଗ ନିର୍ଦ୍ଧାରଣ କରିଥାଏ ।ତେବେ ସେହି ଯୋଡ଼ା କ୍ରମଜମ ମଧ୍ୟରେ ଦୁଇଟି ସମ୍ଭାବନା ରହିଥାଏ ।ଗୋଟିଏ ହେଉଛି XX ଏବଂ ଅନ୍ୟ ଟି ହେଉଛି XY ।

ତେବେ ଏହି ଦୁଇଟି ସମ୍ଭାବନା ମଧ୍ୟରୁ XX କ୍ରମଜମ ଟି ହେଉଛି ଜଣେ ମହିଳାଙ୍କ ର ବା ଯେଉଁ ବ୍ୟକ୍ତି ର ଶରୀରରେ XX କ୍ରମଜମ ରହିଥାଏ ସେ ଜଣେ ମହିଳା ହୋଇଥାନ୍ତି ଏବଂ ଅନ୍ୟଟି ହେଉଛି XY କ୍ରମଜମ ଯାହାକି ଜଣେ ପୁରୁଷ ଙ୍କର ହୋଇଥାଏ। ତେବେ ଯେତେବେଳେ ଜଣେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସହବାସ ହୋଇଥାଏ ସେତେବେଳେ ବେଳେ ମହିଳା ଶରୀର ର ଗୋଟିଏ କ୍ରମଜମ ଓ ପୁରୁଷ ଶରୀରର ଗୋଟିଏ କ୍ରମଜମ ମିଳିତ ହୋଇ ପିଲାଟି ଜନ୍ମ ନେଇଥାଏ ।

କିନ୍ତୁ ଯେହେତୁ ମା ଙ୍କ ଶରୀରରେ XX କ୍ରମଜମ ରହିଥାଏ ତେଣୁ ସେ X ହିଁ ଦେଇଥାଏ ଏବଂ ପୁରୁଷ ପାଖରେ ରହିଥାଏ XY ।ଆଉ ଯେତେବେଳେ ସହବାସ ସମୟରେ ପୁରୁଷ ଜଣଙ୍କ ନିଜର Y କ୍ରମଜମ ଦେଇଥାନ୍ତି ସେତେବେଳେ ପୁଅ ଟିଏ ଜନ୍ମ ନେଇଥାଏ ଏବଂ X ଦେଲେ ଝିଅ ଟିଏ ।ତେଣୁ ଏଥିରେ ମହିଳାଙ୍କ ର କୌଣସି ଭୁଲ ନଥାଏ ।ତେଣୁ ଝିଅ ଟିଏ ହେଲେ ମହିଳାଙ୍କୁ ଦୋଷ ଦେବା ସମ୍ପୂର୍ଣ୍ଣ ଭୁଲ ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।